Hindi News >>Home >>Odisha Astrology

Astrology: ୪ଟି ବଡ଼ ଗ୍ରହ ବଦଳାଇଦେବ ଜୀବନର ଗତିପଥ, ଏହି ରାଶି ସାବଧାନ

Surya Mangal Budh Shukra Gochar July 2024: ଜୁଲାଇ ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ପ୍ରକ୍ରିୟା ୬ ଜୁଲାଇରୁ ଆରମ୍ଭ ହେବ । ପ୍ରଥମେ ଜୁଲାଇ ୬ ରେ ଶୁକ୍ର ମିଥୁନରୁ କର୍କଟ ରାଶିକୁ ଚଳନ କରିବେ । ଏହା ପରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ୧୨ ଜୁଲାଇରେ ବୃଷ ରାଶିରେ ପ୍ରବେଶ କରିବେ । ଯେଉଁଠାରେ ପୂର୍ବରୁ ବୃହସ୍ପତି ଉପସ୍ଥିତ ଅଛନ୍ତି । ତୃତୀୟରେ ଜୁଲାଇ ୧୬ରେ ସୂର୍ଯ୍ୟ କର୍କଟ ରାଶିରେ ଚଳନ କରିବେ । ଯେଉଁଠାରେ ବୁଧ ଏବଂ ଶୁକ୍ରଙ୍କ ସାନିଧ୍ୟ ମିଳିବ । ୩ ଦିନ ବୁଧ ସୂର୍ଯ୍ୟଙ୍କ ସହ ରହିବା ପରେ ଜୁଲାଇ ୧୯ ରେ ସିଂହ ରାଶିରେ ଚଳନ କରିବେ ।

Advertisement
Astrology: ୪ଟି ବଡ଼ ଗ୍ରହ ବଦଳାଇଦେବ ଜୀବନର ଗତିପଥ, ଏହି ରାଶି ସାବଧାନ
Stop
Soubhagya Ranjan Mishra|Updated: Jun 28, 2024, 02:36 PM IST

Surya Mangal Budh Shukra Gochar July 2024: ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯଦିଓ ଗ୍ରହମାନଙ୍କ ରାଶି ପରିବର୍ତ୍ତନ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା କିନ୍ତୁ ଜୁଲାଇରେ ଚାରୋଟି ବଡ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ମାସରେ, ରବି ପୁଷ୍ୟା ନକ୍ଷତ୍ର ପଡୁଛି ଯାହା ଶୁଭ କାର୍ଯ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଉଛି । କେବଳ ଏତିକି ନୁହେଁ, ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ଏହି ମାସର ମହତ୍ତ୍ୱ ଖୁବ ଅଧିକ ।

ଜୁଲାଇ ମାସରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ପ୍ରକ୍ରିୟା ୬ ଜୁଲାଇରୁ ଆରମ୍ଭ ହେବ । ପ୍ରଥମେ ଜୁଲାଇ ୬ ରେ ଶୁକ୍ର ମିଥୁନରୁ କର୍କଟ ରାଶିକୁ ଚଳନ କରିବେ । ଏହା ପରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ୧୨ ଜୁଲାଇରେ ବୃଷ ରାଶିରେ ପ୍ରବେଶ କରିବେ । ଯେଉଁଠାରେ ପୂର୍ବରୁ ବୃହସ୍ପତି ଉପସ୍ଥିତ ଅଛନ୍ତି । ତୃତୀୟରେ ଜୁଲାଇ ୧୬ରେ ସୂର୍ଯ୍ୟ କର୍କଟ ରାଶିରେ ଚଳନ କରିବେ । ଯେଉଁଠାରେ ବୁଧ ଏବଂ ଶୁକ୍ରଙ୍କ ସାନିଧ୍ୟ ମିଳିବ । ୩ ଦିନ ବୁଧ ସୂର୍ଯ୍ୟଙ୍କ ସହ ରହିବା ପରେ ଜୁଲାଇ ୧୯ ରେ ସିଂହ ରାଶିରେ ଚଳନ କରିବେ ।

କର୍କଟ ରାଶି
ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ ନଚେତ ଆର୍ଥିକ ସଙ୍କଟର ସାମ୍ନା କରିପାରନ୍ତି । କର୍ମକ୍ଷେତ୍ରରେ ବାଦ ବିବାଦ ସୃଷ୍ଟି ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ମତଭେଦ ଦେଖାଦେଇପାରେ । ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମାନସିକ ସ୍ତରରେ ସୁଦୃଢ ରୁହନ୍ତୁ । ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

କନ୍ୟା ରାଶି
ସହକର୍ମୀଙ୍କଠାରୁ ସତର୍କ ରହିବା ଆବଶ୍ୟକ । ଆପଣ ଅଫିସ୍ ପଲିଟିକ୍ସର ଶିକାର ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ଘରେ ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଏହି ସମୟରେ କୌଣସି ଆର୍ଥିକ କାରବାର ନକରିବା ଭଲ ।

ବିଛା ରାଶି
ଆପଣ ସହକର୍ମୀ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଅସୁବିଧାର ଭୋଗି ପାରନ୍ତି । ନୂଆ ଚାକିରି ଖୋଜି ପାରନ୍ତି । ଆପଣଙ୍କ ଜୀବନ ସାଥୀ ଏକ ଭଲ ପ୍ରସ୍ତାବ ଦେବେ । ଚାକିରିରେ ଅଭିବୃଦ୍ଧି ହେବାର ଅଧିକ ସମ୍ଭାବନା ରହିଛି । ବଡ ବ୍ୟବସାୟ ତଥା କାରବାରଠାରୁ ଦୂରେଇ ରହିବା ଉଚିତ । ନଚେତ ଆର୍ଥିକ କ୍ଷତି ହେବାର ସମ୍ଭାବନା ରହିଛି । ନିଜ ବ୍ୟକ୍ତିଗତ କଥା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ।

ମୀନ ରାଶି
ଆପଣ ଚାପଗ୍ରସ୍ତ ହେବାର ସମ୍ଭାବନା ରହିଛି । ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରନ୍ତି । ଆପଣଙ୍କର ଲୋକସମ୍ପର୍କ ବୃଦ୍ଧି ପାଇବା କାରଣରୁ ଆପଣ ଜୀବିକା କ୍ଷେତ୍ରରେ ଏଥିରୁ ସମ୍ପୂର୍ଣ୍ଣ ଲାଭ ପାଇପାରିବେ । ବ୍ୟବସାୟୀମାନଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ । ସତର୍କ ରହିବାର ଆବଶ୍ୟକତା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ଜୁନ୍ ୨୮ରେ ସୌଭାଗ୍ୟ ଯୋଗର ଶୁଭ ସଂଯୋଗ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

{}{}