Hindi News >>Home >>Bhubneshwar

5G Network : ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଉପେକ୍ଷା, ଏହି ଦିନ ଆରମ୍ଭ ହେବ High Speed Internet ସେବା

କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ଜି ମୋବାଇଲ ସେବା ଆରମ୍ଭ କରିବାକୁ ଥିବା ସମ୍ଭାବ୍ୟ ସହର ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ଲକ୍ଷ୍ନୌ, ପୁନେ, ଅହମ୍ମଦାବାଦ, ଗାନ୍ଧୀନଗର, ଜାମନଗର, ଚଣ୍ଡୀଗଡ, ଗୁରୁଗ୍ରାମ ସାମିଲ ଅଛନ୍ତି। 

Advertisement
ଡିଜାଇନ୍ ଫଟୋ
Stop
Zee Odisha Desk|Updated: Jun 21, 2022, 11:57 AM IST

5G Network : ମାସେ ପରେ ଦେଶରେ ହାଇ ସ୍ପିଡ୍ ଇଣ୍ଟରନେଟ ସେବା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ୫ଜି ମୋବାଇଲ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଦେଶର ୨୫ଟି ପ୍ରମୁଖ ସହରରେ ସେବା ଆରମ୍ଭ ହେବା ନେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ। ତେବେ ସମ୍ଭାବ୍ୟ ୨୫ଟି ସହରରେ ଓଡିଶାର କୌଣସି ସ୍ଥାନ ପାଇନାହିଁ। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। 

କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ଜି ମୋବାଇଲ ସେବା ଆରମ୍ଭ କରିବାକୁ ଥିବା ସମ୍ଭାବ୍ୟ ସହର ତାଲିକା ପ୍ରସ୍ତୁତ ହୋଇଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ଲକ୍ଷ୍ନୌ, ପୁନେ, ଅହମ୍ମଦାବାଦ, ଗାନ୍ଧୀନଗର, ଜାମନଗର, ଚଣ୍ଡୀଗଡ, ଗୁରୁଗ୍ରାମ ସାମିଲ ଅଛନ୍ତି। ଏହି ସବୁ ସହରରେ ପରୀକ୍ଷାମୂଳକ ଭାବେ ୫ଜି ମୋବାଇଲ ସେବା ଆରମ୍ଭ ହେବ। ଭୋପାଳରେ ମଧ୍ୟ ଏହି ମୋବାଇଲ ସେବା ଉପଲବ୍ଧ ହେବ। କିନ୍ତୁ ଏଥିରୁ ଓଡିଶାର ବଞ୍ଚିତ ହୋଇଛି। ୫ଜି ସେବା ପ୍ରତି ରାଜ୍ୟ ସରକାର କିମ୍ବା ଓଡିଆ କେନ୍ଦ୍ର ମନ୍ତ୍ରୀଙ୍କ ଆନ୍ତରୀକତା ନଥିବା କୁହାଯାଉଛି।

Also Read: ଅଗ୍ନିବୀରଙ୍କୁ ନେଇ ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା, ମିଳିବ ଚାକିରିର ଗ୍ୟାରେଣ୍ଟି

ବିଭିନ୍ନ ମାନକରେ ସ୍ମାର୍ଟସିଟି ଭୁବନେଶ୍ୱର ଦେଶର ଅନ୍ୟ ସହର ତୁଳନାରେ ବହୁତ ଭଲ ସ୍ଥାନରେ ଅଛି। ସରକାର ଯେଉଁ ସବୁ ସହରରେ ୫ଜି ମୋବାଇଲ ସେବା ଆରମ୍ଭ କରିବାକୁ ଯୋଜନା କରିଛନ୍ତି ସେଥିମଧ୍ୟରୁ ଅନେକରେ ଭୁବନେଶ୍ୱରଠାରୁ ନିମ୍ନମାନ ଟେଲି ସାନ୍ଧ୍ରତା ଅଛି। ସୂତ୍ରାନୁସାରେ, ଚଳିତବର୍ଷ ଓଡିଶାର କୌଣସି ସହରରେ ୫ଜି ମୋବାଇଲ ସେବା ଆରମ୍ଭ ହେବ ନାହିଁ। ଓଡିଶାରୁ ଟେଲିକମ ମନ୍ତ୍ରୀ ଥିଲେ ମଧ୍ୟ ରାଜ୍ୟରେ ୫ଜି ସେବା ଉପଲବ୍ଧ ନ ହେବା ବିଡମ୍ବନାର ବିଷୟ ବୋଲି ଲୋକେ କହୁଛନ୍ତି।

ଅନ୍ୟପଟେ, କୋଣାର୍କୋରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ,  ଓଡିଶାକୁ ୫ଜି ସେବା  ଖୁବଶୀଘ୍ର ଆସିବ। ପ୍ରଥମ ପର୍ଯ୍ୟାୟ (ଅଗଷ୍ଟ-ସେପ୍ଟେମ୍ବର)ରେ ଭାରତର ୨୦-୨୫ଟି ସହରରେ ୫ଜି ସେବା ଆରମ୍ଭ ହେଉଥିବା ବେଳେ ଦ୍ବୀତୀୟ ପର୍ଯ୍ୟାୟରେ ଓଡିଶାକୁ ୫ଜି ପ୍ରବେଶ କରିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହ  ଓଡିଶାର ଜୁନାଗଡ, ମାଲକାନାଗିରୀ ଭଳି ଅଂଚଳକୁ ରେଳପଥ ସଂଯୋଗୀକରଣ ପାଇଁ ବିଭାଗ ଜୋରଦାର କାମ କରୁଛି ବୋଲି ସେ କହିଛନ୍ତି।

 

 

 

Read More
{}{}