Hindi News >>Home >>Bhubneshwar

AC Helmets: ଖରାରୁ ରକ୍ଷା କରିବ ଏସି ହେଲମେଟ, ଭୁବନେଶ୍ଵରରେ ଟ୍ରାଫିକ ପୋଲିସ ପିନ୍ଧି କଲେ ଟେଷ୍ଟିଂ

AC Helmets For Traffic Cops: ଟ୍ରାଫିକ କନଷ୍ଟେବଳଙ୍କୁ ପ୍ରବଳ ଗରମରୁ ମୁକ୍ତି ଦେବା ପାଇଁ ଓଡିଶାର କମିଶନରେଟ୍ ପୋଲିସ ଏୟାର କଣ୍ଡିସନର (ଏସି) ହେଲମେଟ ଟେଷ୍ଟିଂ କରିବା ଆରମ୍ଭ କରିଛି।   

Advertisement
AC Helmets For Traffic Cops
Stop
Zee Odisha Desk|Updated: Apr 20, 2024, 06:48 PM IST

ଭୁବନେଶ୍ୱର: ଓଡି଼ଶାର ଟ୍ରାଫିକ କନଷ୍ଟେବଳମାନେ (Traffic constables) ଶୀଘ୍ର ଏସି ହେଲମେଟ ଦ୍ୱାରା ଖରାରୁ ମୁକ୍ତି ପାଇବାର ସୁବିଧା ପାଇବାକୁ ଯାଉଛନ୍ତି। ଗୁଜୁରାଟ ଓ ଅନ୍ୟାନ୍ୟ ରାଜ୍ୟକୁ ଅନୁସରଣ କରି କମିଶନରେଟ୍ ପୋଲିସ (Commissionerate Police) ବର୍ତ୍ତମାନ ଟ୍ରାଫିକ୍ କନଷ୍ଟେବଳଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ଉପକରଣ ଅର୍ଥାତ୍ ଏୟାର କଣ୍ଡିସନର (ଏସି) ହେଲମେଟ (AC Helmets) କିଣିବାକୁ ଚିନ୍ତା କରୁଛନ୍ତି। ଶନିବାର ଦିନ କମିଶନରେଟ୍ ପୋଲିସ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭିତ୍ତିରେ ଏସି ହେଲମେଟର ପରୀକ୍ଷା କରିଛି।

ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, “ଯଦି ଫିଡବେକ୍ ଭଲ ରହିବ ଓ ବିକ୍ରେତା ଠିକ୍ ପରିମାଣରେ ଯୋଗାଇ ପାରିବେ, ତେବେ ଆମେ ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବୁ। ବଜେଟର କୌଣସି ସମସ୍ୟା ନାହିଁ। ପରବର୍ତ୍ତୀ ୩ରୁ ୪ ଦିନ ପାଇଁ ଆମେ ପରୀକ୍ଷାମୂଳକ ଭିତ୍ତିରେ ଏହିପରି ହେଲମେଟ ବ୍ୟବହାର କରିବୁ। ଫିଡବେକ୍, ଆବଶ୍ୟକତା ଓ ଅନ୍ୟାନ୍ୟ ଦିଗ ସମୀକ୍ଷା କରିବା ପରେ ଆମେ ଏହି ହେଲମେଟଗୁଡିକୁ ପର୍ଯ୍ୟାୟକ୍ରମେ କିଣିବାକୁ ଯୋଜନା କରିବୁ।''

ବିକ୍ରେତା ସଞ୍ଜୟ ଯୋଶୀ କହିଛନ୍ତି, 'ଗୁଜୁରାଟ, ପଶ୍ଚିମବଙ୍ଗ ଓ ଅନ୍ୟ କେତେକ ଦକ୍ଷିଣ ରାଜ୍ୟରେ ଏଭଳି ହେଲମେଟ ବ୍ୟବହାର କରାଯାଉଛି। ଏହିପରି ଏସି ହେଲମେଟ ୫୫ ଡିଗ୍ରୀ ସେଲସିୟସରେ ମଧ୍ୟ କାମ କରିପାରିବ।

ଯୋଶୀ ଆହୁରି କହିଛନ୍ତି, "ହେଲମେଟ ତାପମାତ୍ରାକୁ ପ୍ରାୟ ୧୫ ଡିଗ୍ରୀ ଯାଏଁ ଥଣ୍ଡା କରିପାରେ। ସେ କହିଛନ୍ତି ଯେ ୬ ଘଣ୍ଟାରେ ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ହେଲମେଟ ୮ ଘଣ୍ଟା କାମ କରିପାରିବ। ଏସି ହେଲମେଟର ଭଲ କଥା ହେଉଛି ଏହା ଭାରତରେ ତିଆରି ହେଉଛି ଓ ଆବଶ୍ୟକ ପରିମାଣରେ ଏହାକୁ ଯୋଗାଇବାରେ କୌଣସି ଅସୁବିଧା ନାହିଁ।"

ଜଣେ ଟ୍ରାଫିକ କନଷ୍ଟେବଳ କହିଛନ୍ତି, “ପ୍ରବଳ ଉତ୍ତାପ ସମୟରେ ଟ୍ରାଫିକ ଜଙ୍କସନରେ କାମ କରିବା କଷ୍ଟସାଧ୍ୟ। ଏହିପରି ଗ୍ୟାଜେଟଗୁଡିକ ନିଶ୍ଚିତ ଭାବରେ ଆମକୁ ବହୁତ ସାହାଯ୍ୟ କରିବ।''

କିପରି କରେ ଏହା କାମ
ଟ୍ରାଫିକ ପୋଲିସର ସାଧାରଣ ହେଲମେଟ ସହିତ ସମାନ ଡିଜାଇନ୍ରେ ଏସି ଲଗାଯାଇଛି। ଯାହା ବ୍ୟାଟେରୀ ସାହାଯ୍ୟରେ ଚାଲିଥାଏ। ଏଥିରେ ଏକ ମେସିନ୍ ଲଗାଯାଇଛି, ଯାହା ବାହାରୁ ପବନ ଟାଣିଥାଏ ଓ ଥଣ୍ଡା ହେବା ପରେ ଏହାକୁ ହେଲମେଟକୁ ପଠାଏ। ଏସି ହେଲମେଟ ସହିତ ଏକ ବେଲ୍ଟ ମଧ୍ୟ ଦିଆଯାଏ। ଯାହାକୁ ପୋଲିସ୍ ଅଣ୍ଟାରେ ବାନ୍ଧିଥାନ୍ତି। ଏଥିରେ ଏକ ଛୋଟ ବ୍ୟାଟେରୀ ଯୋଗାଇ ଦିଆଯାଏ, ଯାହା ହେଲମେଟରେ ସ୍ଥାପିତ କୁଲିଂ ୟୁନିଟ୍ କୁ ବିଦ୍ୟୁତ୍ ଯୋଗାଣ କରିଥାଏ।

 

 

Read More
{}{}