Hindi News >>Home >>Bhubneshwar

ward no 37 Land Encroachment: ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ

Ward no 37 Land Encroachment: ଏହି ବୋର୍ଡ ଭଙ୍ଗାକୁ ନେଇ ସେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର ନୂଆପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। 

Advertisement
ward no 37 Land Encroachment: ସରକାରୀ ଫଳକ ଭଙ୍ଗାକୁ ନେଇ କର୍ପୋରେଟରଙ୍କ ବିରୋଧ
Stop
Zee Odisha Desk|Updated: Dec 10, 2022, 04:11 PM IST

Ward no 37 Land Encroachment: ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର (Bhubaneswar) ଏକ ପ୍ରମୁଖ ଓ୍ୱାର୍ଡ ହେଉଛି ୩୭ (Ward 37)। ରାଜଧାନୀର (Capital) ମଧ୍ୟ ଭାଗରେ ରହିଛି ଏହି ଓ୍ୱାର୍ଡ। ଫଳରେ ସବୁଦିଗରୁ ପ୍ରାୟତଃ ଏହି ଓ୍ୱାର୍ଡ ଚର୍ଚ୍ଚାରେ ରହିଥାଏ। କିନ୍ତୁ ରାଜନୀତିର ପଶାପାଲିରେ ଛନ୍ଦି ହେଉଥିବା ଏହି ଓ୍ୱାର୍ଡ ଏବେ କିନ୍ତୁ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛି। ଓ୍ୱାର୍ଡର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଓ୍ୱାର୍ଡର କର୍ପୋରେଟର ବନ୍ଦିତା ପାଲ ସର୍ବଦା ପ୍ରୟାସ କରି ଆସୁଛନ୍ତି। ବିଏମସି ସହାୟତାରେ ନିକଟରେ ଏକ ବଡ଼ ଧରଣର ଜବରଦଖଲକୁ ହଟାଇ ଥିଲେ ସେ। ଜବରଦଖଲକୁ ହଟାଇବା ସହିତ ସେଠାରେ ସରକାରୀ ଫଳକ ମଧ୍ୟ ଲଗାଇଥିଲେ। ଉକ୍ତ ଜବରଦଖଲ ହୋଇଥିବା ସ୍ଥାନଟି ହେଉଛି ବେହେରାସାହିରେ ଥିବା ବିଭବ ଗୁଲମୋହର ଆଗରେ ଥିବା ପ୍ରାୟ ୫୦୦ ଡିସିମିଲ ସ୍ଥାନ। ଏଠାରୁ ଜବର ଦଖଲ ଉଠାଇ ତାହା ଓଡ଼ିଶା ସରକାରଙ୍କ ସମ୍ପତ୍ତି। ବେଆଇନ ଅନୁପ୍ରବେଶ ଦଣ୍ଡନୀୟ ବୋଲି ବିଏମସି ପକ୍ଷରୁ ଲେଖାଯାଇଥିଲା। ଏହି ବୋର୍ଡ ଲେଖାଯିବା ପରେ ପ୍ରାୟ ଦୁଇମାସ ହେବ ଜବରଦଖଲ ହୋଇନଥିଲା। କିନ୍ତୁ ଗତକାଲି ପ୍ରାୟତଃ ଅପରାହ୍ଣ ସମୟରେ ଉକ୍ତ ବୋର୍ଡକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିଥିଲେ କର୍ପୋରେଟର ବନ୍ଦିତା ପାଲ ଓ ତାଙ୍କ କର୍ମୀବୃନ୍ଦ। 

ଏହି ବୋର୍ଡ ଭଙ୍ଗାକୁ ନେଇ ସେ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି। ବିଏମସି ଅଧିକାରୀ ଓ ବିଲ୍ଡରଙ୍କ ସଲାସୁତୁରାରେ ଏହା ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ କରି ସମ୍ପୃକ୍ତ ଓ୍ୱାର୍ଡର ୨୦ରୁ ଅଧିକ ବାସିନ୍ଦା ସମ୍ପୃକ୍ତ ଆପାର୍ଟମେଣ୍ଟ ସାମ୍ନାରେ ଧାରଣା ଦେଇଥିଲେ। ସେପଟେ କର୍ପୋରେଟର ନୂଆପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। 

ସୂଚନାଯୋଗ୍ୟ ୩୭ ନମ୍ବର ଓ୍ୱାର୍ଡର ପ୍ରାୟ ୫୦୦ ଡିସିମିଲ ଜମି ଜଣେ ବିଲଡରଙ୍କ ଦ୍ୱାରା ଜବରଦଖଲ କରାଯାଇଥିବା ନେଇ ଅଭିଯୋଗ ହୋଇ ଆସୁଛି। ଏହି ଜବରଦଖଲ ସ୍ଥାନରେ ଓ୍ୱାର୍ଡର କାର୍ଯ୍ୟାଳୟ କରିବାକୁ କର୍ପୋରେଟର ବନ୍ଦିତା ପାଲ ବିଏମସିକୁ ଚିଠି ଲେଖିଥିଲେ। ତାଙ୍କ ଚିଠି ଆଧାରରେ ମେୟର ସୁଲୋଚନା ଦାସ ଘଟଣାସ୍ଥଳ ପରିଦର୍ଶନ କରି ଉଚ୍ଛେଦ କରିବାକୁ ଆଦେଶ ଦେଇଥିଲେ। ଏକ ସ୍ୱତନ୍ତ୍ର ଟିମ ଜରିଆରେ ମାପଚୁପ ମଧ୍ୟ ହୋଇଥିଲା। ମାପଚୁପ ପରେ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଆସିଥିଲା। ଏଠାକରେ ବୋର୍ଡ ଲଗାଇବା ସହିତ ଅନୁପ୍ରବେଶ କିମ୍ବା ଜବରଦଖଲ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦର୍ଶାଇଥିଲେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ଏହାକୁ କେହି ଉପାଡି ଫୋପାଡ଼ି ଦେଇଥିଲେ। ଏହା ଦେଖି କର୍ପୋରେଟର ବନ୍ଦିତା ପାଲଙ୍କ ସ୍ୱାମୀ ଅର୍ଜୁନ ବେହେରା ବିଏମସିକୁ ସୂଚନା ଦେଇଥିଲେ। ଏହା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସମେତ ସେ ଧାରଣା ଦେଇଥିଲେ। ଉଚ୍ଛେଦ ପରେ ଓ୍ୱାର୍ଡ କାର୍ଯ୍ୟାଳୟ ନିର୍ମାଣରେ ବିଳମ୍ବ ହେବା କାରଣରୁ ଏଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ବେହେରା କହିଛନ୍ତି।

Read More
{}{}