Hindi News >>Home >>Bhubneshwar

କରୋନାର ଦ୍ଵିତୀୟ ଲହର ଭଳି ଆଗକୁ ଘାତକ ହେବନାହିଁ କରୋନା , ଆକଳନ କରୁଛନ୍ତି ଡାକ୍ତର

 Corona Wave ଦେଶରେ କୋଭିଡ ସଂକ୍ରମଣ  ସାମାନ୍ୟ ଉପରମୁହାଁ ହୋଇଥିବା ଜଣାପଡିଛି। ସେହିପରରି ରାଜ୍ୟରେ କିଛି କେସ୍ ବିଢିଥିବା ଜଣାପଡିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ତେବେ ଜୁନ 21ରୁ ସେପଚେମ୍ବର ମାସ ଯାଏଁ ଡୋର ଟୁ ଡୋର ସର୍ଭିଲାନ୍ସ ଚାଲିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ତେବେ ମହାମାରୀର ଶେଷ ପର୍ଯ୍ୟାୟ ପହଞ୍ଚି ସାରିଥିବା ବେଳେ ସାମାନ୍ୟ ଇନଫେକସନ ଦେଖାଯିବ, ସେଥି ପାଇଁ ଅତି କମରେ ସମସ୍ତେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।  

Advertisement
କରୋନାର ଦ୍ଵିତୀୟ ଲହର ଭଳି ଆଗକୁ ଘାତକ ହେବନାହିଁ କରୋନା , ଆକଳନ କରୁଛନ୍ତି ଡାକ୍ତର
Stop
Rajesh Kumar Samantaray |Updated: Jun 16, 2022, 08:39 PM IST

କରୋନା ଦୈନିକ ସଂକ୍ରମଣ ତଥ୍ୟ ରାଜ୍ୟରେ ଶେଷ ସାତ ଦିନ ଭିତରେ ଦୁଇ ଅଙ୍କ ଭିତରେ ରହୁଛି।ଯଦି ଆଜିର କଥା କହିବା ସଂକ୍ରମଣରେ  ସାମାନ୍ୟ  ବୃଦ୍ଧି ପାଇଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁ ଭଳି ସଂକ୍ରମଣ ବଢୁଛି ତାକୁ ଆଖି ଆଗରେ ରଖି ସତର୍କତା ମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ତତ୍ପର ହୋଇପଡିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ସର୍ଭିଲାନ୍ସ ଚାଲିବ କଥା ତାହା ମଧ୍ୟ ଚାଲୁ ରହିଛି । ତେବେ ଆଗକୁ ସଂକ୍ରମଣ କମାଇବା ପାଇଁ ଟେଷ୍ଟିଂ ବଢ଼େଇବା ପାଇଁ ନିର୍ଦେଶ ମଧ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକ ମାନଙ୍କୁ ଅପିଲ  କରାଯାଉଛି ଯେ , ଯେଉଁ ମାନଙ୍କର ଲକ୍ଷଣ ଦେଖା ଯାଉଛି ସେମାନେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ । ଅନ୍ୟଥା ଭିଡ଼କୁ ଯାଆନ୍ତୁ ନାହିଁ କି ଭିଡ଼ କରନ୍ତୁ ନାହିଁ,  ଅତି କମରେ ମାକ୍ସ ପିନ୍ଧନ୍ତୁ ବୋଲି କୁହାଯାଉଛି । ଏଠି ସହିତ ଲୋକମାନେ ସ୍ବତ ପ୍ରବୃତ୍ତି ଭାବେ ଆଗକୁ ଆସି ଟେଷ୍ଟିଂ କରାଇ ନିଅନ୍ତୁ ଓ  ଅଳ୍ପ ବଢିଲେ ବି ତାକୁ ଅଣଦେଖା କରିବାନି ବୋଲି କହି  ସତର୍କ ରହିବାକୁ  ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ ନିର୍ଦେଶ ଦେଇଛି । 

 ଆଜି କୋଭିଡ ସଂକ୍ରମଣ ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ଯେ , ଆଗକୁ କରୋନା ସଂକ୍ରମଣକୁ ନଜର ରଖି ସମୀକ୍ଷା ନିଆଯିବା ସହ ଜିଲ୍ଲାପାଳ ମାନଙ୍କୁ ସଂକ୍ରମଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦେଶ ଦିଆଯାଇଛି । କୋଭିଡ ସମେତ ସମସ୍ତ ରୋଗକୁ ଚିହ୍ନଟ କରିବା ପାଇଁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଜୁନ 21ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସର୍ଭିଲାନ୍ସ ଚାଲିବ ବୋଲି କହିଛନ୍ତି । ସ୍ବାସ୍ଥ୍ୟ କର୍ମୀ ମାନେ ଘରକୁ ଘର ବୁଲି ସର୍ଭେ କରିବେ । ତେବେ ବର୍ତମାନ ପରିସ୍ଥିତିରେ ମହାମାରୀର ଅନ୍ତିମ ପର୍ଯ୍ୟାୟରେ ସାରା ବିଶ୍ବ ପହଞ୍ଚିଛି । ଯେଉଁ ସଂକ୍ରମଣ ଦେଖା ଦେଉଛି, ତାହା ବ୍ୟାପକ ନ ହୋଇ କେବଳ ଅଳ୍ପ କେତେକ ଅଂଚଳରେ ସୀମିତ ରହିବ । ରୋଗୀ ଗୁରୁତର ହେବେ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । 

 ଅପରପକ୍ଷରେ  ଦେଶରେ ଦୈନିକ କୋରୋନା ସଂକ୍ରମଣ ୧୨ ହଜାର ଟପିଛି । ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଦିନକରେ ୧୧ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୮୦୩କୁ ବୃଦ୍ଧି ପାଇଛି । ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୮ ହଜାର ୨୧୫ ରହିଛି । ସେହିପରି ଏଯାଏ ସୁସ୍ଥ ହୋଇଛନ୍ତି ୪ କୋଟି ୨୬ ଲକ୍ଷ ୭୪ ହଜାର ୭୧୨ । ତେବେ ଦ୍ଵିତୀୟ ଲହରକୁ ହାଲୁକା ଭାବରେ ନେଇ ସରକାର ଯେଉଁ  ଭଳି ଭାବରେ ଅକ୍ସିଜେନ ସଙ୍କଟ ଭଳି ବଡ ସମସ୍ୟାକୁ ସାମନା କରିଥିଲା। ତେଣୁ ଆଗକୁ ଏହି ଭଳି ପରିସ୍ଥିତିର ପୁରାବୃତ୍ତି ନହେବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଆଗୁଆ ନେଉଥିବା ଜଣାପଡିଛି । 

Read More
{}{}