Hindi News >>Home >>Bhubneshwar

ରାଜ୍ୟରେ ପୁଣି ବଢ଼ିଲା କୋରୋନା ସଂକ୍ରମଣ; ୭ ଜିଲ୍ଲାରେ ପଜିଟିଭ୍ ହାର ଅଧିକା, ଏହି ସହରକୁ ଫେରିଲା କଟକଣା

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୫୩ ଓ ସ୍ଥାନୀୟ ଅଞ୍ଚଳରୁ ୩୯୨ ପଜିଟିଭ୍ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଅଛନ୍ତି।

Advertisement
ଡିଜାଇନ୍ ଫଟୋ
Stop
Shankarshan Bagh|Updated: Jul 19, 2022, 01:03 PM IST

Coronavirus Update: ଦୁଇ ଦିନର ବିରତି ପରେ ରାଜ୍ୟରେ ପୁଣି ଥରେ ଦୈନିକ କୋରୋନ ସଂକ୍ରମଣ ବୃଦ୍ଧି ପାଇଛି। ମଙ୍ଗଳବାର ୯୦୦ରୁ ଊର୍ଦ୍ଧ୍ୱ ମାମଲା ଚିହ୍ନଟ ହୋଇଛି। ଦିନକରେ ଶତାଧିକ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ଏବେ ସକ୍ରୀୟ ମାମଲାରେ ମାତ୍ର ଗୋଟିଏ ଜିଲ୍ଲା ୟୋଲା ଜୋନରେ ଥିବା ବେଳେ ଟିପିଆରରେ ୫ ଜିଲ୍ଲା ରେଡ ଓ ଦୁଇ ଜିଲ୍ଲା ୟେଲୋ ଜୋନରେ ଅଛନ୍ତି। ବ୍ରହ୍ମପୁରରେ ସଂକ୍ରମଣ ବଢୁଥିବାରୁ ବିଏମସି ମାସ୍କ ବାଧ୍ୟତାମୂଳକ କରିଛି। 

ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୫୩ ଓ ସ୍ଥାନୀୟ ଅଞ୍ଚଳରୁ ୩୯୨ ପଜିଟିଭ୍ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଅଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩୭୧, ସୁନ୍ଦରଗଡ଼ରୁ ୧୦୩, କଟକରୁ ୭୫ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍‌ କେସ୍ ୬୩୧୬ ରହିଛି। ଆଜି ପୁଣି ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୩୦ରେ ପହଞ୍ଚିଛି।

Also Read: ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି; ଶସ୍ତା ହେଲା ଖାଇବା ତେଲ, ଜାଣନ୍ତୁ କେତେ କମିଲା

ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୪ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୬ ଜୁଲାଇରେ ସର୍ବାଧିକ ୧୦୬୫ଟି ମାମଲା ଟିହ୍ନଟ ହୋଇଥିଲା। ପରେ ୧୭ ଓ ୧୮ ତାରିଖରେ ଏହା ସାମାନ୍ୟ ହ୍ରାସ ପାଇଥିଲା। ଅନ୍ୟପଟେ ଆକ୍ଟିଭ୍ ମାମଲାରେ ପୁରା ଓଡିଶା ଗ୍ରୀନ ଜୋନରେ ଥିବାବେଳେ କେବଳ ଖୋର୍ଦ୍ଧା ଜିଲ୍ଲା ୟେଲୋ ଜୋନରେ ଅଛି। ଟିପିଆରରେ ଖୋର୍ଦ୍ଧା, କଟକ, ବୈଦ୍ଧ, ସମ୍ବଲପୁର ଓ ସୁନ୍ଦରଗଡ ରେଡ ଜୋନରେ ଅଛନ୍ତି। ଏହି ସବୁ ଜିଲ୍ଲାରେ ପିଜିଟିଭ୍ ହାର ୭.୫ ପ୍ରତିଶତରୁ ଅଧିକ ରହିଛି। ସେହିପରି ୫.୯ ପ୍ରତିଶତ କିମ୍ବା ତାଠାରୁ ଊର୍ଦ୍ଧ୍ୱ ପଜିଟିଭ୍ ରେଟ୍ ସହ ଗଞ୍ଜାମ ଓ ସୋନପୁର ୟେଲୋ ଜୋନରେ ଅଛନ୍ତି। 

ସେପଟେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ମାସ୍କ ବ୍ୟବହାର ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଏଣିକି ଜନଗହଳିପୂର୍ଣ୍ଣ ଅଞ୍ଚଳ, ପାର୍କ, ମନ୍ଦିର, ଓପନ ଜିମ୍‌ ସହ ବଜାର ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ। ଦୋକାନୀମାନେ 'ନୋ ମାସ୍କ, ନୋ ଏଣ୍ଟ୍ରି, ନୋ ମାସ୍କ, ନୋ ଗୁଡ୍ସ' ଲେଖିବେ। ସହରର ସମସ୍ତ ପେଟ୍ରୋଲ ପମ୍ପରେ ମାସ୍କ ନିୟମ କଡ଼ାକଡି଼ ପାଳନ ହେବ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

Also Read: NEET-UG 2022: ପରୀକ୍ଷା ପୂର୍ବରୁ ଅନ୍ତବସ୍ତ୍ର ଖୋଲିଲେ ଶତାଧିକ ଛାତ୍ରୀ, ମାଲପ୍ରାକ୍ଟିସ୍ ଅଭିଯୋଗର

ଅନ୍ୟପଟେ ଦେଶରେ ଦିନକରେ ୧୫ ହଜାର ୫୨୮ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ କୋରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୭୮୫କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୬୫୪କୁ ପହଞ୍ଚିଥିବା ବେଳେ୪ କୋଟି ୩୧ ଲକ୍ଷ ୧୩ ହଜାର ୬୨୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  

Read More
{}{}