Hindi News >>Home >>Bhubneshwar

କାୟା ମେଲାଉଛି କୋରୋନା; ରାଜ୍ୟରେ ଦୈନିକ ସଂକ୍ରମଣ ୪ ଅଙ୍କ ପାର, ଦେଶରେ ସ୍ଥିତି ସାଙ୍ଘାତିକ

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୦୯ ଓ ଲୋକାଲ କେସ୍ ୪୩୪ ରହିଛି। ନୂଆ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ ଅଛନ୍ତି।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jul 15, 2022, 12:42 PM IST

Coronavirus Update: ଦେଶରେ କାୟା ମେଲାଉଛି ମହାମାରୀ କୋରୋନା। ଉଭୟ ଜାତୀୟ ଓ ରାଜ୍ୟ ସ୍ତରରେ ଦୈନିକ କୋରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଦେଶରେ ୨୦୦୦୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଦୈନିକ ସଂକ୍ରମଣ ୪ ଅଙ୍କ ଟପିଛି। ସେପଟେ ଆଜି ଠାରୁ ଦେଶବ୍ୟାପୀ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କର ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ ହୋଇଛି।

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ୧୦୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୦୯ ଓ ଲୋକାଲ କେସ୍ ୪୩୪ ରହିଛି। ନୂଆ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ ଅଛନ୍ତି।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡରୁ ୧୦୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୮୧୬ଟି ସକ୍ରିୟ ମାମଲା ସହ ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନରେ ଅଛି।

Also Read: ଆଜିଠୁ ମାଗଣାରେ ମିଳୁଛି Coronavirus Booster Dose; ଜାଣନ୍ତୁ, କେମିତି କରିବେ ପଞ୍ଜିକରଣ

ଅନ୍ୟପଟେ ଟିପିଆରରେ ଖୋର୍ଦ୍ଧା (୧୩.୨), ପୁରୀ (୮.୫) ଓ କଟକ (୭.୭) ରେଡ ଜୋନରେ ଅଛନ୍ତି। ସମ୍ବଲପୁର (୬.୮), ସୁନ୍ଦରଗଡ (୬.୫) ଓ ଜଗତସିଂହପୁର (୫.୨) ୟେଲୋ ଜୋନରେ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ୪୮୨୫ଟି କୋରୋନାର ସକ୍ରୀୟ ମାମଲା  ଥିବା ବେଳେ ମୋଟ ପଜିଟିଭ୍ ସଂଖ୍ୟା ୧୨,୯୭,୧୭୫କୁ ବୃଦ୍ଧି ପାଇଛି। ଗତ ୨୮ ତାରିଖ ଠାରୁ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି। ମାତ୍ର ୬ ଦିନରେ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି।  

ସେହିପରି ଦେଶରେ ଆଜି ବି ୨୦ ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୦ ହଜାର ୩୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୪.୪୪ ପ୍ରତିଶତ ରହିଛି। ମୋଟ୍ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୬୦୪କୁ ବୃଦ୍ଧି ପାଇଛି। ୧୬ ହଜାର ୯୯୪ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ଟିଭ କେସ ୧ ଲକ୍ଷ ୩୯ ହଜାର ୦୭୩ ରହିଛି। 

Also Read: କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, ଜାଣନ୍ତୁ କିଏ ଥିଲେ ପ୍ରଥମ କାଉଡ଼ିଆ..

ଆଜିଠୁ ଦେଶବ୍ୟାପୀ ବୁଷ୍ଟର ଡୋଜ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ସରକାରୀ ଟିକାକରଣ କେନ୍ଦ୍ରରେ ୧୮ରୁ ୫୯ ବର୍ଷ ବର୍ଗଙ୍କୁ ମାଗଣା କୋରୋନା ପ୍ରିକସନ ଡୋଜ୍ ଦିଆଯାଉଛି। ଏହି ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ନେବାକୁ ଅଛନ୍ତି। ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ। ସବୁ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକ ହେବ। ଏମିତିକି କଲେଜ ଓ ଶିକ୍ଷାନୁଷ୍ଠାନରେ କ୍ୟାମ୍ପ୍ କରି ଟିକା ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି।

 

 

Read More
{}{}