Hindi News >>Home >>Bhubneshwar

Odisha News: ମହିମା ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

Odisha News: ଓଡ଼ିଶାରେ ଏହି ପ୍ରାନ୍ତରେ ବାଣିଜ୍ୟ ଓ ଶିଳ୍ପ ଉଦ୍ଦେଶ୍ୟର ପ୍ରସାର କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ମୁଁ ୟୁସିସିଆଇଏଲ୍‌କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଏହି ମହତ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ପାଇଁ ଉଲ୍ଲେଖନୀୟ ସଫଳତା କାମନା କରୁଛି ବୋଲି ଶ୍ରୀ ମିଶ୍ର କହିଥିଲେ। 

Advertisement
Odisha News: ମହିମା ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର
Stop
Zee Odisha Desk|Updated: Mar 13, 2023, 01:46 PM IST

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଶିଳ୍ପପତି (Industrialist) ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼ର (OSL) ପ୍ରତିଷ୍ଠାତା ମହିମା ମିଶ୍ରଙ୍କୁ (Mahima Mishra) ଜୀବନବ୍ୟାପୀ ସାଧନା ପୁରସ୍କାର (Lifetime Achievement Award) ପ୍ରଦାନ କରାଯାଇଛି। ଉତ୍କଳ ଚାମ୍ବର ଅଫ କମର୍ସ (Utkal Chamber of Commerce) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପାରାଦୀପର (Paradeep) ବିଜୁ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ ଶିଳ୍ପ ସମ୍ମେଳନ କାର୍ଯ୍ୟକ୍ରମରେ ରେରାର ଅଧ୍ୟକ୍ଷ ତଥା ଆଇଏଫଏସ  ସିଦ୍ଧାନ୍ତ ଦାସଙ୍କଠାରୁ ଶ୍ରୀ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଇଓସିଏଲ୍ ପାରାଦୀପ ରିଫାଇନାରିର ଇଡି ଓ ରିଫାଇନାରି ମୁଖ୍ୟ ମୁକେଶ ମୋହନ, ଇଫ୍‌କୋର ୟୁନିଟ୍ ମୁଖ୍ୟ କେଜେ ପଟେଲ୍‌, ରାଉରକେଲା ଇସ୍ପାତ କାରଖାନାର ଇଡି (ଏମ୍‌ଏମ୍‌) ସୋମନାଥ ତ୍ରିପାଠୀ, ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ର ଏମ୍‌ଡି ଶ୍ରୀ ପଙ୍କଜ ସତିଜା ଓ ଏଏମ୍‌ଏନ୍‌ଏସ୍‌ର ପ୍ରକଳ୍ପ ମୁଖ୍ୟ ରାଜୀବ ଭଟ୍ଟନାଗର ଉପସ୍ଥିତ ଥିଲେ ।

ମିଳିଥିବା ସମ୍ମାନକୁ ନେଇ ଆନନ୍ଦ ପ୍ରକଟ କରିବା ସହ ଶ୍ରୀ ମିଶ୍ର କହିଛନ୍ତି ଯେ ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଠାରୁ ମୁଁ ଏହି ଲାଇଫ୍‌ଟାଇମ୍ ଆଚିଭମେଂଟ୍ ପୁରସ୍କାର ୨୦୨୩ ଗ୍ରହଣ କରୁଛି। ଏହି ପୁରସ୍କାରକୁ ମୁଁ ଓଏସ୍‌ଏଲ୍ ପରିବାରର ୧୦,୦୦୦ ଲୋକଙ୍କ ପ୍ରତି ସମର୍ପିତ କରୁଛି। ସେମାନଙ୍କ କଠିନ ପରିଶ୍ରମ ଓ ସମର୍ପିତ ଭାବ ଯୋଗୁ ଓଏସ୍‌ଏଲ୍ ଗ୍ରୁପ୍ ଏହି ବିଗତ ବର୍ଷଗୁଡ଼ିକରେ ଏହି ସଫଳତା ଓ ଉପଲବ୍ଧିର କାହାଣୀ ରଚନା କରିପାରିଛି । ଓଡ଼ିଶାରେ ଏହି ପ୍ରାନ୍ତରେ ବାଣିଜ୍ୟ ଓ ଶିଳ୍ପ ଉଦ୍ଦେଶ୍ୟର ପ୍ରସାର କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ମୁଁ ୟୁସିସିଆଇଏଲ୍‌କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଏହି ମହତ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ପାଇଁ ଉଲ୍ଲେଖନୀୟ ସଫଳତା କାମନା କରୁଛି ।

Read More
{}{}