PHOTOS

Lucky Zodiac Sign: ୨୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 20 June 2024 : ଜୁନ୍ ୨୦ ଗୁରବାର ଦିନ ଚନ୍ଦ୍ର ମଙ୍ଗଳଙ୍କ ରାଶି ବିଛାରେ ସଂଚାର କରିବେ । ଏଥିସହ ଜ୍ୟେଷ୍ଠ ମାସର ଶୁକ୍ଲପକ୍ଷର ଚତୁର୍ଦ୍ଦଶୀ ତିଥି ପଡିଛି । ଏହି ଦିନ ଶୁଭ ଯୋଗ ମଧ୍ୟରେ ରବି ଯୋଗ, ସବ୍ୟାର୍ଥ ସିଦ୍ଧି ଯୋଗ ଏବଂ ଅନୁରାଧା ନକ୍ଷତ୍ରର ଶୁଭ ମିଶ୍ରଣ ଅନୁଷ୍ଠିତ ହେଉଛି । ପ୍ରଭାବରେ ଦିନଟିର ମହତ୍ତ୍ୱ ବୃଦ୍ଧି ପାଇଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଠିତ ଶୁଭ ଯୋଗ ମଧ୍ୟରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ ।

Advertisement
1/5

ତୁଳା ରାଶି- ୨୦ ଜୁନ୍ ଆପଣଙ୍କ ପାଇଁ ଏକ ଶୁଭ ଦିନ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ କରିବାରେ ସଫଳ ହେବେ । ବିଦେଶ ଯିବାର ଇଚ୍ଛା ପୂରଣ ହେବ । ଛାତ୍ରମାନେ ଶିକ୍ଷକ ଏବଂ ପରିବାର ସଦସ୍ୟଙ୍କ ଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । ବ୍ୟବସାୟୀମାନେ ବିପୁଳ ଲାଭ ଉପାର୍ଜନ କରିବେ । ବ୍ୟବସାୟରେ ଦ୍ରୁତ ସକରାତ୍ମକ ପରିବର୍ତ୍ତନ ଆସିବ । ନିଯୁକ୍ତି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ପ୍ରେମ କ୍ଷେତ୍ରରେ ଦିନଟି ଖୁବ ଭଲ । ପାରିବାରିକ ଜୀବନରେ କୌଣସି ଅସୁବିଧା ଚାଲିଥିଲେ ତାହା ଦୂରେଇଯିବ । ପ୍ରଭୁ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହିବ ।

2/5

କନ୍ୟା ରାଶି- ଆପଣଙ୍କ ପାଇଁ ଦିନଟି ଖୁବ ଭଲ ହେବାକୁ ଯାଉଛି । ଧୌର୍ଯ୍ୟର ସହିତ ସମସ୍ତ ସମସ୍ୟାର ସମାଧାନ କରିବେ । ଯୋଗାଯୋଗ ଦକ୍ଷତା ଉତ୍କୃଷ୍ଟ ହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ଥିବା ବିବାଦର ସମାଧାନ ହେବ । ଭାଇଭଉଣୀଙ୍କ ସହିତ ସମ୍ପର୍କ ଭଲ ହେବ । ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପିତାଙ୍କ ସହଯୋଗ ମିଳିବ ।

3/5

ଧନୁ ରାଶି- ଦିନଟି ଆପଣଙ୍କ ପାଇଁ ଏକ ଭଲ ଦିନ ଭାବେ ସାବ୍ୟସ୍ତ ହେବ । ଜୀବନରେ ଚାଲିଥିବା ଆର୍ଥିକ ଏବଂ ପାରିବାରିକ ସମସ୍ୟାର ସମାଧାନ ହେବ । କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିଲେ ସେଥିରୁ ଆରାମ ପାଇବେ । ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କ ସମର୍ଥନ ମିଳିବ । ବ୍ୟବସାୟୀମାନେ ବ୍ୟବସାୟ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ବୈବାହିକ ଜୀବନରେ ମଧୁରତା ଭରିଯିବ । ଆପଣଙ୍କ ସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ । ଘରକୁ ଅତିଥି ଆସିପାରନ୍ତି ।

4/5

ମକର ରାଶି- ଆପଣଙ୍କ ପାଇଁ ଦିନଟି ଲାଭଦାୟକ ହେବାକୁ ଯାଉଛି । ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ନୂଆ ଆକର୍ଷଣ ରହିବ । ବ୍ୟବସାୟ ସମ୍ବନ୍ଧୀୟ ନିଷ୍ପତ୍ତି ନେବା ସମୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । ବ୍ୟବସାୟରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ପରିବାରରେ କିଛି ଶୁଭ କାର୍ଯ୍ୟ ଆୟୋଜିତ ହୋଇପାରେ । ପ୍ରେମ ଜୀବନରେ ସାଥୀଙ୍କଠାରୁ ଉପହାର ପାଇପାରନ୍ତି । ଉଭୟ ଚାକିରି ତଥା ବୃତ୍ତିଗତ କାର୍ଯ୍ୟରେ ଆର୍ଥିକ ଲାଭ କରିବେ । ରଣ ଥିଲେ ପରିଶୋଧ କରିବେ ।

5/5

କୁମ୍ଭ ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ । ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ଭଲ ଟଙ୍କା ରୋଜଗାର କରିବା ସହ ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଗ୍ରାହକଙ୍କ ପ୍ରିୟଭାଜନ ହୋଇପାରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଟି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)





Read More