Hindi News >>Home >>Odisha Astrology

Solar Eclipse 2024: ସୂର୍ଯ୍ୟ ପରାଗ ପାଇଁ ବଡ଼ ଚେତାବନୀ ଦେଲା NASA, କରନ୍ତୁନି ଏହି ଭୁଲ୍

Surya Grahan 2024: ନାସା ପକ୍ଷରୁ କୁହାଯାଇଛି ଯେ, ଯଦି ମୋବାଇଲ ବ୍ୟବହାରକାରୀମାନେ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ସୂର୍ଯ୍ୟ ପରାଗର ଫଟୋ ଉଠାଉଛନ୍ତି ତେବେ ସେମାନେ କିଛି ବିଶେଷ ଜିନିଷ ପ୍ରତି ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ।

Advertisement
Solar Eclipse 2024: ସୂର୍ଯ୍ୟ ପରାଗ ପାଇଁ ବଡ଼ ଚେତାବନୀ ଦେଲା NASA, କରନ୍ତୁନି ଏହି ଭୁଲ୍
Stop
Soubhagya Ranjan Mishra|Updated: Apr 07, 2024, 10:25 PM IST

Surya Grahan 2024: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ନାସା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦିଆଯାଇଛି । ଏହି ଚେତାବନୀ ସେହି ମୋବାଇଲ୍ ବ୍ୟବହାରକାରୀଙ୍କୁ ଦିଆଯାଇଛି ଯେଉଁମାନେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରିବାକୁ ଯୋଜନା କରୁଛନ୍ତି। ନାସା ପକ୍ଷରୁ କୁହାଯାଇଛି ଯେ, ଯଦି ମୋବାଇଲ ବ୍ୟବହାରକାରୀମାନେ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ସୂର୍ଯ୍ୟ ପରାଗର ଫଟୋ ଉଠାଉଛନ୍ତି ତେବେ ସେମାନେ କିଛି ବିଶେଷ ଜିନିଷ ପ୍ରତି ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ତାହା ନମାନନ୍ତି ତେବେ ଆପଣଙ୍କର ମୋବାଇଲର ସେନ୍ସର ନଷ୍ଟ ହୋଇପାରେ । ଯଦି ଆପଣ ଆପଣଙ୍କର ଫୋନ୍ ଖରାପ କରିବାକୁ ଆପଣ ଚାହୁଁନାହାଁନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ନାସାର ଏହି ଟିପ୍ସଗୁଡିକ ଅନୁସରଣ କରିବା ଉଚିତ୍ ।

ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୮, ୨୦୨୪ ରେ ହେବାକୁ ଯାଉଛି। ଏହି ମହାଜାଗତିକ ଘଟଣାକୁ ନେଇ ଅନେକ ଲୋକଙ୍କ ମନରେ ଉତ୍ସାହ ଥାଏ । ମହାକାଶର ମହାଜାଗତିକ ଦୃଶ୍ୟର ଫଟୋଗ୍ରାଫି କରିବା କଥା କିଛି ଲୋକଙ୍କ ମନକୁ ଆସିଥାଏ । କିନ୍ତୁ ନାସା କହିଛି ଯେ, ଏହା କରିବା ଦ୍ୱାରା ଆପଣଙ୍କ ଫୋନର ସେନସର କ୍ଷତି ହୋଇପାରେ। ହ୍ୟାଣ୍ଡସେଟ୍ ଉପରେ ଅନେକ ପ୍ରଭାବ ପଡିପାରେ ।

ଜଣେ YouTuber ପ୍ରଶ୍ନ ପଚାରିଥିଲେ

ବାସ୍ତବରେ, ଜଣେ ୟୁଟ୍ୟୁବର୍ ନାସାକୁ ଟ୍ୟାଗ୍ କରି ଏହି ପ୍ରଶ୍ନ ପଚାରିଥିଲେ ଯେ, ସୂର୍ଯ୍ୟ ପରାଗ ସମୟରେ ଫଟୋ ଉଠାଇଲେ ତାହା ଫୋନର ସେନ୍ସରକୁ କ୍ଷତି ପହଞ୍ଚାଇବ କି? ମୁଁ ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇ ନାହିଁ । ତେଣୁ, ଫଟୋ ଉଠାଇବା ଉଚିତ କି ନୁହେଁ ମୁଁ ଜାଣିନାହିଁ । ୟୁଟୁବରଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ନାସା କହିଛି ଯେ, କେତେକାଂଶରେ କ୍ୟାମେରା ସେନସର ଖରାପ ହୋଇଯାଇପାରେ । ଯଦି ଆପଣ କ୍ୟାମେରା ସେନସରକୁ ସୂର୍ଯ୍ୟ ଆଡକୁ ଦେଖାନ୍ତି, ତେବେ ଫୋନ୍ ଉପରେ ତାହାର କୁ ପ୍ରଭାବ ପଡିପାରେ ।

ଫଟୋଗ୍ରାଫି ପାଇଁ ନାସାର ଟିପ୍ସ
ଯେଉଁମାନେ କ୍ୟାମେରାରେ ସୂର୍ଯ୍ୟ ପରାଗ ସମୟର ଫଟୋ ଉଠାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ନାସା ଏକ ବିଶେଷ ଟିପ୍ସ ଦେଇଛି । ନାସା କହିଛି ଯେ, ଯେତେବେଳେ ସୂର୍ଯ୍ୟ ଆଂଶିକ ଆଚ୍ଛାଦିତ ହୁଏ, ସେହି ସମୟରେ ଫଟୋଗ୍ରାଫି କରିବା ପାଇଁ ଏକ ସ୍ୱତନ୍ତ୍ର ସୌର ଫିଲ୍ଟର ବ୍ୟବହାର କରନ୍ତୁ । ସୂର୍ଯ୍ୟପରାଗ ଫଟୋଗ୍ରାଫି ପାଇଁ ଆପଣଙ୍କ ଫଟୋ ଅପେକ୍ଷା କ୍ୟାମେରା ଅଧିକ ଗୁରୁତ୍ୱପୂର୍ଣ୍ଣ ।

ସୂର୍ଯ୍ୟ ଗ୍ରହଣର ସମୟ କେବେ?
୨୦୨୪ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୯ରେ ଭାରତୀୟ ସମୟ ରାତି ୯.୧୨ ରୁ ୯ ଏପ୍ରିଲ ରାତି ୨.୨୨ ପର୍ଯ୍ୟନ୍ତ ହେବ । ଏହି ମହାଜାଗତିକ ଘଟଣା ସମୁଦାୟ ୫ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସନାତନ ଧର୍ମ ଅନୁସାରେ ସୂର୍ଯ୍ୟପରାଗକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯିବା ସହ ପାକତ୍ୟାଗ ପାଳନ କରାଯାଇଥାଏ । ଏଥିସହ ସେହି ସମୟରେ ଦେବାଦେବୀଙ୍କ ପୂଜା କରାଯାଏ ନାହିଁ ।

Also Read- Surya Shukra Yuti 2024: ଦେଢ ବର୍ଷ ପରେ ଶୁକ୍ରାଦିତ୍ୟ ରାଜଯୋଗ, ସୁନା ପରି ଝଲସିବ ୩ରାଶିର ଭାଗ୍ୟ

Also Read- Airtel Plan: ଏୟାରଟେଲର ଦମଦାର ପ୍ଲାନ , 90GB ଇଣ୍ଟରନେଟ ସହିତ Unlimited Call

Read More
{}{}