Hindi News >>Home >>Zee Odisha

Bajrang Punia:ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଫୁଟପାଥରେ ପଦ୍ମଶ୍ରୀ ମେଡାଲ ରଖି ଫେରିଲେ ବଜରଙ୍ଗ ପୁନିଆ

କିଛି ମାସ ତଳେ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ପଦକ ଫିଙ୍ଗିବାକୁ ଧମକ ଦେଇଥିବା ଭାରତର କିମ୍ବଦନ୍ତୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବେ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚଳିତ ବର୍ଷ ଜାନୁଆରିମାସରୁ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଲଢୁଥିବା ବଜରଙ୍ଗ ଶୁକ୍ରବାର ତାଙ୍କର ପଦ

Advertisement
SOCIAL MEDIA
Stop
Zee Odisha Desk|Updated: Dec 22, 2023, 11:52 PM IST

Bajrang Punia:

କିଛି ମାସ ତଳେ ହରିଦ୍ୱାର ଯାଇ ଗଙ୍ଗା ନଦୀରେ ପଦକ ଫିଙ୍ଗିବାକୁ ଧମକ ଦେଇଥିବା ଭାରତର କିମ୍ବଦନ୍ତୀ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବେ ଏମିତି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚଳିତ ବର୍ଷ ଜାନୁଆରିମାସରୁ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରଜଭୂଷଣ ସିଂହଙ୍କ ବିରୋଧରେ ଲଢୁଥିବା ବଜରଙ୍ଗ ଶୁକ୍ରବାର ତାଙ୍କର ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଘୋଷଣା କରିଥିଲେ। ତେବେ ଏଥର ବଜରଙ୍ଗ କେବଳ ଘୋଷଣା କରି ଚୁପ ରହିନଥିଲେ  ବରଂ ଭାରତ ସରକାରଙ୍କ ଏହି ସମ୍ମାନ ଫେରଇବାକୁ ସେ  ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ପୁଲିସ ତାଙ୍କୁ ଅଟକାଇବାରୁ ଏହି ତାରକା କୁସ୍ତିଯୋଦ୍ଧା  ଫୁଟପାଥ ରେ ନିଜର ପଦ୍ମଶ୍ରୀ ପଦକ ରଖି ଲୁହଭରା ଆଖିରେ ଫେରି ଆସିଥିଲେ। ପୋଲିସ ଅଧିକାରୀଙ୍କ ବୁଝାଇବା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥିଲା।

ବଜରଙ୍ଗ ପୁନିଆ ବିଗତ ପ୍ରାୟ ୧୦ ବର୍ଷ ଧରି ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ବିଶ୍ୱରେ ଚର୍ଚ୍ଚାରେ ଅଛନ୍ତି।  ୨୦୧୮ ବିଶ୍ୱ ଚାମ୍ପିୟନଶିପରେ ସେ ରୌପ୍ୟ ପଦକ ଜିତିଥିଲେ। ସେ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ଜିତିଥିଲେ। କ୍ରମାଗତ ବଡ଼ ବଡ଼ ପ୍ରତିଯୋଗୀତାରେ  ସଫଳତାର ପରିଣାମ ଥିଲା ୨୦୧୯ରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ, କିନ୍ତୁ ନିରାଶା ଓ ହତାସବୋଧ ବଜରଙ୍ଗଙ୍କୁ ସେହି ସମ୍ମାନ ଫେରାଇବାକୁ ବାଧ୍ୟ କରିଛି।

ଫୁଟପାଥରେ ରଖିଦେଲେ ପଦ୍ମଶ୍ରୀ

ନିକଟରେ କୁସ୍ତି ମହାସଂଘର ନିର୍ବାଚନ ଫଳାଫଳ ଏକରକମ  ବ୍ରିଜ ଭୂଷଣଙ୍କ ସପକ୍ଷରେ ଯାଇଛି। କାରଣ ତାଙ୍କ  ଘନିଷ୍ଠ ସହଯୋଗୀ କୁସ୍ତି ମହାସଂଘର ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଯାହା କୁସ୍ତିଯୋଦ୍ଧାମାନଙ୍କୁ ପୁଣି ଥରେ ଉତ୍ତେଜିତ କରିଛି। ଏହାର ପ୍ରଭାବ ଶୁକ୍ରବାର ଦେଖିବାକୁ ମିଳିଥିଲା, ଯେତେବେଳେ ବଜରଙ୍ଗ ଏକ ଲମ୍ବା ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବେ ବୋଲି ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ଚିଠି ପ୍ରକାଶିତ କରିବା ପରେ ପୁନିଆ ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ। ତାଙ୍କର ଉଦ୍ଧେଷ୍ୟ ଥିଲା ପ୍ରଧାନମନ୍ତ୍ରୀଙ୍କୁ ଭେଟି  ପଦ୍ମଶ୍ରୀ ପଦକ ଫେରସ୍ତ କରିବା। କିନ୍ତୁ  ସୁରକ୍ଷାକର୍ମୀମାନେ ପୁନିଆ ଓ ତାଙ୍କ ସାଥୀଙ୍କୁ  ଅଟକାଇଥିଲେ। ସେମାନେ ଆଗୁଆ ସମୟ ନେଇନଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିବେ ନାହିଁ ବୋଲି ତାଙ୍କୁ କୁହାଯାଇଥିଲ। ଶେଷରେ ପୁନିଆ  ଭାବପ୍ରବଣ ହୋଇ ନିଜ ପଦ୍ମଶ୍ରୀ ପୁରସ୍କାରକୁ ଫୁଟପାଥରେ ରଖିଥିଲେ । ପୁଲିସ ଅଧିକାରୀମାନେ ତାଙ୍କୁ ଯେତେ  ବୁଝାଇଥିଲେ ମଧ୍ୟ ସେ ବୁଝିନଥିଲେ।

ନିର୍ବାଚନ ପରେ ପୁଣି ବଢିଲା ବିବାଦ

ଚଳିତ ବର୍ଷ ଜାନୁଆରୀ ରୁ ବଜରଙ୍ଗ ଭିନେଶ ଫୋଗାଟ, ସାକ୍ଷୀ ମଲିକଙ୍କ ସମେତ ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ସହ ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ଯୌନ ନିର୍ଯାତନା ଅଭିଯୋଗ ଆଣି ବ୍ରଜ ଭୂଷଣଙ୍କୁ ହଟାଇ ଗିରଫ କରିବାକୁ ଦାବି ହୋଇଥିଲା। ଯଦିଓ ବ୍ରଜ ଭୂଷଣଙ୍କୁ ଗିରଫ କରାଯାଇ ନ ଥିଲା ତେବେ ତାଙ୍କୁ  ମହାସଂଘରୁ ଦୁରେଇ ଦିଆଯାଇଥିଲା। କୁସ୍ତିଯୋଦ୍ଧାଙ୍କ ଦାବି କ୍ରମେ ବ୍ରଜଭୂଷଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ନିର୍ବାଚନରୁ ହଟାଇ ଦିଆଯାଇଥିଲା। ଏହାପରେ ନିର୍ବାଚନକୁ  ଅନେକ ଥର ସ୍ଥଗିତ ରଖାଯିବା ପରେ ନିର୍ବାଚନ ହୋଇଥିଲା ଏବଂ ସଞ୍ଜୟ ସିଂହ ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ସଞ୍ଜୟ ସିଂହ, ବ୍ରିଜ ଭୂଷଣଙ୍କ ନିକଟତର ହୋଇଥିବାରୁ ନୂଆ ବିବାଦ ସୃଷ୍ଟି ହୋଇଛି।  ଏଭଳି ପରିସ୍ଥିତିରେ କୁସ୍ତିଯୋଦ୍ଧାମାନେ ପୁଣି ଥରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ପ୍ରତିବାଦରେ  ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲ୍ଲିକ ଦିନକ ପୂର୍ବରୁ କୁସ୍ତି ଛାଡ଼ିବାକୁ ଘୋଷଣା କରିଥିଲେ।

Read More
{}{}