Hindi News >>Home >>Odisha Astrology

Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...

Budh Gochar 2024: ମାର୍ଚ୍ଚ ୦୭ ବୁଧବାର ସକାଳ ୦୯: ୨୧ ସମୟରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ 

Advertisement
Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...
Stop
Soubhagya Ranjan Mishra|Updated: Mar 02, 2024, 11:57 AM IST

Budh Gochar 2024:  ମାର୍ଚ୍ଚ ମାସ ଆରମ୍ଭ ହୋଇସାରିଛି । ଏହି ମାସରେ ଗ୍ରହ ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ ବୁଧ ଗ୍ରହଙ୍କୁ ବୁଦ୍ଧି ଏବଂ ବ୍ୟବସାୟ ସହ ଜଡିତ ଥିବା ଗ୍ରହ ବୋଲି ବିବେଚନା କରାଯାଏ । ବୁଧ ନିୟମିତ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ବୁଧଙ୍କ ରାଶି ପରିବର୍ତ୍ତନ ନିଶ୍ଚିତ ଭାବରେ କିଛି ନିର୍ଦ୍ଦିଷ୍ଟ ରାଶି ଉପରେ ପ୍ରଭାବ ପକାଇବ । ମାର୍ଚ୍ଚ ୦୭ ବୁଧବାର ସକାଳ ୦୯: ୨୧ ସମୟରେ ବୁଧ ମୀନ ରାଶିରେ ପ୍ରବେଶ କରିବେ । ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।

କର୍କଟ ରାଶି
ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କ ରାଶିରେ ସବୁଠାରୁ ଅଧିକ ପ୍ରଭାବ ପଡିବ । ଆପଣଙ୍କ ରାଶିରେ ବୁଧ ଗ୍ରହ ନବମ ଘରେ ଅର୍ଥାତ୍ ଭାଗ୍ୟର ଘରେ ଅବସ୍ଥାନ କରିବେ । ଫଳରେ ଆପଣଙ୍କୁ ସଫଳତା ମିଳିବ । ଅଧିକାଂଶ କ୍ଷେତ୍ରରେ ଆପଣ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ନୂଆ ସଫଳତା ହାସଲ କରିବେ । କ୍ୟାରିଅରରେ ମଧ୍ୟ ପରିବର୍ତ୍ତନ ଦେଖିବେ । ନୂଆ ଚାକିରିର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ମିଳିବ ।

ସିଂହ ରାଶି
ମୀନ ରାଶିରେ ବୁଧଙ୍କ ଚଳନ ସିଂହ ରାଶିକୁ ଶୁଭଫଳ ଦେବ । ଆର୍ଥିକ ସ୍ଥିତି ଦୃଢ ହେବ । ବନ୍ଧୁଙ୍କଠାରୁ ଟଙ୍କା ଫେରସ୍ତ ପାଇବେ । ଆପଣଙ୍କ ଶତୃଙ୍କର ମନ ପରିବର୍ତ୍ତନ ହୋଇଯିବ । କଠିନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବନ୍ଧୁମାନେ ସାହାଯ୍ୟ କରିବେ ।

ବିଛା ରାଶି
ଝଗଡା ଏବଂ ବିବାଦରୁ ଆପଣ ଦୂରେଇ ରହିବା ଉଚିତ୍ । ଆପୋଷ ବୁଝାମଣା ମଧ୍ୟରେ ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ବିଦେଶ ଭ୍ରମଣର ଯୋଗ ରହିଛି । ଋଣ କାରବାରରୁ ନିଜକୁ ଦୂରେଇ ରଖନ୍ତୁ ।

ଧନୁ ରାଶି 
ଆପଣଙ୍କ ରାଶିର ଦଶମ ଘରେ ବୁଧ ଅବସ୍ଥାନ କରିବେ । ଏହାର ପ୍ରଭାବରେ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ଏବଂ ସମୃଦ୍ଧତା ଆସିବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ଲାଭର ସୁଯୋଗ ବୃଦ୍ଧି ପାଇବ । କାର୍ଯ୍ୟ ଦକ୍ଷତା ଆଧାରରେ ଆପଣ ଉଚ୍ଚ ପଦାଧିକାରୀଙ୍କଠାରୁ ପ୍ରଶଂସା ପାଇବେ । ବିନିଯୋଗରୁ ଭଲ ଲାଭ ପାଇବେ । ପାରିବାରିକ ବିବାଦର ଅନ୍ତ ଘଟିବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Budh Shani Surya Gochar: କୁମ୍ଭରେ ୩ ବଡ଼ ଗ୍ରହଙ୍କ ଚଳନ ପ୍ରଭାବରୁ ଏହି ରାଶି ପାଇଁ ଶୁଭ

Also Read- Mangal Gochar 2024: ମାର୍ଚ୍ଚ ମାସରେ ଶନିରେ ମଙ୍ଗଳ ଚଳନ, ୩ ରାଶିକୁ ଅତ୍ୟନ୍ତ ଲାଭ...

Read More
{}{}