Hindi News >>Home >>Zee Odisha

Ramlala Statue:ଶ୍ୟାମଳ ବର୍ଣ୍ଣର ୫୧ ଇଂଚ ରାମଲାଲାଙ୍କ ପ୍ରତିମାର ମୂର୍ତ୍ତିକାର କିଏ ? ଜାଣନ୍ତୁ ସବୁକିଛି

ଚଳିତ ବର୍ଷ ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହରେ କେଉଁ ମୂର୍ତ୍ତି ରହିବା ତାହା  ସ୍ଥିର ହୋଇ ସାରିଛି । ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତିକୁ ଗର୍ଭଗୃହ ପାଇଁ ଚୟନ କରାଯାଇଛି। ମନ୍ଦିରର ଗର୍ଭଗୃହ ପାଇଁ  ତିନିଜଣ

Advertisement
SOCIAL MEDIA
Stop
Zee Odisha Desk|Updated: Jan 01, 2024, 10:06 PM IST

Ramlala Statue:

ଚଳିତ ବର୍ଷ ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ। ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହରେ କେଉଁ ମୂର୍ତ୍ତି ରହିବା ତାହା  ସ୍ଥିର ହୋଇ ସାରିଛି । ମହୀଶୂରର ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତିକୁ ଗର୍ଭଗୃହ ପାଇଁ ଚୟନ କରାଯାଇଛି। ମନ୍ଦିରର ଗର୍ଭଗୃହ ପାଇଁ  ତିନିଜଣ ଶିଳ୍ପୀ ମୂର୍ତ୍ତି ନିର୍ମାଣ କରିଥିଲେ ।ଏହି ତିନି ଶିଳ୍ପୀ ହେଉଚନ୍ତି ବେଙ୍ଗାଲୁରୁର ଜିଏଲ୍ ଭଟ୍ଟ, ମହୀଶୂରର ଅରୁଣ ଯୋଗୀରାଜ ଏବଂ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ ।ତେବେ ଗର୍ଭଗୃହ ପାଇଁ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତି ଚୟନ ହୋଇଛି ।

 

ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମାର ରଙ୍ଗ ଶ୍ୟାମଳ ଓ ଏହାର ଉଚ୍ଚତା  51 ଇଞ୍ଚ ଉଚ୍ଚ ଅଟେ  । ମୂର୍ତ୍ତିରେ ଭଗବାନ ବାଳରୂପରେ ଅଛନ୍ତି । ସେ ୫ ବର୍ଷର ଶିଶୁ ରୂପରେ ବିଦ୍ୟମାନ ହେବେ । ଭଗବାନ ଏହି ରୂପରେ ଧନୁ ଓ ତୀର ସହିତ ଭକ୍ତଙ୍କୁ ଦର୍ଶନ ଦେବେ ।  ଏହି ପ୍ରତିମା କର୍ଣ୍ଣାଟକର କୃଷ୍ଣ ପଥରରେ ନିର୍ମିତ। ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ଅରୁଣ ଯୋଗୀରାଜଙ୍କୁ ୬ ମାସ ସମୟ ଲାଗିଥିଲା।

କେଉଁ ଆଧାରରେ ପ୍ରତିମା ଚୟନ କରାଯାଇଥିଲା?

•              ବାଲ୍ୟରୂପ

•              ସୌନ୍ଦର୍ଯ୍ୟର ଆକର୍ଶଣ

•              ସୃଜନଶୀଳ ଡିଜାଇନ୍

•              ଚିନ୍ତାର ଗଭୀରତା

•              ପଥରର ଗୁଣବତ୍ତା

•              ପ୍ରତିମାର ବୟସ

•              ଶିଳ୍ପୀଙ୍କର ପ୍ରତିଷ୍ଠା

ଅରୁଣ ଯୋଗୀରାଜଙ୍କ ପରିବାର ବର୍ଷ ବର୍ଷ ଧରି ମୂର୍ତ୍ତି ତିଆରି କରିଆସୁଛନ୍ତି। ଅରୁଣଙ୍କ କହିବାନୁସାରେ, ତାଙ୍କ ପରିବାର ପାଂଚ ପୀଢି ଧରି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅରୁଣ ଯୋଗୀରାଜ ଏମବିଏ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ସେ କିଛି ସମୟ ପାଇଁ ଏକ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ ।  କିନ୍ତୁ କିଛି ଦିନ ମଧ୍ୟରେ  ଚାକିରିରୁ ତାଙ୍କ ମନଛାଡି ୟାଇଥିଲା । ୨୦୦୮ ମସିହାରେ ଅରୁଣ ଯୋଗୀରାଜ ଚାକିରି ଛାଡ଼ି ମୂର୍ତ୍ତି ନିର୍ମାଣର ପାରିବାରକ କାମରେ ଯୋଗ ଦେଇଥିଲେ ।

1000 ରୁ ଅଧିକ ମୂର୍ତ୍ତିର ମୂର୍ତ୍ତିକାର

ଅରୁଣ ଯୋଗୀରାଜ ବର୍ତ୍ତମାନ ପର୍ଯ୍ୟନ୍ତ 1 ହଜାରରୁ ଅଧିକ ମୂର୍ତ୍ତି ନିର୍ମାଣ କରିଛନ୍ତି। କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେ ଇଣ୍ଡିଆ ଗେଟରେ ସ୍ଥାପିତ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ କଳାକୁ ଅନେକ ଥର ପ୍ରଶଂସା କରିଛନ୍ତି। ପ୍ରତିମା ବାଛିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ମୂର୍ତ୍ତିର ବାଲ୍ୟ ସ୍ୱରୂପ , ଏହାର  ସୌନ୍ଦର୍ଯ୍ୟପୂର୍ଣ୍ଣ ଆବେଦନ, ସୃଜନଶୀଳ ଡିଜାଇନ୍ ଏବଂ ମୂର୍ତ୍ତିକାରଙ୍କ ଚିନ୍ତାଧାରାର ଗଭୀରତାକୁ ମୂଲ୍ୟାଙ୍କନ କରିଥିଲା । କମିଟି ମଧ୍ୟ ପଥରର ଗୁଣବତ୍ତା ପରୀକ୍ଷା କରିଛି। ମୂର୍ତ୍ତି ଚୟନ ପାଇଁ ମୂର୍ତ୍ତିକାରଙ୍କ ପ୍ରତିଷ୍ଠା ମଧ୍ୟ ଆଧାର ହୋଇଥିଲା ।

ଏମାନଙ୍କ ମୂର୍ତ୍ତି ମଧ୍ଯ ଥିଲା ତାଲିକାରେ

ଯୋଗୀରାଜଙ୍କ ସହିତ ଅନ୍ୟ ଦୁଇ ଜଣ ମୂର୍ତ୍ତିକାରଙ୍କ  ମୂର୍ତ୍ତି ମଧ୍ଯ ସମ୍ଭାବ୍ୟ ତାଲିକାରେ ଥିଲା । ସେହି ମାନଙ୍କ ମଧ୍ଯରୁ ଜଣେ ହେଉଛନ୍ତି ସତ୍ୟନାରାୟଣ ପାଣ୍ଡେ । ସତ୍ୟନାରାୟଣ ପାଣ୍ଡେଙ୍କ ଅନୁଯାୟୀ ସେ 40 ବର୍ଷ ପୁରୁଣା ମାକରନା ପଥରରୁ ରାମଲାଲାଙ୍କ ପ୍ରତିମା ତିଆରି କରିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ଦ୍ୱାରା ନିର୍ମିତ ରାମଲାଲାର ମୂର୍ତ୍ତି କେବେ ବି ଖରାପ ହେବ ନାହିଁ। ସେ ରାମଙ୍କର ବାଳରୂପ ତିଆରି  କରିଥିଲେ | ସତ୍ୟନାରାୟଣ କହିଛନ୍ତି ଯେ ପ୍ରତିମା ତିଆରି କରିବା ପୂର୍ବରୁ ସେ ଏଭଳି ପଥର ବାଛିଥିଲେ ଯେଉଁଥିରେ କ୍ୟାଲସିୟମ ଏବଂ ଲୁହାର ଅଂଶ ଥିଲା । ଏଥି ସହିତ ବାଙ୍ଗାଲୋରର ପ୍ରସିଦ୍ଧ ଶିଳ୍ପୀ ଜି.ଏଲ୍ ଭଟ୍ଟ ମଧ୍ୟ ମନ୍ଦିର ପାଇଁ ଏକ ପ୍ରତିମା ତିଆରି କରିଥିଲେ। ସେ ତିଆରି କରିଥିବା ପ୍ରତିମୂର୍ତ୍ତି ପ୍ରାୟ ଚାରି ଫୁଟ ଉଚ୍ଚ ଅଟେ।

{}{}