Hindi News >>Home >>Odisha Astrology

Shani Gochar 2024: କୁମ୍ଭ ରାଶିରେ ପ୍ରତ୍ୟାବର୍ତ୍ତନ କରିବେ ଶନିଦେବ, ୩ଟି ରାଶିର ଭାଗ୍ୟ ଉଜ୍ୱଳ

Shani Gochar 2024: ହିନ୍ଦୁ କ୍ୟାଲେଣ୍ଡର ତଥ୍ୟ ଅନୁଯାୟୀ, ଶନି ଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିଦ୍ୟମାନ କରିଛନ୍ତି । ଏହି ଚଳନ ୨୦୨୫ ମସିହା ପର୍ଯ୍ୟନ୍ତ ରହିବ । ପଞ୍ଚାଙ୍ଗ ଅନୁଯାୟୀ, ଶନିଦେବ ଜୁନ୍ ୨୯ ରାତି ୧୨ଟା୩୫ ମିନିଟ ସମୟରେ କୁମ୍ଭ ରାଶିରେ ବକ୍ରି ଭାବେ ପ୍ରତ୍ୟାବର୍ତ୍ତନ କରିବେ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭ ଫଳାଫଳ ପାଇବେ ।

Advertisement
Shani Gochar 2024: କୁମ୍ଭ ରାଶିରେ ପ୍ରତ୍ୟାବର୍ତ୍ତନ କରିବେ ଶନିଦେବ, ୩ଟି ରାଶିର ଭାଗ୍ୟ ଉଜ୍ୱଳ
Stop
Soubhagya Ranjan Mishra|Updated: Mar 31, 2024, 08:01 PM IST

Shani Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଇଥାଏ । ଏକ ପୌରାଣିକ ବିଶ୍ୱାସ ରହିଛି ଯେ, ଶନି ଦେବ କାର୍ଯ୍ୟ ଅନୁଯାୟୀ ପ୍ରତ୍ୟକ ବ୍ୟକ୍ତିଙ୍କୁ ଫଳାଫଳ ଦିଅନ୍ତି । କିଛି ବ୍ୟକ୍ତିଙ୍କ ମତ ଅନୁଯାୟୀ, ଶନିଦେବଙ୍କୁ ଏକ ନିଷ୍ଠୁର ଗ୍ରହ ଭାବରେ ବିବେଚନା କରାଯାଏ, କିନ୍ତୁ ପ୍ରକୃତରେ ତାହା ସତ ନୁହେଁ । ଯଦି ଜଣେ ବ୍ୟକ୍ତିର କାର୍ଯ୍ୟଶୈଳୀ ଭଲ ଥାଏ ତେବେ ତାକୁ ଶନି ଦେବଙ୍କ ଆଶୀର୍ବାଦ ପାଇଥାଏ । ହିନ୍ଦୁ କ୍ୟାଲେଣ୍ଡର ତଥ୍ୟ ଅନୁଯାୟୀ, ଶନି ଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିଦ୍ୟମାନ କରିଛନ୍ତି । ଏହି ଚଳନ ୨୦୨୫ ମସିହା ପର୍ଯ୍ୟନ୍ତ ରହିବ । ପଞ୍ଚାଙ୍ଗ ଅନୁଯାୟୀ, ଶନିଦେବ ଜୁନ୍ ୨୯ ରାତି ୧୨ଟା୩୫ ମିନିଟ ସମୟରେ କୁମ୍ଭ ରାଶିରେ ବକ୍ରି ଭାବେ ପ୍ରତ୍ୟାବର୍ତ୍ତନ କରିବେ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭ ଫଳାଫଳ ପାଇବେ ।

ମେଷ ରାଶି 
ଶନି ଦେବ ମେଷ ରାଶିର କୁଣ୍ଡଳୀରେ ଏକାଦଶ ଘରେ ବକ୍ରି କରୁଛନ୍ତି । ଏହାର ପ୍ରଭାବରୁ ମେଷ ରାଶିର ଲୋକଙ୍କୁ ହଠାତ୍ ଆର୍ଥିକ ଲାଭ ମିଳିପାରେ । ସନ୍ତାନ ସନ୍ତତି ହେଉନଥିଲେ ଆପଣଙ୍କୁ ଏହି ସମୟରେ ଶୁଭ ଖବର ମିଳିପାରେ । ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ଦିନ ଧରି ପଡି ରହିଛି ତେବେ ତାହା ଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି ।

ବୃଷ ରାଶି
ବୃଷ ରାଶିର ବ୍ୟକ୍ତିମାନେ ଶନିଙ୍କ ରିଟ୍ରୋଗ୍ରେଡ୍ ସ୍ଥିତିର ଭଲ ଫଳାଫଳ ପାଇବେ । ଏହି ସମୟ ମଧ୍ୟରେ ଆପଣଙ୍କ ଦୂରଯାତ୍ରାର ଯୋଗ ରହିଛି । କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ପାରିବାରିକ ସୁଖ ମିଳିବ । ବ୍ୟବସାୟରେ ଅନ୍ୟ କାହାର ସମର୍ଥନ ପାଇପାରନ୍ତି । ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତାର ସ୍ୱାଦ ଚାଖିବେ ।

ବିଛା ରାଶି
ଆପଣଙ୍କ ରାଶି କୁଣ୍ଡଳୀର ଚତୁର୍ଥ ଘରେ ବିରାଜମାନ କରିବେ ଶନି ଦେବ । ଏହାର ପ୍ରଭାବରୁ ଆପଣଙ୍କୁ ନିଜ କ୍ୟାରିୟରରେ ଅନେକ ଲାଭ ମିଳିବ । ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିପାରିନ୍ତି । ପରିବାର ସଦସ୍ୟଙ୍କ ସହଯୋଗରେ ବ୍ୟବସାୟ ବିସ୍ତାର କରିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ପ୍ରଶଂସା ମିଳିବ । ଆର୍ଥିକ ଲାଭ ମିଳିବା ସହିତ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଇବ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)

Also Read- BJPରେ ମିଶିଲେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ

Also Read- Shukra Gochar 2024: ଆଜି ଶୁକ୍ରଙ୍କ ଚଳନ, ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଲାଗିବ ଲଟେରୀ

Read More
{}{}