Hindi News >>Home >>Balasore

Balasore Boita Bandan: ବାଲେଶ୍ୱରରେ ଶେଷ ହେଲା ବୋଇତ ବନ୍ଦାଣ ଉତ୍ସବ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ମହମ୍ମଦାବାଦ ଅଞ୍ଚଳରେ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିର ପରିସରରେ ବୋଇତ ବନ୍ଦାଣ ଉତ୍ସବ ସହ ବାଲିଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। 

Advertisement
Balasore Boita Bandan: ବାଲେଶ୍ୱରରେ ଶେଷ ହେଲା ବୋଇତ ବନ୍ଦାଣ ଉତ୍ସବ
Stop
Zee Odisha Desk|Updated: Nov 10, 2022, 08:16 PM IST

Balasore Boita Bandan:  ବାଲେଶ୍ୱର: ରାହାସ ପୂର୍ଣ୍ଣିମା (Rahas Purnima) ପର୍ବରେ ଡ଼ଙ୍ଗା ଭସାଣି ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର କରାଯାଉଥିବା ବେଳେ ଏକ ନିଆରା ଢ଼ଙ୍ଗରେ ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ମହମ୍ମଦାବାଦ ଅଞ୍ଚଳରେ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିର ପରିସରରେ ବୋଇତ ବନ୍ଦାଣ ଉତ୍ସବ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ତିନି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଥର ଏହି କାର୍ଯ୍ୟକ୍ରମ ହେଉଥିବାରୁ ଶତାଧିକ ଅଞ୍ଚଳବାସୀ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି।

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ମହମ୍ମଦାବାଦ ଅଞ୍ଚଳରେ ପ୍ରତିଷ୍ଠିତ ରାଧାକୃଷ୍ଣ ମନ୍ଦିର ପରିସରରେ ବୋଇତ ବନ୍ଦାଣ ଉତ୍ସବ ସହ ବାଲିଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ଅଞ୍ଚଳରେ ପ୍ରଥମଥର ପାଇଁ ରାହାସ ପୂର୍ଣ୍ଣିମା ଉପଲକ୍ଷେ ଧୁମଧାମରେ ଡ଼ଙ୍ଗା ଭସାଣ କାର୍ଯ୍ୟକ୍ରମ ଶେଷ ହୋଇଛି। ରାଧାକୃଷ୍ଣ ମନ୍ଦିର କମିଟିର ସଦସ୍ୟଙ୍କ ଦ୍ୱାରା ଡ଼ଙ୍ଗା ସୁସଜ୍ଜିତ କରି ବଡ଼ ପୋଖରୀରେ ଭସା ଯାଇଥିଲା। 

ପ୍ରଥମ ଦିନ ଚନ୍ଦ୍ରଗ୍ରହଣ ପରେ ସଂଧ୍ୟା ୭ଟା ସମୟରେ ବସନ୍ତ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହା ସହିତ ଆମର ପୂର୍ବପିଢି ଦେଶ ବାହାରକୁ ବୋଇତ ମାଧ୍ୟମରେ ବାଣିଜ୍ୟ କରିବାକୁ ଯାଉଥିବା ବେଳେ ତାହାକୁ ମନେ ପକାଇବା ପାଇଁ ଉକ୍ତ ପରମ୍ପରା ଚଳି ଆସୁଥିବାରୁ ଆମେମାନେ ତାହାକୁ ପାଳନ କରିବା ନିହାତି ଜରୁରୀ ବୋଲି ମତ ରଖିଥିଲେ।

ଉକ୍ତ ସ୍ଥାନରେ ଏକ ସଭାର ଆୟୋଜନ କରାଯାଇ ଆୟୋଜକ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ତତ୍ଵଧାନରେ ମୁଖ୍ୟ ଅତିଥି ରେମୁଣା ବିଧାୟକଙ୍କ ସହିତ ସ୍ଥାନୀୟ ଲୋକ ପ୍ରତିନିଧି ତଥା ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ପ୍ରାଚୀନ ପ୍ରଥା ବିଷୟରେ ଅଵଗତ କରାଇଥିଲେ। ୧୦ରୁ ଊର୍ଦ୍ଧ୍ୱ ଗ୍ରାମରୁ ଆସିଥିବା ଶତାଧିକ ଗ୍ରାମବାସୀ ତିନି ଦିନ ହେବ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି। 

ଚତୁଃପାର୍ଶ୍ୱରେ ଜଳ ମଝିରେ ନିର୍ମିତ ଏହି ମନ୍ଦିର ଓ ରାସ୍ତା ଗୁଡିକ ବିଭିନ୍ନ ଆଲୋକ ସାଜସଜା ହୋଇଥିବା ସହିତ ପୌରାଣିକ କଥାକୁ ନେଇ ନିର୍ମାଣ ହୋଇଥିବା ବିଭିନ୍ନ ଆକର୍ଷଣିୟ ମଡେଲ ଦେଖି ବେଶ ଆନନ୍ଦ ଉଠାଇଛନ୍ତି ଅଞ୍ଚଳବାସୀ। ସନ୍ଧ୍ୟା ବେଳେ ଧାର୍ମିକ କାର୍ଯ୍ୟକ୍ରମ ସହିତ ମେଲୋଡି ତଥା ସ୍ଥାନୀୟ କଳାକାରଙ୍କ ଦ୍ୱାରା ନାଚଗୀତର ଭରପୁର ମଜା ଉଠାଉଛନ୍ତି ଶତାଧିକ ଦର୍ଶକମାନେ ଏହି ସ୍ଥାନରେ ମେଳା ଲାଗିଥିବାରୁ ଅଞ୍ଚଳବାସୀ ବେଶ କିଣାକିଣି କରିବା ସହ ବିଭିନ୍ନ ପ୍ରକାର ଚଟପଟା ଖାଦ୍ୟର ମଜା ଉଠାଇଛନ୍ତି ଅନ୍ୟପଟେ ଦୋକାନୀମାନେ ମଧ୍ୟ ବେଶ ଲାଭବାନ ହୋଇଛନ୍ତି। ଏହିଭଳି ପୁରାତନ ପରମ୍ପରାକୁ ଗ୍ରାମବାସୀମାନେ ବଞ୍ଚାଇ ରଖି ନିଆରା ଢଙ୍ଗରେ ଏହି ପର୍ବ ମନାଉଥିବାରୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ: IND vs ENG: ଇଂଲଣ୍ଡ ଠାରୁ ପରାଜୟ ପରେ ସିନିୟର ଖେଳାଳିଙ୍କ ଅବସରୁକୁ ନେଇ କୋଚ୍ ଦ୍ରାବିଡ଼ ଦେଲେ ବଡ଼ ବୟାନ

Read More
{}{}