Hindi News >>Home >>Bhubneshwar

Vehicle Scrapping: ରାଜ୍ୟରେ ଆଉ ଗଡିବନି ପୁରୁଣା ଗାଡି, ନୂଆ କିଣିଲେ ମିଳିବ ରିହାତି

Vehicle Scrapping Facility Policy 2022: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ଢାଞ୍ଚାରେ ପ୍ରସ୍ତୁତ ନୀତିକୁ ଗ୍ରୀନ ସିଗନାଲ ଦିଆଯାଇଛି। ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ଅନୁଯାୟୀ, ସମସ୍ତ ପଞ୍ଜିକୃତ ଗାଡି ସ୍କ୍ରାପିଂ କେନ୍ଦ୍ର ଗୁଡିକ ଗୋଟିଏ ଗୋଟିଏ ଶିଳ୍ପାନୁଷ୍ଠାନରେ ପରିଣତ ହେବ ଓ ସେଗୁଡିକୁ ରାଜ୍ୟ ଶିଳ୍ପ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

Advertisement
ପ୍ରତିକାତ୍ମକ ଫଟୋ
Stop
Shankarshan Bagh|Updated: Dec 01, 2022, 03:56 PM IST

Vehicle Scrapping Facility Policy 2022, ଭୁବନେଶ୍ୱର: ରାଜ୍ୟର ସଡକରେ ଆଉ ଗଡିବ ନାହିଁ ପୁରୁଣା ଗାଡି। ବୁଧବାର ରାଜ୍ୟ ସରକାର ୧୨ଟି ବିଭାଗର ୧୭ଟି ପ୍ରସ୍ତାବରେ ମୋହର ମାରିଛନ୍ତି। ସେହି ୧୭ଟି ପ୍ରସ୍ତାବରେ ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ମଧ୍ୟ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ଢାଞ୍ଚାରେ ପ୍ରସ୍ତୁତ ନୀତିକୁ ଗ୍ରୀନ ସିଗନାଲ ଦିଆଯାଇଛି। ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ଅନୁଯାୟୀ, ସମସ୍ତ ପଞ୍ଜିକୃତ ଗାଡି ସ୍କ୍ରାପିଂ କେନ୍ଦ୍ର ଗୁଡିକ ଗୋଟିଏ ଗୋଟିଏ ଶିଳ୍ପାନୁଷ୍ଠାନରେ ପରିଣତ ହେବ ଓ ସେଗୁଡିକୁ ରାଜ୍ୟ ଶିଳ୍ପ ନୀତି ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ବାୟୁ ପ୍ରଦୂଷଣର ଅନେକ କାରକ ଗୁଡିକ ମଧ୍ୟରୁ ପୁରୁଣା ଗାଡି ହେଉଛି ଅନ୍ୟତମ। ଏହି ପୁରୁଣା ଗାଡି ଗୁଡିକୁ ରାସ୍ତାରୁ ହଟାଇ ବାୟୁ ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାର, ଗାଡି ସ୍କ୍ରାପିଂ କେନ୍ଦ୍ର ସ୍ଥାପନ ନିମନ୍ତେ ଆଇନ ପ୍ରଣୟନ କରିଛନ୍ତି। କେନ୍ଦ୍ରର ଏହି ଢାଞ୍ଚାରେ ରାଜ୍ୟ ସରକାର ରେଜିଷ୍ଟ୍ରେଡ୍ ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ଆଣିଛନ୍ତି। ଏହି ପଲିସି ଅନୁସାରେ ୧୫ ବର୍ଷରୁ ପୁରୁଣା ତଥା ପୁନଃ ପଞ୍ଜିକୃତ କରିନଥିବା ସମସ୍ତ ଗାଡିଗୁଡିକୁ ସ୍କ୍ରାପିଂ କରାଯିବ। ଯଦି ମାଲିକମାନେ ପୁରୁଣା ଗାଡି ଜମାକରି ନୂଆ ଗାଡି ନିଅନ୍ତି ତେବେ ସେଥିରେ ସେମାନଙ୍କୁ ରିହାତି ମିଳିବ।

Also Read: Road Accident: ଛିଡା ହୋଇଥିବା ଟ୍ରକକୁ ପିଟିଲା କାର୍, ଘଟଣାସ୍ଥଳରେ ୪ ମୃତ

ରେଜିଷ୍ଟ୍ରେଡ୍ ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ର ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ଗାଡି ଗୁଡିକ ପୁନଃ ପଞ୍ଜିକୃତ ହୋଇନଥିବ, ଫିଟନେସ୍ ସାର୍ଟିଫିକେଟ ପାଇଁ ଅନୁମତି ନଥିବ, ଗାଡିର ସମୟ ସୀମା ଶେଷ ହୋଇଯାଇଥିବ କିମ୍ବା ଗାଡିକୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହୋଇଥିବ, ସେହି ଗାଡିଗୁଡିକ ଆଉ ରାସ୍ତାରେ ଗଡିବ ନାହିଁ। ଉଭୟ ଘରୋଇ ଓ ସରକାରୀ ଗାଡି ପାଇଁ ଏହି ନିୟମ ଲାଗୁହେବ। ଉପରୋକ୍ତ ବର୍ଗରେ ଥିବା ଗାଡିଗୁଡିକ RVSF କେନ୍ଦ୍ରରେ ନଷ୍ଟ କରାଯିବ।

ମାଲିକମାନେ ଚାହାନ୍ତି ତେବେ ପୁରୁଣା ଗାଡି ବଦଳରେ ରିହାତି ମିଳିପାରିବ। ଯଦି ସେମାନେ ସମାନ ଗାଡି ନେବେ ତେବେ ମୋଟର ଟ୍ୟାକ୍ସରେ ରିହାତି ମିଳିବ। ନନ୍ ଟ୍ରେନ୍ସପୋର୍ଟ ମାମଲାରେ ୨୫ ପ୍ରତିଶତ ଓ ଟ୍ରାନ୍ସପୋର୍ଟ ମାମଲାରେ ୧୫ ପ୍ରତିଶତ ଟ୍ୟାକ୍ସ ଛାଡ ହେବ। ନୂଆ ଗାଡି କିଣିଲେ ପୁରୁଣା ଗାଡିର ଏକ୍ସ-ସୋରୁମ ମୂଲ୍ୟର ଛଅ ପ୍ରତିଶତ ରିହାତି ଦିଆଯିବ। ଏହା ବ୍ୟତୀତ ଯେଉଁମାନେ RVSF କେନ୍ଦ୍ରରେ ନିବେଶ କରିବାକୁ ଚାହିଁବେ, ସେମାନଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଉଦ୍ୟୋଗ ନୀତି ଅନୁସାରେ ନିବେଶକଙ୍କୁIDCO ଦ୍ୱାରା ଜମି ଯୋଗାଇ ଦିଆଯିବ, ସାତ ବର୍ଷ ପାଇଁ ୨୫ ପ୍ରତିଶତ ଜିଏସଟି ମାଫ ଓ ପାଞ୍ଚ ବର୍ଷ ବିଦ୍ୟୁତ ଡ୍ୟୁଟି ଛାଡ କରାଯିବ।

Also Read: Digital Rupee: ଜାଣନ୍ତୁ କେମିତି କରିବେ ବ୍ୟବହାର ଓ କ'ଣ ମିଳିବ ଫାଇଦା

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ କୋଟିଏ କୋଡିଏ ଲକ୍ଷ ପଞ୍ଜିକୃତ ଯାନବାହନ ରହିଛି। ରେଜିଷ୍ଟ୍ରେଡ୍ ଭିକେଲ ସ୍କ୍ରାପିଂ ଫାସିଲିଟି ପଲିସି ୨୦୨୨ ଅଧିନରେ ପ୍ରାୟ ୧୮ ଲକ୍ଷ ପୁରୁଣା ଗାଡି ଆସିବ। ଖୁବଶୀଘ୍ର ଏହି ଗାଡି ଗୁଡିକ ରାସ୍ତାରୁ ହଟିବ ଓ ଗୁଣ୍ଡ ହେବ। ୧୫ ପୁରୁଣା ଗାଡି ଗୁଡିକ ହଟିଲେ ପ୍ରଦୂଷଣ ହ୍ରାସ ପାଇବ ବୋଲି କୁହାଯାଉଛି। ତେବେ କେଉଁଠି କେତେ ଲେଖାଏ RVSF କେନ୍ଦ୍ର ଖୋଲାଯିବ ସେନେଇ କୌଣସି ସୁଚନା ମିଳିନାହିଁ। 

 

 

 

 

 

 

 

 

Read More
{}{}