Hindi News >>Home >>Odisha Astrology

Panchang 14th August 2024: ପଞ୍ଚାଙ୍ଗ ଜାଣି ବୁଧବାର କାର୍ଯ୍ୟ ଆରମ୍ଭ କରନ୍ତୁ

Panchang 14th August 2024: କେଉଁ ରାଶିର ଘାତବାର ଏବଂ କେଉଁ ସମୟ ଶୁଭ ତାହା ଜାଣିବା ପରେ ଘରୁ ବାହାରନ୍ତୁ 

Advertisement
Panchang 14th August 2024: ପଞ୍ଚାଙ୍ଗ ଜାଣି ବୁଧବାର କାର୍ଯ୍ୟ ଆରମ୍ଭ କରନ୍ତୁ
Stop
Soubhagya Ranjan Mishra|Updated: Aug 13, 2024, 11:36 PM IST

Panchang 14th August 2024: ଅଦ୍ୟ ଅଗଷ୍ଟ ମାସ ୧୪ ତାରିଖ ୨୦୨୪ ମସିହା (ବୁଧବାର)

ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ- ୧୪୩୧
ସମ୍ବତ୍ସର- କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ନବମୀ ଦିବା ଘ ୧୦/୨୧ ଗତେ ଦଶମୀ
ନକ୍ଷତ୍ର- ଅନୁରାଧା ଦିବା ଘ ୧୨/୫୩ ଗତେ ଜ୍ୟେଷ୍ଠା
ଚନ୍ଦ୍ର- ବିଛା
ଯୋଗ- ଇନ୍ଦ୍ର
କରଣ - କୌଳବ
ସୌରମାସ- କର୍କଟ ୩୦ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୫୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୪

ଯୋଗିନୀ ପୂର୍ବେ ଦିବା ଘ ୧୦/୨୧ ଗତେ ଉତ୍ତରେ 
ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ରାଶିର ଘାତବାର

କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୬ ମଧ୍ୟେ
ବାରବେଳା - ଦିବା ଘ୧୧/୫୦ ଗତେ ଘ୦୧/୨୫ ମଧ୍ୟେ
ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୨୩ ମଧ୍ୟେ ଓ ଘ୦୨/୦୯ ଗତେ ଘ୦୪/୫୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୫୪  ଗତେ ଘ୦୫/୩୧ ମଧ୍ୟେ

ଅଦ୍ୟ ଲାଉ ଦିବା ଘ୧୦/୨୧ ଗତେ କଳମଶାଗ ଭକ୍ଷଣ ନିଷେଧ

ଆଜିର ରାଶିଫଳ

ମେଷ ରାଶି
ଘରେ ଲାଗିରହିଥିବା ଅଶାନ୍ତି  ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।

ବୃଷ ରାଶି
ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।

ମିଥୁନ ରାଶି
ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
 
କର୍କଟ ରାଶି
କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।

ସିଂହ ରାଶି
ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା । ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା ରାଶି
ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
 
ତୁଳା ରାଶି
ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
 
ବିଛା ରାଶି
ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।

ଧନୁ ରାଶି
ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।

ମକର ରାଶି
ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
  
କୁମ୍ଭ ରାଶି
ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।  ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।

ମୀନ ରାଶି
ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ତଥ୍ୟ- ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର

Also Read- Lucky Zodiac Sign: ୧୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Surya Nakshatra Gochar 2024: ମଘା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ଏହି ରାଶିର ଜୀବନ ହେବ ଆଲୋକିତ

Read More
{}{}