Hindi News >>Home >>Odisha Astrology

Puja Time: ଏହି ସମୟରେ ପୂଜା କଲେ ମିଳେନାହିଁ ଶୁଭ ଫଳ

Puja Time: ହିନ୍ଦୁ ଧର୍ମରେ ପୂଜାପାଠ କରିବାର ଅନେକ ମହତ୍ୱ ରହିଛି। ସେହି କାରଣରୁ ଅଧିକାଂଶ ଲୋକେ ଉଭୟ ସକାଳ ଓ ସନ୍ଧ୍ୟା ସମୟରେ ଠାକୁରଙ୍କ ପୂଜା ଉପାସନା କରିଥାନ୍ତି । କିନ୍ତୁ ଆପଣ ହୁଏତ ଜାଣିନଥିବେ ଭୁଲ୍ ସମୟରେ ପୂଜା ପାଠ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇନଥାଏ ।

Advertisement
Puja Time: ଏହି ସମୟରେ ପୂଜା କଲେ ମିଳେନାହିଁ ଶୁଭ ଫଳ
Stop
Soubhagya Ranjan Mishra|Updated: Sep 10, 2023, 07:08 PM IST

Puja Time: ଭାରତରେ ବସବାସ କରୁଥିବା ହିନ୍ଦୁ ଧର୍ମର ଲୋକମାନଙ୍କ ମଧ୍ୟରେ ପୂଜା ପାଠକୁ ନେଇ ଅନେକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମ (Hinduism)ରେ ସମୁଦାୟ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ । ପ୍ରତି ଠାକୁରଙ୍କ ପୂଜା ପାଇଁ ସ୍ୱତନ୍ତ୍ର ବିଧି ରହିଛି । ଦେବା ଦେବୀଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ପାଇବା ପାଇଁ ଅନେକ ଲୋକ ପ୍ରତିଦିନ ପୂଜା ଉପାସନା କରିଥାନ୍ତି । ପୂଜା ଉପାସନା କରିବା ଦ୍ୱାରା ମନରେ ଶାନ୍ତି ଆଣିଥାଏ । କେବଳ ସେତିକି ନୁହେଁ ଜୀବନରେ ସକରାତ୍ମକତା ଭାବନା (Feelings of positivity) ମଧ୍ୟ ସୃଷ୍ଟିହୁଏ । ଲୋକଙ୍କ ବିଶ୍ୱାସ ଅନୁଯାୟୀ ଭଗବାନଙ୍କ ଆଶୀର୍ବାଦ ଥିଲେ ଜୀବନରେ ସମସ୍ତ ଦୁଖ ଦୂର ହୋଇଯାଏ । ଏଥିସହ ଜୀବନରେ ସୁଖ ଏବଂ ସମୃଦ୍ଧତା ଭରିଯାଇଥାଏ । କିନ୍ତୁ ଅନେକ ସମୟରେ କିଛି କାରଣ ବଶତଃ ପୂଜା କରିବାର ସଠିକ ଫଳାଫଳ ମିଳିନଥାଏ । ତେବେ ଏହାର କାରଣ କଣ ତାହା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥାଏ । ଏପରି ହୋଇପାରେ ଯେ, ପୂଜା କରୁଥିବା ବ୍ୟକ୍ତି ଜଣକ ନିଜ ଅଜାଣତରେ ଭୁଲ୍ କରୁଛନ୍ତି । ଆଉ ସେହି ଭୁଲ୍ ହେଉଛି ପୂଜା କରିବାର ସଠିକ ସମୟରେ ପୂଜା କରାନଯିବାରୁ ସଠିକ ଫଳାଫଳ ମିଳିପାରୁନାହିଁ ।

ଇଶ୍ବରଙ୍କୁ ପୂଜାର୍ଚ୍ଚାନା କିପରି କରାଯିବ ସେନେଇ ଅନେକ ନିୟମ ଏବଂ ସଠିକ ଉପାୟ ଧାର୍ମିକ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ପୂଜା କରିବା ପାଇଁ କେଉଁଟି ସଠିକ ସମୟ କେଉଁଟି ଠିକ୍ ନୁହେଁ ତାହା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ସଠିକ ପ୍ରଣାଳୀ ଓ ସମୟରେ ପୂଜା କରିବା ଦ୍ୱାରା ଉପଯୁକ୍ତ ଫଳ ପ୍ରାପ୍ତି ହୋଇଥାଏ । ଭୁଲ୍ ଉପାୟରେ ପୂଜା କରିଲେ ସକରାତ୍ମକ ବଦଳରେ ନକରାତ୍ମକ ଫଳାଫଳ ମିଳିଥାଏ । ଏଥିସହ ପୂଜାକୁ ଅସମ୍ପୂର୍ଣ୍ଣ କରିବା ଭୁଲ୍ ବୋଲି ଧରାଯାଏ । ତେବେ କେଉଁ ସମୟରେ ପୂଜା କଲେ ସଠିକ ଫଳାଫଳ ମିଳିଥାଏ ସେ ବିଷୟରେ ଆସନ୍ତୁ ଜାଣିବା ।
ଏହି ସମୟରେ ପୂଜା କରନ୍ତୁ ନାହିଁ |

ଧାର୍ମିକ ଶାସ୍ତ୍ର ଓ ପୁରାଣରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ଅପରାହ୍ନ ସମୟରେ ପୂଜା କରିବା ଉଚିତ୍ ନୁହେଁ। ଏହି ସମୟ ପୂଜା ପାଇଁ ନିଷେଧ (Forbidden) ବୋଲି ଶାସ୍ତ୍ରରେ ବିବେଚନା କରାଯାଇଛି । ତେଣୁ ଅଧିକାଂଶ ମନ୍ଦିରର କବାଟ ଅପରାହ୍ନ ସମୟରେ କିଛି ସମୟ ପାଇଁ ବନ୍ଦ ରହିଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ମଧ୍ୟାହ୍ନ ୧୨ଟାରୁ ୩ଟା ସମୟ ମଧ୍ୟରେ ପୂଜା କଲେ ଭଗବାନ ପୂଜାକୁ ଗ୍ରହଣ କରନ୍ତି ନାହିଁ । ତେଣୁ ଉକ୍ତ ସମୟରେ କରାଯାଇଥିବା ପୂଜା ଶୁଭ ଫଳାଫଳ ଦେଇନଥାଏ । ଆରତୀ କରିବା ପରେ ଠାକୁରଙ୍କୁ ପୂଜା କରନ୍ତୁ ନାହିଁ । ପୂଜା କରିବାର ଶେଷ ଭାଗରେ ଭଗବାନଙ୍କୁ ଆରତୀ କରିବା ଉଚିତ । ଶୁଦ୍ଧ ତଥା ପବିତ୍ର ସ୍ଥାନରେ ଭଗବାନଙ୍କୁ ପୂଜା କରାଯିବା ଉଚିତ । ଯେଉଁ ମହିଳାଙ୍କର ରୁତୁସ୍ରାବ ସମୟ ଚାଲିଥାଏ ସେହି ମହିଳାମାନେ ପୂଜା କରିବା ଉଚିତ ନୁହେଁ ବୋଲି ବିଶ୍ୱାସ ରହିଛି । ଯଦି ଘରେ ଶିଶୁ ଜନ୍ମ ହୁଏ କିମ୍ୱା କାହାର ମୃତ୍ୟୁ ହୋଇଥାଏ ତେବେ ସେହି ସମୟରେ ଠାକୁରଙ୍କ ପୂଜା କରିବା ଉଚିତ ନୁହେଁ । ଏଥିସହିତ ଆଉ ଏକ କଥା ମନେ ରଖନ୍ତୁ, କେବେ ବି ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପୂଜାପାଠ କରନ୍ତୁ ନାହିଁ ।

ଦେବା ଦେବୀଙ୍କୁ ପୂଜା ପାଇଁ ଉପଯୁକ୍ତ ସମୟ ମଧ୍ୟ ରହିଛି । ଏହି ସମୟରେ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ପ୍ରଥମ ପୂଜା ସମୟକୁ ବ୍ରହ୍ମା ମୁହୂର୍ତ୍ତ ବୋଲି ବିବେଚନା କରାଯାଏ । ଭୋର ୪ଟା୩୦ରୁ ୫ଟା ପର୍ଯ୍ୟନ୍ତ ସମୟରେ ପୂଜା କଲେ ଶୁଭ ଫଳ ମିଳିଥାଏ । ଦ୍ୱିତୀୟରେ ସକାଳ ୯ ସମୟ ପର୍ଯ୍ୟନ୍ତ ଆପଣ ଭଗବାନଙ୍କୁ ପୂଜା କରିବା ଉଚିତ । ମଧ୍ୟାହ୍ନ ପୂଜାକୁ ବିଳମ୍ୱ ନକରି ମଧ୍ୟାହ୍ନ ୧୨ଟା ମଧ୍ୟରେ ପୂଜା କରିବା ଉଚିତ । ସନ୍ଧ୍ୟା ସମୟରେ ପୂଜା କରିବା ପାଇଁ ଅପରାହ୍ମ ୪ଟା୩୦ରୁ ୬ଟା ଶୁଭ ସମୟ ବୋଲି ଧରାଯାଏ ।

Also Read- Seema Haider: ହାତୁଡିରେ ଇଟା ଭାଙ୍ଗୁଛନ୍ତି ସୀମା ହାଇଦରଙ୍କ ସହ ସଚିନ୍ ମୀନା, ଜାଣନ୍ତୁ କାରଣ

Read More
{}{}