Hindi News >>Home >>Bhubneshwar

Odisha Govt Holidays 2023: ସରକାରୀ କର୍ମଚାରୀଙ୍କ ଛୁଟିଦିନ ଖାଇଗଲା କ୍ୟାଲେଣ୍ଡର!

Odisha Govt Holidays 2023: ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଦ୍ୱାରା ଜାରି ଚିଠି ଅନୁସାରେ, ୨୦୨୩ରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ମୋଟ ୨୭ଟି ସରକାରୀ ଛୁଟି ପାଇବେ। ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ ବ୍ୟାଙ୍କ କର୍ମଚାରୀମାନେ ୯ଟି କମ୍‌ ଛୁଟି ପାଇବେ। ଛୁଟିଦିନରେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।

Advertisement
Odisha Govt Holidays 2023: ସରକାରୀ କର୍ମଚାରୀଙ୍କ ଛୁଟିଦିନ ଖାଇଗଲା କ୍ୟାଲେଣ୍ଡର!
Stop
Zee Odisha Desk|Updated: Nov 02, 2022, 09:20 AM IST

Odisha Govt Holidays 2023, ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ ବର୍ଷ ପାଇଁ ଛୁଟିଦିନ ତାଲିକା ପ୍ରକାଶ କରାଯାଇଛି। ତେବେ ଏଥର ସକକାରୀ କର୍ମଚାରୀମାନଙ୍କୁ ଏକ ଶକ୍ତ ଝଟକା ଲାଗିଛି। କାରଣ ଗତବର୍ଷ ତୁଳନାରେ ଏଥର ସେମାନଙ୍କ ଛୁଟିଦିନ ହ୍ରାସ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ଦ୍ୱାରା ଜାରି ଚିଠି ଅନୁସାରେ, ୨୦୨୩ରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀମାନେ ମୋଟ ୨୭ଟି ସରକାରୀ ଛୁଟି ପାଇବେ। କିନ୍ତୁ ୭ଟି ଛୁଟି ହ୍ରାସ ପାଇଥିବା କୁହାଯାଉଛି।

ରାଜ୍ୟ ସରକାରଙ୍କ ୨୦୨୩ ଛୁଟି ତାଲିକା ଅନୁସାରେ, ଆସନ୍ତା ବର୍ଷରେ ମୋଟ ୨୭ଟି ସରକାରୀ ଛୁଟି ରହିଛି। ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକ ୧୯ଦିନ ଛୁଟି ରହିବ। ୭ଟି ପ୍ରମୁଖ ପର୍ବପର୍ବାଣୀ ଏଥର ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ଭଳି ଛୁଟି ଦିନରେ ପଡୁଛି। ୨୦୨୩ରେ ଦ୍ବିତୀୟ ଶନିବାରରେ ମକର ସଂକ୍ରାନ୍ତି, ମହାଳୟା ପଡ଼ୁଥିବାବେଳେ ଚତୁର୍ଥଶନିବାରରେ ଇଦ୍‌-ଉଲ୍‌-ଫିତର୍‌, କୁମାର ପୂର୍ଣ୍ଣିମା ପଡୁଛି। ସେହିପରି ରବିବାରରେ ପଞ୍ଚାୟତିରାଜ ଦିବସ, ମହାଅଷ୍ଟମୀ, କାଳୀପୂଜା ପଡ଼ୁଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ତୁଳନାରେ ବ୍ୟାଙ୍କ କର୍ମଚାରୀମାନେ ୯ଟି କମ୍‌ ଛୁଟି ପାଇବେ। 

Also Read: 'Blue Tick' ପାଇଁ ଏତିକି ଟଙ୍କା ଚାର୍ଜ କରିବ Twitter, ମିଳିବ ଏହି ସବୁ ସୁବିଧା

୨୦୨୩ର ସରକାରୀ ଛୁଟିଦିନ-

୧. ଜାନୁଆରୀ ୨୩- ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ / ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

୨. ଜାନୁଆରୀ ୨୬- ଗଣତନ୍ତ୍ର ଦିବସ / ବସନ୍ତ ପଞ୍ଚମୀ

୩. ଫେବୃଆରୀ ୧୮- ମହା ଶିବରାତ୍ରୀ

୪. ମାର୍ଚ୍ଚ ୭- ଦୋଳ ପୂର୍ଣ୍ଣିମା

୫. ମାର୍ଚ୍ଚ ୮- ହୋଲି

୬. ମାର୍ଚ୍ଚ ୩୦- ରାମ ନବମୀ

୭. ଏପ୍ରିଲ ୧- ଉତ୍କଳ ଦିବସ

୮. ଏପ୍ରିଲ ୭- ଗୁଡ୍ ଫ୍ରାଇଡେ

୯. ଏପ୍ରିଲ ୧୪- ମହା ବିଷ୍ଣୁ ସଂକ୍ରାନ୍ତି / ଆମ୍ବେଦକର ଜୟନ୍ତୀ

୧୦. ମଇ ୫- ବୁଦ୍ଧ ପୂର୍ଣ୍ଣିମା / ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ

୧୧. ମଇ ୧୯- ସାବିତ୍ରୀ ଅମାବାସ୍ୟା

୧୨. ଜୁନ ୧୪- ପାହିଲି ରଜ

୧୩. ଜୁନ ୧୫- ରଜ ସଂକ୍ରାନ୍ତି

୧୪. ଜୁନ ୨୦- ରଥ ଯାତ୍ରା

୧୫. ଜୁନ ୩୦- ଇଦ୍-ଉଲ୍-ଜୁହା

୧୬. ଜୁଲାଇ ୨୮- ମୋହରମ

୧୭. ଅଗଷ୍ଟ ୧୫- ସ୍ୱାଧୀନତା ଦିବସ

୧୮. ଅଗଷ୍ଟ ୩୦- ଝୁଲଣ ଯାତ୍ରା

୧୯. ସେପ୍ଟେମ୍ବର ୧୯- ଗଣେଶ ପୂଜା

୨୦. ସେପ୍ଟେମ୍ବର ୨୦- ନୂଆଁଖାଇ

୨୨. ସେପ୍ଟେମ୍ବର ୨୯- ମହମ୍ମଦ ଜୟନ୍ତୀ

୨୨. ଅକ୍ଟୋବର ୨- ଗାନ୍ଧୀ ଜୟନ୍ତୀ

୨୩. ଅକ୍ଟୋବର ୨୧- ମହାସପ୍ତମୀ

୨୪. ଅକ୍ଟୋବର ୨୩- ମହାନବମୀ

୨୫. ଅକ୍ଟୋବର ୨୪- ବିଜୟା ଦଶମୀ

୨୬. ନଭେମ୍ବର ୨୭- ରାହସ ପୂର୍ଣ୍ଣିମା

୨୭. ଡିସେମ୍ବର ୨୫- ବଡ଼ଦିନ

Also Read: ଘରର ଏହି ୩ଟି ସ୍ଥାନରେ ଭୁଲରେ ବି ରଖନ୍ତୁନି ଚାବି, ଅସନ୍ତୁଷ୍ଟ ହୋଇପାରନ୍ତି ମା ଲକ୍ଷ୍ମୀ;

ଇଚ୍ଛାଧୀନ ଛୁଟିଦିନ-

୧. ଜାନୁଆରୀ ୨- ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ

୨. ଜାନୁଆରୀ ୨୫- ବ୍ରହ୍ମୋ ସମାଜର ପ୍ରତିଷ୍ଠା ଦିବସ

୩. ଏପ୍ରିଲ ୮- ଇଷ୍ଟର ଶନିବାର

୪. ମଇ ୨୨- ରାଜା ରାମ ମୋହନ ରୟ ଜୟନ୍ତୀ

୫. ଜୁନ୍ ୨୮- ବାହୁଡାଯାତ୍ରା

୬. ନଭେମ୍ବର ୨୧- ଅଁଳା ନବମୀ

୭. ଡିସେମ୍ବର ୫- ପ୍ରଥମାଷ୍ଟମୀ

 

ସୁବାଷ ବୋଷ ଜୟନ୍ତୀ, ଦୋଳ ପୂର୍ଣ୍ଣିମା, ବୁଦ୍ଧ ପୂର୍ଣ୍ଣିମା, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ମହରମ୍‌,ଝୁଲଣ ପୂର୍ଣ୍ଣିମା, ମହମ୍ମଦ ଜୟନ୍ତୀ, ମହାସପ୍ତମୀରେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।

 

 

 

 

Read More
{}{}