Hindi News >>Home >>Zee Odisha

Political news:ରାଷ୍ଟ୍ରପତି କରି ମଧ୍ୟ ହୋଇ ପାରିଥାନ୍ତା ଆଡଭାନୀଙ୍କ ସମ୍ମାନ, ଶିବସେନାର ସଂଜୟଙ୍କ ବିଜେପି ଉପରେ ଆକ୍ରମଣ

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତିକୁ ଶିବସେନା(ଉଦ୍ଧବ) ସ୍ୱାଗତ କରିବା ସହିତ ବିଜେପିକୁ ଟାର୍ଗେଟ୍ କରିଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ବରିଷ୍ଠ ବିଜେପି ନେତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଥିଲା କିନ୍ତୁ ତାଙ୍କୁ କଣଠେଶା କର

Advertisement
SOCIAL MEDIA
Stop
Zee Odisha Desk|Updated: Feb 04, 2024, 07:58 PM IST

Political news:

ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତିକୁ ଶିବସେନା(ଉଦ୍ଧବ) ସ୍ୱାଗତ କରିବା ସହିତ ବିଜେପିକୁ ଟାର୍ଗେଟ୍ କରିଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ବରିଷ୍ଠ ବିଜେପି ନେତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଥିଲା କିନ୍ତୁ ତାଙ୍କୁ କଣଠେଶା କରି ଦିଆଯାଇଥିଲା। ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବ। ଏହି ଘୋଷଣା ଉପରେ ନିଜ ପ୍ରତିକ୍ରିୟା ରଖି ଆଡଭାନୀ କହିଥିଲେ ଯେ, ଏହା ତାଙ୍କ ପାଇଁ ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ।

୯୬ ବର୍ଷୀୟ ଆଡଭାନୀ ଏହି ସମ୍ମାନ ପାଇବାରେ ୫୦ତମ ବ୍ୟକ୍ତି ଅଟନ୍ତି। ଗୁଜରାଟର ଚତୁର୍ଥ ବ୍ୟକ୍ତି ଭାବେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି। ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶିବସେନା ୟୁବିଟି ନେତା ରାଉତ କହିଛନ୍ତି ଯେ ଆଜି ବିଜେପି ଯାହା ବି କିଛି  ତାହା ଆଡଭାନୀଙ୍କ ରଥଯାତ୍ରା ଯୋଗୁଁ ସମ୍ଭବ ହୋଇଛି। ଆଡଭାନୀଙ୍କୁ ଦେଶର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇପାରିଥାନ୍ତା କିନ୍ତୁ ବିଜେପି ତାହା କରିନଥିଲା। ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ଥିଲେ ମଧ୍ୟ ତାଙ୍କୁ ନଜର ଅନ୍ଦାଜ କରା ଯାଇଥିଲା।

ରାମ ମନ୍ଦିର ପ୍ରତିଷ୍ଠା ବର୍ଷରେ ଭାରତ ରତ୍ନ

ରାମ ମନ୍ଦିର ଆନ୍ଦୋଳନକୁ ଲାଲକୃଷ୍ଣ ଆଡଭାନୀ ଗତି ଓ ଦୀଗ ଦେଇଥିଲେ। ତାଙ୍କରି ରଥଯାତ୍ରା ପାଇଁ ଏହାକୁ ନେଇ ବ୍ୟାପକ ଜନଆନ୍ଦୋଳନ ହୋଇଥିଲା। ।ଯାହାର ଫଳ ହେଉଛି  ରାମ ମନ୍ଦିର। ଏହା ସଂଯୋଗ ଯେ, ଯେଉଁବର୍ଷ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି ସେହି ବର୍ଷ ଆଡଭାନୀଙ୍କୁ ଭାରତ ରତ୍ନ ମିଳିଛି। ୧୯୯୦ମସିହାରେ ଆଡଭାନୀ ରାମ ମନ୍ଦିର ପ୍ରସଙ୍ଗ ଉଠାଇବା ପାଇଁ ରାମ ରଥଯାତ୍ରା କରିଥିଲେ। ୧୯୯୦ମସିହାରେ ଆଡଭାନୀଙ୍କ ରାମ ରଥଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଏବଂ ହିନ୍ଦୁତ୍ୱବାଦୀ ଦଳ ବିଜେପିକୁ ଆଗକୁ ବଢିବା ପାଇଁ ବାଟ ଖୋଲିଥିବା ବିଜେପି ପାଇଁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଏକ ଅତ୍ୟନ୍ତ ଭାବପ୍ରବଣ ପ୍ରସଙ୍ଗର ବିଜୟୀ ପରିଣାମ । ୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ଆଡଭାନୀ ସୋମନାଥରୁ ତାଙ୍କ ରଥ ଯାତ୍ରା ଆରମ୍ଭ କରିଥିଲେ। ତେବେ ସେ ନିଜର ଯାତ୍ରା ଶେଷ କରିପାରିନଥିଲେ । ବିହାରର ସମସ୍ତିପୁରରୁ ତାଙ୍କୁ  ଲାଲୁ ପ୍ରସାଦ ଯାଦବଙ୍କ ନିର୍ଦ୍ଦେଶରେ ଗିରଫ କରାଯାଇଥିଲା।

{}{}