Hindi News >>Home >>Bhubneshwar

Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ, ଜାଣନ୍ତୁ ଟିମରେ ଅଛନ୍ତି କେଉଁ ବିଭାଗର ବରିଷ୍ଠ ଡାକ୍ତର

Naba Das Health Update: ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ଅପରେସନ୍ ଥିଏଟରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଗୁଳିମାଡ ପରେ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ମିଳିଥିବା ସୂଚନା ମୁତାବକ, ଏକ ସ୍ୱତନ୍ତ୍ର ମେଡିକାଲ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । 

Advertisement
Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ, ଜାଣନ୍ତୁ ଟିମରେ ଅଛନ୍ତି କେଉଁ ବିଭାଗର ବରିଷ୍ଠ ଡାକ୍ତର
Stop
Rasmita Sahoo|Updated: Jan 29, 2023, 05:01 PM IST

Naba Das: ଝାରସୁଗୁଡାରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି। ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ଭୁବନେଶ୍ୱର ଆପୋଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସବୁଠାରୁ ବଡ଼ କଥା, ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି। ASI ଗୋପାଳ ଦାସ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା  ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। 

ମନ୍ତ୍ରୀଙ୍କୁ ଫାୟାରିଂ ବେଳେ ୪ରୁ ୫ ରାଉଣ୍ଡ ଗୁଳିର ଶବ୍ଦ ଶୁଣିବାକୁ ମିଳିଥିଲା। ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ପାଛୋଟି ଆଣିଲା ବେଳେ ଗୁଳି ଫୁଟିଥିଲା। ଗୋଟିଏ ରାଉଣ୍ଡ ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିଲା ଯାହାଫଳରେ ଗାଡି ତଳକୁ ଖସି ପଡ଼ିଥିଲେ ନବଦାସ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆପୋଲରେ ଭର୍ତ୍ତି କରାଯାଇଛି। ସେହିପରି କାର୍ଡିଓ ଥିରେଶିଷ୍ ସର୍ଜନ ଡକ୍ଟର ଦେବାଶିଷ ନାୟକଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ମନ୍ତ୍ରୀ ନବଦାସଙ୍କ ଚିକିତ୍ସା କରିବେ । ତେବେ କେଉଁ କେଉଁ ବିଭାଗକୁ ବେଶ ସଜାଗ କରାଯାଇଛି ଆସନ୍ତୁ ଜାଣିବା । 

ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଟିମ ମଧ୍ୟରେ ରହିବେ ମେଡିସିନ୍,
ଆନାସ୍ଥେସିଆ, ସର୍ଜରୀ ଓ ଆଇସିୟୁ ବିଭାଗର ବରିଷ୍ଠ ଡାକ୍ତର । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏପରି ରାସ୍ତା ଉପରେ ଗୁଳିମାଡ଼ ଯୋଜନାବଦ୍ଧ ହୋଇଥିବା କୁହାଯାଉଛି । ସେହିପରି ଏପରି ଏକ ଜଘନ୍ୟ ଘଟଣାରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିବା ସହ ନବଦାସ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ଆପୋଲରେ ପହଞ୍ଚିଛନ୍ତି।

Also Read: Viral Video: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ସମୟର ଦୃଶ୍ୟ...

Also Read: Naba Kishor Das shot: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନବ ଦାସଙ୍କ ଉପରେ ମରଣାନ୍ତକ ଆକ୍ରମଣ; ୧୦ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା

Also Read: Health Minister Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼, ପୋଲିସ ASI ମାରିଲେ ଗୁଳି

 

Read More
{}{}