PHOTOS

Lucky Zodiac Sign: ୨୮ ଜୁଲାଇ ରବିବାର ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28 July 2024 : ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ସୂଚନା ଅନୁଯାୟୀ, ୨୮ ଜୁଲାଇ ରବିବାର ଦିନ କେଉଁ ୫ଟି ରାଶିର ବ୍ୟକ୍ତି ଭାଗ୍ୟବାନ ଆସନ୍ତୁ ଜାଣିବା ।

Advertisement
1/5

ମିଥୁନ ରାଶି ଆପଣଙ୍କ ପାଇଁ ଦିନଟି ବହୁତ ଫଳପ୍ରଦ ହେବାକୁ ଯାଉଛି । ଆପଣଙ୍କ ବ୍ୟକ୍ତିତ୍ୱର ଉନ୍ନତି ହେବ । ନିଜ ମିଠା କଥାରେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ । ସମ୍ପତ୍ତି ସହ ଜଡିତ କୌଣସି ବିବାଦ ଥିଲେ ତାହା ଜଣେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟରେ ସମାଧାନ ହେବ। ଉତ୍ତମ ଇଚ୍ଛାଶକ୍ତି ଏବଂ ନିଷ୍ଠା କାରଣରୁ ବ୍ୟବସାୟରେ ଭଲ ଲାଭ ପାଇବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଶିକ୍ଷା, ଚାକିରି କିମ୍ବା ଭ୍ରମଣ ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ସ୍ୱପ୍ନ ପୂରଣ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ପରସ୍ପରକୁ ସମର୍ଥନ କରିବେ । ରବିବାର ଛୁଟି କାରଣରୁ ପିଲାମାନଙ୍କ ସହିତ ଗୁଣାତ୍ମକ ସମୟ ବିତାଇବେ । ସନ୍ଧ୍ୟାରେ ବନ୍ଧୁଙ୍କ ସହ କୌଣସି ଉତ୍ସବରେ ଯୋଗ ଦେଇ ପାରନ୍ତି ।

2/5

ସିଂହ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ଫଳ ଆଣିଦେବ । ସୂର୍ଯ୍ୟଙ୍କ କୃପାରୁ ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କୁ ଏକ ନୂତନ ସୁଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ । ରୋଜଗାର ଦିଗରେ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ପାଇବେ । ଆପଣଙ୍କ ପାଇଁ ନୂତନ ଆୟର ଉତ୍ସ ଖୋଲିବ । ପୂର୍ବରୁ କାହାଠାରୁ ଋଣ ନେଇଥିଲେ ତାହାକୁ ପରିଶୋଧ କରିବେ । ଛାତ୍ରମାନଙ୍କ ଉଚ୍ଚଶିକ୍ଷାରେ ଆସୁଥିବା ପ୍ରତିବନ୍ଧକକୁ ଦୂର ହୋଇଯିବ । ଜୀବନସାଥୀ ସହିତ ସମ୍ପର୍କ ଭଲ ହେବ ।

3/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତି ସୁଧୁରିବା ସହ ବିଶେଷ ବ୍ୟକ୍ତିଙ୍କ ସହ ପରିଚୟ ବୃଦ୍ଧି ପାଇବ । ଯଦି ଆପଣ କୌଣସି ପ୍ରକାରର ବିନିଯୋଗ କରିବାକୁ ଭାବୁଛନ୍ତି ତେବେ ଦିନଟି ଅତ୍ୟନ୍ତ ଭଲ । ରବିବାର ଛୁଟି କାରଣରୁ ପରିବାରକୁ ସମୟ ଦେବେ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ପ୍ରତ୍ୟେକ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସକ୍ଷମ ହେବେ । ଆର୍ଥିକ ଲାଭ ପାଇବେ । ଆପଣ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେହି କ୍ଷେତ୍ରରେ ଭଲ ଅଗ୍ରଗତି କରିବେ । ଆପଣ ପୁନର୍ବାର ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ । ଜୀବନସାଥୀଙ୍କ ସହିତ ମିଶି କିଛି ସମ୍ପତ୍ତି କ୍ରୟ କରିପାରିବେ । ପିଲାମାନଙ୍କଠାରୁ ଭଲ ଖବର ଶୁଣିବାକୁ ପାଇବେ । ସାମାଜିକ କାର୍ଯ୍ୟ ଦ୍ୱାରା ଆପଣ ଲୋକପ୍ରିୟ ହେବେ ।

4/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ମନୋରମ ହେବ । ନିଜର ଚତୁରତା କାରଣରୁ ଶତ୍ରୁଙ୍କୁ ପରାସ୍ତ କରିବାକୁ ସମର୍ଥ ହେବେ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବ୍ୟବସାୟୀମାନେ ଭଲ ଲାଭ କରିବେ । ବିବାହ ସହିତ ଜଡିତ କୌଣସି ସମସ୍ୟା ଥିଲେ ତାହା ଶେଷ ହେବ । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ପ୍ରେମ ଜୀବନରେ ଖୁସି ହେବେ । ସାଥୀଙ୍କ ସହିତ ରୋମାଣ୍ଟିକ ରାତ୍ରୀ ଭୋଜନ କରିପାରନ୍ତି । ସନ୍ଧ୍ୟାରେ, ପିତାମାତାଙ୍କୁ ନେଇ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି ।

5/5

କୁମ୍ଭ ରାଶି ଦିନଟି ଆପଣଙ୍କର ଖୁସିରେ କଟିବ । ପ୍ରଶଂସା ସହିତ ଲୋକପ୍ରିୟତା ମିଳିବ । କର୍ମକ୍ଷେତ୍ରରେ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କୁ ଉତ୍ସାହିତ କରିବେ । ବ୍ୟବସାୟରେ ଆଜି ଅଧିକ ଲାଭ ମିଳିବ । ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭପ୍ରଦ ହେବ । ଜୀବନସାଥୀଙ୍କ ସହ ସମ୍ପର୍କ ସୁଦୃଢ ହେବ । ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)





Read More