Hindi News >>Home >>Bhubneshwar

Odisha Corona Update: ରାଜ୍ୟର ତିନି ଜିଲ୍ଲାରେ ଜିରୋ ମାମଲା, ଖୋର୍ଦ୍ଧା ନୁହଁ ଏଠାରେ ସକ୍ରିୟ ସଂଖ୍ୟା ଅଧିକା

Odisha Corona Update: ରାଜ୍ୟରେ ଖସୁଛି କୋରୋନା ସଂକ୍ରମଣ। ୧୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଦୈନିକ ମାମଲା ତିନି ଅଙ୍କ ତଳେ ରହିଛି। ସପ୍ତାହେ ହେଲା କାହାରି ମୃତ୍ୟୁ ହୋଇନାହିଁ। ରାଜ୍ୟରେ କୋରୋନା ଟିକାକରଣ ଜାରି ରହିଛିଯ

Advertisement
Odisha Corona Update: ରାଜ୍ୟର ତିନି ଜିଲ୍ଲାରେ ଜିରୋ ମାମଲା, ଖୋର୍ଦ୍ଧା ନୁହଁ ଏଠାରେ ସକ୍ରିୟ ସଂଖ୍ୟା ଅଧିକା
Stop
Zee Odisha Desk|Updated: Oct 14, 2022, 12:14 PM IST

Odisha Corona Update, ଭୁବନେଶ୍ୱର: କୋରୋନା ମାମଲାକୁ ନେଇ ଏକ ଆଶ୍ୱସ୍ତିକର ଖାବର ଆସିଛି। ଗତ ୧୨ ଦିନ ହେଲା ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କ ରହିଛି। କୋରୋନା ଜନିତ ମୃତ୍ୟୁରେ ମଧ୍ୟ ଲଗାମ ଲାଗିଛି। ତିନି ଜିଲ୍ଲାରେ ସକ୍ରିୟ କୋରୋନା ମାମଲା ଶୂନ ରହିଛି। ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ ଥିବା ଦେଖିବାକୁ ମିଳିଛି। ତେବେ ଗତ ୧୧ ତାରିଖର ତଥ୍ୟାନୁସାରେ ରାଜ୍ୟରେ ପଜିଟିଭ୍ ହାର ୧.୧୨ ରହିଛି। 

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪ଟି କୋରୋନା ମାମଲା ଚିହ୍ନଟ କରାଯାଇଛି। ଅକ୍ଟୋବର ତିନି ତାରିଖ ଠାରୁ ରାଜ୍ୟରେ ଦୈନିକ କୋଭିଡ୍ କେସ ୧୦୦ ତଳେ ରହିଛି। ଶେଷ ଥର ପାଇଁ ଅକ୍ଟୋବର ଦୁଇ ତାରିଖରେ ୧୩୧ଟି ପଜିଟିଭ୍ ବାହାରିଥିଲେ। ସେହିପରି ଗତ ୭ ତାରିଖରୁ ରାଜ୍ୟରେ କାହାରି ମଧ୍ୟ ମୃତ୍ୟୁ କୋରୋନାରେ ହୋଇନାହଁ। ତଥାପି ଗତ ତିନି ମାସରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଟପି ନାହିଁ। ରାଜ୍ୟର ତିନି ଜିଲ୍ଲା ଯଥା- ଗଜପତି, ସୁବର୍ଣ୍ଣପୁର ଓ ବୌଦ୍ଧରେ ସକ୍ରିୟ ମାମଲା ଶୂନ ରହିଛି। ଖୋର୍ଦ୍ଧାରେ ୯୬ଟି ଆକ୍ଟିଭ୍ କେସ ଥିବା ବେଳେ ସୁନ୍ଦରଗଡରେ ସର୍ବାଧିକ ୧୦୭ ଜଣ କୋରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି। 

Also Read: Terror Attack: ମାଲି ବସରେ ଭୟଙ୍କର ବିସ୍ଫୋରଣ, ୧୧ ମୃତ ଓ ୫୦ରୁ ଊର୍ଦ୍ଧ୍ୱ ଆହତ

ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ହ୍ରାସ ପାଇଛି। ଗତ ୧୧ ତାରିଖରେ ୮୫୦୭ଟି ନମୂନା ଟେଷ୍ଟ କରାଯାଇଥିବା ବେଳେ ୯୫ ଜଣ ପଜିଟିଭ୍ ବାହାରି ଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩ ଲକ୍ଷ ୩୫ ହଜାର ୩୧୪ ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି। କୋଭିଡରେ ମୋଟ ୯୧୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଲକ୍ଷ ୨୫ ହଜାର ୪୪୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ୬୬୨ ଜଣ କୋରୋନା ରୋଗୀ ଚିକିତ୍ସିତ ହେଉଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟରୁ ଜଣା ପଡିଛି।

 

ସେପଟେ, ଦେଶରେ ଦିନକରେ ୨୬୭୮ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମୃତ୍ୟୁ କୋରୋନାରେ ହୋଇଛି। ମୋଟ କୋରୋନା ସଂକ୍ରମିତଙ୍କ ମଧ୍ୟରୁ ୯୮.୭୬% ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪.୪୬ କୋଟି ପାର କରିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୯ ହଜାର ନିକଟତର ହୋଇଛି। ସେହପରି ଦୈନିକ ପଜିଟିଭ୍ ରେଟ୍ ୧.୧୩ ରହିଛି।

 

 

 

Read More
{}{}