PHOTOS

Lucky Zodiac Sign: ୨୬ ଜୁଲାଇ ଶୁକ୍ରବାର ଦିନ ରବି ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 26 July 2024 : ୨୬ ଜୁଲାଇ ଶୁକ୍ରବାର କେଉଁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

Advertisement
1/5

ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ । ଧାର୍ମିକ ଏବଂ ସାମାଜିକ କାର୍ଯ୍ୟରେ ଉତ୍ସାହର ସହ ସହଯୋଗ କରିବେ । କିଛି ଟଙ୍କା ଖର୍ଚ୍ଚ ହୋଇପାରେ । ଆପଣଙ୍କର ସମସ୍ତ ଚିନ୍ତା ଦୂର ହେବ । ଭାଇଙ୍କ ପରାମର୍ଶ ନେଇ ପାରିବାରିକ ବ୍ୟବସାୟରେ ଅଗ୍ରଗତି କରିବେ । ନିଯୁକ୍ତ ବ୍ୟକ୍ତିମାନେ ଆସନ୍ତାକାଲି ନିଜ ସହକର୍ମୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ପୂର୍ବରୁ ଥିବା ଭୁଲ ବୁଝାମଣାର ମଧ୍ୟ ସମାଧାନ ହେବ । କର୍ମକ୍ଷେତ୍ରରେ ପରିବେଶ ସୁଖଦ ହେବ । ପରିବାରରେ ସମସ୍ୟା ଥିଲେ ତାହା ଦୂର ହେବ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ ହେବ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ପୂର୍ବ ଇଚ୍ଛା ପୂରଣ ହେବ । ଧନ ବୁଦ୍ଧି ହେବାର ସମ୍ଭାବନା ରହିଛି । ଆପଣଙ୍କ ଲୋକପ୍ରିୟତା ବଢିବ । ନିଜ ବକ୍ତବ୍ୟରେ ଅନ୍ୟକୁ ପ୍ରଭାବିତ କରିବାରେ ମଧ୍ୟ ସଫଳ ହେବେ । ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରିବ । ଆପଣଙ୍କର ସମସ୍ତ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ । ଆପଣ ସମସ୍ତ ଚିନ୍ତା ଏବଂ ଅସୁବିଧାରୁ ମୁକ୍ତି ପାଇବେ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବ୍ୟବସାୟୀମାନେ ଭଲ ଲାଭ ପାଇବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଆପଣ ନିଜ ସାଥୀଙ୍କ ସହିତ ମିଶି କିଛି ସମ୍ପତ୍ତି କ୍ରୟ କରିପାରନ୍ତି ।

3/5

ତୁଳା ରାଶି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବାକୁ ଯାଉଛି । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଦୀର୍ଘ ଦିନର ଇଚ୍ଛା ପୂରଣ ହେବ । ବିରୋଧୀଙ୍କୁ ଆପଣ ପରାସ୍ତ କରିବେ । ଆୟ ଦିନକୁ ଦିନ ବୃଦ୍ଧି ପାଇବ । ନିଜ ଆକାଂକ୍ଷାକୁ ପୂରଣ କରିବାକୁ ସକ୍ଷମ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ହେବ । କୌଣସି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଦିନଟି ଉପଯୁକ୍ତ ହେବ । ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି । ନିଜ ପରିବାର ସହିତ ଗୁଣାତ୍ମକ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ସମଗ୍ର ପରିବାର ସହିତ କିଛି ଶୁଭ ଘଟଣା ବିଷୟରେ ମଧ୍ୟ ଆଲୋଚନା ହୋଇପାରେ । ପିଲାମାନେ ଧାର୍ମିକ କାର୍ଯ୍ୟକଳାପରେ ନିୟୋଜିତ ହୋଇ ଖୁସି ହେବେ । କିଛି ଭଲ ଖବର ମଧ୍ୟ ପାଇପାରନ୍ତି । ଜୀବନସାଥୀଙ୍କ ସହିତ ଚାଲିଥିବା ଭୁଲ ବୁଝାମଣାର ସମାଧାନ ହେବ ।

4/5

ମକର ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କୌଣସି କାରଣରୁ ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବେ । ନିଜ ମଧ୍ୟରେ ଆତ୍ମବିଶ୍ୱାସର ବୃଦ୍ଧି ଦେଖିବେ । ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଆପଣ ପରିବାର ସଦସ୍ୟ କିମ୍ବା ଘନିଷ୍ଠ ବନ୍ଧୁମାନଙ୍କ ସହିତ ଏକ ଧାର୍ମିକ ସ୍ଥାନ ପରିଦର୍ଶନ କରିପାରନ୍ତି । ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ । ନିଜ କର୍ମକ୍ଷେତ୍ରରେ ଅଗ୍ରଗତି ହାସଲ କରିବେ । ନୂତନ କାର୍ଯ୍ୟରେ ବିନିଯୋଗ କରିବାକୁ ଚାହୁଁଥିଲେ ସମୟ ଉପଯୁକ୍ତ । ପରିବାରରେ ଚାଲିଥିବା ମତଭେଦ ଶେଷ ହେବା ସହ ଜୀବନ ସୁଖମୟ ହେବ । ଭାଇଭଉଣୀଙ୍କ ସହିତ ଆପଣଙ୍କ ସମ୍ପର୍କ ଅନୁକୂଳ ହେବ । ପିତାମାତାଙ୍କ ସେବା କରିବାର ସୁଯୋଗ ମିଳିବ ।

5/5

କୁମ୍ଭ ରାଶି ଆପଣଙ୍କ ପାଇଁ ନୂତନ ପ୍ରଗତିର କିରଣ ଆସିବ । ବିଚାରାଧୀନ କାର୍ଯ୍ୟ ଶେଷ ହୋଇପାରେ । ଟଙ୍କା ରୋଜଗାର ପାଇଁ ଅନେକ ବଡ଼ ସୁଯୋଗ ପାଇବେ । ମିଠା କଥାରେ ଅନ୍ୟର ମନ ଜିଣିବାରେ ସକ୍ଷମ ହେବେ । ଦେବୀ ଲକ୍ଷ୍ମୀଙ୍କ କୃପାରୁ ଅନ୍ୟକୁ ପ୍ରଭାବିତ କରିବାରେ ସଫଳ ହେବେ । ନୂତନ ଯାନ କିମ୍ବା ସମ୍ପତ୍ତି କିଣି ପାରନ୍ତି । ଚାକିରି କ୍ଷେତ୍ରରେ ଆପଣଙ୍କୁ ବରିଷ୍ଠ ଅଧିକାରୀମାନେ ସମର୍ଥନ କରିବେ । ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କିଛି ଖର୍ଚ୍ଚ କରିବେ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । ଛୋଟ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ । ଧର୍ମ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କର ଆଗ୍ରହ ବଢିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)





Read More