Hindi News >>Home >>Bhubneshwar

Covid-19 Vaccination: କ'ଣ ଆପଣ ବି ଟିକା ନେଇ ନାହାନ୍ତି କି? ସରକାର ନେବାକୁ ଯାଉଛନ୍ତି ଏବି ବଡ଼ ପଦକ୍ଷେପ

Covid-19 Vaccination, ରାଜ୍ୟରେ ଜୁଲାଇ ଶେଷ ସପ୍ତାହରୁ ଦୈନିକ କୋରୋନା ସଂକ୍ରମଣ ହ୍ରସ ପାଉଛି। ଗତ ସପ୍ତାହେ ହେଲା ପ୍ରତିଦିନ ୩୦୦ରୁ କମ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। କିନ୍ତୁ ଏହାରି ମଧ୍ୟରେ ଏକ ସତର୍କ ଘଣ୍ଟି ବାଜିଛି।

Advertisement
Covid-19 Vaccination: କ'ଣ ଆପଣ ବି ଟିକା ନେଇ ନାହାନ୍ତି କି? ସରକାର ନେବାକୁ ଯାଉଛନ୍ତି ଏବି ବଡ଼ ପଦକ୍ଷେପ
Stop
Zee Odisha Desk|Updated: Sep 03, 2022, 03:23 PM IST

Covid-19 Vaccination, ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି। ଖୁବଶୀଘ୍ର ମହାମାରୀ କୋରୋନା ଟିକାର ମାଗଣା ବଣ୍ଟନ ବନ୍ଦ ହେବାକୁ ଯାଉଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ଟିକା ଦିଆଯିବ। ତେଣୁ ଯେଉଁମାନେ କୋଭିଡ୍ ଟିକା ନେଇ ନାହାନ୍ତି, ସେମାନେ ଅବଧି ସରିବା ପୂର୍ବରୁ ସରକାରୀ କେନ୍ଦ୍ରରୁ ଟିକା ନେବାକୁ ସରକାର ଅପିଲ କରିଛନ୍ତି। ତେବେ ରାଜ୍ୟର ୬ ଜିଲ୍ଲାର ଲୋକ କୋରୋନା ଟିକା ନେବାକୁ ଆଗ୍ରହ ଦେଖାଉନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟରେ ଜୁଲାଇ ଶେଷ ସପ୍ତାହରୁ ଦୈନିକ କୋରୋନା ସଂକ୍ରମଣ ହ୍ରସ ପାଉଛି। ଗତ ସପ୍ତାହେ ହେଲା ପ୍ରତିଦିନ ୩୦୦ରୁ କମ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। କିନ୍ତୁ ଏହାରି ମଧ୍ୟରେ ଏକ ସତର୍କ ଘଣ୍ଟି ବାଜିଛି। ରାଜ୍ୟରେ ଖୁବଶୀଘ୍ର ମାଗଣା କୋରୋନା ଟିକା ବଣ୍ଟନ ବନ୍ଦ ହେବାକୁ ଯାଉଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ମାଗଣା ଟିକାର ଅବଧି ସରୁଛି। ଆଉ ମାତ୍ର ୨୭ ଦିନ ଲୋକଙ୍କୁ ବିନା ଦେୟରେ କୋରୋନା ଟିକା ଦିଆଯିବ। ତେଣୁ ତୁରନ୍ତ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି।

Also Read: ଶାଶୁ-ବୋହୂଙ୍କ ପାଇଁ ଶିବିର ଆୟୋଜନ କରିବେ ଓଡ଼ିଶା ସରକାର, ଫ୍ୟାମିଲି ପ୍ଲାନିଂ ଉପରେ ଦିଆଯିବ ଜ୍ଞାନ

ସ୍ୱାସ୍ଥ୍ୟ ବିଭାଗର ତଥ୍ୟାନୁସାରେ, ଶନିବାର ମଧ୍ୟାହ୍ନ ସୁଦ୍ଧା ମୋଟ ୭ କୋଟି ୫୮ ଲକ୍ଷ ୨୨ ହଜାର ୨୭୫ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୩ କୋଟି, ୫୧ ଲକ୍ଷ ୫୨ ହଜାର ୧୦୩ ଜଣ ପ୍ରଥମ ଜୋଡ୍ ନେଇଥିବା ବେଳେ ୩ କୋଟି ୨୬ ଲକ୍ଷ ୫୦ ହଜାର ୬୫୯ ଲୋକ ଦ୍ୱିତୀୟ ଡୋଜ୍ କୋରୋନା ଟିରା ନେଇଛନ୍ତି। ସେହିପରି ୮୦ ଲକ୍ଷ ୧୯ ହଜାର ୫୧୩ ଜଣ ପ୍ରିକସନ ଡୋଜ ନେଇଛନ୍ତି। ତେବେ ରାଜ୍ୟର ୭୫ ଭାଗ ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ପ୍ରିକସନ ଡୋଜ ନେଇ ନାହାନ୍ତି। ଆଉ ୨୩ ଲକ୍ଷ ୩୨ ହଜାର ଲୋକ ଦ୍ବିତୀୟ ଡୋଜ ନେଇନାହାନ୍ତି।

ଅନ୍ୟପଟେ ରାଜ୍ୟର ୬ ଜିଲ୍ଲାର ଲୋକ କୋରୋନା ଟିକା ନେବାକୁ ଆଗ୍ରହ ଦେଖାଉ ନାହାନ୍ତି। ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ଼ରେ କୋରୋନା ଟିକାକରଣର ହାର କମ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧାରେ ମୋଟ ୫୩ ଲକ୍ଷ ୪୨ ହଜାର ୯୯୪ଟି ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। କଟକରେ ଏହି ସଂଖ୍ୟା ୪୧ ଲକ୍ଷ ୪୦ ହଜାର ୧୭୪ ରହିଥିବା ବେଳେ ପୁରୀରେ ୨୮ ଲକ୍ଷ ୫୪ ହଜାର ୧୧୭ ରହିଛି। 

Also Read: Odisha Weather Update: ଚଳିତ ବର୍ଷ ବି ଫିକା ପଡିବ ପାର୍ବଣ! ଆସୁଛି ଆଉ ଦୁଇଟି ଲଘୁଚାପ

ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଏବେ ସୁଦ୍ଧା ରାଜ୍ୟରେ ୨୩୦୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ୨୨ ହଜାର ୬୮ ଜଣଙ୍କର ନମୂନା ପରୀକ୍ଷା ସରିଛି। ଗତବର୍ଷ ୧୦ ହଜାର ୮୩୩ ନମୂନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ଚିହ୍ନଟ ହୋଇଥିଲେ ୨ ହଜାର ୮୭୮ ରୋଗୀ। ଚଳିତ ବର୍ଷ ଖୋର୍ଦ୍ଧାରେ ୧୧୨୫, କୋରାପୁଟରେ ୩୪୨, ମାଲକାନଗିରିରେ ୧୭୭, ରାୟଗଡ଼ାରେ ୨୬୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲେଟେଲେଟ ପର୍ଯ୍ୟାପ୍ତ ରହିଛି। ରାଜ୍ୟରେ ୯ଟି ରକ୍ତ ଭଣ୍ଡାରରେ ପ୍ଲେଟେଲେଟ ପ୍ରୁଥିକିକରଣ ୟୁନିଟ କାର୍ଯ୍ୟକ୍ଷମ ଅଛି।

Read More
{}{}