PHOTOS

Jupiter Transit 2024: ବୃହସ୍ପତି ଚଳନ ପ୍ରଭାବ, ୨୭ ଦିନ ପର୍ଯ୍ୟନ୍ତ ୩ ରାଶିକୁ ମିଳିବ ବଡ଼ ଲାଭ

Jupiter Transit 2024: ବୃହସ୍ପତିଙ୍କ ଚଳନ ସମୟରେ କିଛି ଲୋକଙ୍କ ଜୀବନରେ ଅଶାନ୍ତି ଦେଖାଦେବ । କିନ୍ତୁ ଆଗାମୀ ୨୭ ଦିନ ପର୍ଯ୍ୟନ୍ତ ୩ଟି ରାଶିକୁ ଶୁଭଫଳ ମିଳିବ । ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ମେଷ ମକର ଏବଂ ମୀନ ରାଶି କେଉଁ କ୍ଷେତ୍ରରେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

Advertisement
1/4

ମେଷ ରାଶି

ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ପ୍ରଭାବରୁ ଆପଣଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିପାରେ । ବ୍ୟବସାୟୀମାନେ ଚାହୁଁଥିବା ମୁତାବକ ଲାଭ ପାଇପାରିବେ । କଳା କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବ । ୨୭ ଦିନ ମଧ୍ୟରେ ଆପଣ ଆର୍ଥିକ ଲାଭ ପାଇପାରନ୍ତି । ଚାକିରି କ୍ଷେତ୍ରରେ ନିଜ ମଧ୍ୟରେ ବିକାଶ ଦେଖିପାରିବେ । ପଦୋନ୍ନତି ହେବାର ସମ୍ଭାବନା ରହିଛି । ଜୀବନସାଥୀ ସହିତ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ଛାତ୍ରମାନେ ଶିକ୍ଷକଙ୍କ ସଠିକ୍ ମାର୍ଗଦର୍ଶନ ପାଇ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।

2/4

ମକର ରାଶି

ଆଇନଗତ ପ୍ରସଙ୍ଗ ରହିଥିଲେ ରାୟ ଆପଣଙ୍କ ସପକ୍ଷରେ ଯିବ । ସୃଜନଶୀଳ କାର୍ଯ୍ୟରେ ଛାତ୍ରମାନଙ୍କର ଆଗ୍ରହ ବଢିବ । କ୍ୟାରିୟର କ୍ଷେତ୍ରରେ ଶୁଭଫଳ ମିଳିବ । ପ୍ରେମ ଜୀବନରେ ସ୍ଥିରତା ରହିବ । ଅବିବାହିତ ବ୍ୟକ୍ତିଙ୍କ ବିବାହ ପ୍ରସ୍ତାବ ଆସିବ । ପିତାମାତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।

3/4

ମୀନ ରାଶି

ବୃହସ୍ପତିଙ୍କ ଚଳନର ଶୁଭ ପ୍ରଭାବ ଆପଣଙ୍କ ଜୀବନରେ ଦେଖାଯିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ପାଇବେ । ବିଦେଶ ଭ୍ରମଣ କରିବାର ସୁଯୋଗ ପାଇପାରନ୍ତି । ଟଙ୍କା ରୋଜଗାର କରିବାର ଅନେକ ନୂଆ ସୁଯୋଗ ମିଳିବ । ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିବ । କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ରହିଛି । ଛାତ୍ରମାନେ ନିଜ ପସନ୍ଦର କଲେଜରେ ଆଡମିଶନ ପାଇବାର ସମ୍ଭା ପାରିବେ । ବିବାହିତ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ ।

4/4

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)





Read More