Hindi News >>Home >>Odisha Astrology

Maa Lakshmi: ଆପଣଙ୍କ ଘରେ ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ, ମିଳୁଛି କି ଏହି ସଂକେତ ?

Maa lakshmi: ଧନର ଦେବୀଙ୍କ ଆଗମନରେ ମିଳିଥାଏ ଅନେକ ସଂକେତ । ଏହିସବୁ ସଂକେତ ଯଦି ଆପଣଙ୍କୁ ମିଳୁଛି ତେବେ ଭାବିନିଅନ୍ତୁ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

Advertisement
Maa Lakshmi: ଆପଣଙ୍କ ଘରେ ଧନର ବର୍ଷା କରିବେ ମାଆ ଲକ୍ଷ୍ମୀ, ମିଳୁଛି କି ଏହି ସଂକେତ ?
Stop
Soubhagya Ranjan Mishra|Updated: Aug 03, 2023, 09:40 PM IST

Maa Lakshmi: ଶାସ୍ତ୍ର ପୁରାଣରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି ବିବେଚନା କରାଯାଇଥାଏ । ଅନେକଙ୍କର ବିଶ୍ୱାସ (Faith) ରହିଛି ଯେ, ମାଆ ଲକ୍ଷ୍ମୀ ଯାହାଙ୍କ ଉପରେ କୃପା କରନ୍ତି ସେ ଜୀବନରେ ସବୁ ପ୍ରକାରର ସୁଖ (Happyness) ପାଇଥାଏ । ଆଉ ଯଦି କୌଣସି କାରଣରୁ ମାଆ ଲକ୍ଷ୍ମୀ କାହା ଉପରେ କ୍ରୋଧିତ ହୁଅନ୍ତି ତେବେ ବ୍ୟକ୍ତିର ଆର୍ଥିକ ସ୍ଥିତି (Financial status) ଦୁର୍ବଳ ହେବାରେ ଲାଗେ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁବେଳେ ନିଜ ଉପରେ ରହିଥାଉ । ସେଥିପାଇଁ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାରର ପୂଜା ପର୍ବ ମଧ୍ୟ ପାଳନ କରାଯାଇଥାଏ । ବିଶେଷ କରି ଓଡ଼ିଆ ଲୋକମାନେ ମାଣବସା ଗୁରୁବାର ବ୍ରତ ପାଳନ କରିଥାନ୍ତି । ଘରର ମହିଳାମାନେ ଭୋର ସମୟରୁ ସଜ୍ୟା ତ୍ୟାଗ କରି ପ୍ରସ୍ତୁତ ହେବା ସହ ଅରୁଆ ଚାଉଳ ବାଟି ଘରର କାନ୍ଥରେ ଓ ବାରଣ୍ଡାରେ ବିଭିନ୍ନ ପ୍ରକାରର ଝୋଟି ପକାଇବା ସହ ଲକ୍ଷ୍ମୀ ପାଦ ପକାଇଥାନ୍ତି । ଏଥିସହ ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ଭିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ଓ ପିଠା ପଣା ପ୍ରସ୍ତୁତ କରି ମାଆଙ୍କ ଆସ୍ଥାନ ନିକଟରେ ଭୋଗ ଲଗାଇଥାନ୍ତି ।

ଶାସ୍ତ୍ର ପୁରାଣ ଅନୁସାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବା ସହ ଆଶୀର୍ବାଦ ପାଇବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପୂଜା ବିଷୟରେ ଉଲ୍ଲେଖ କରାଯାଇଛି । ସେହି ପୂଜା କରି ମାଆଙ୍କୁ ପ୍ରସନ୍ନ କରିବା ଦ୍ୱାରା ଜଣେ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ହେବାର ବିଶ୍ୱାସ ରହିଛି । ଅନ୍ୟପକ୍ଷରେ ଏକଥା ମଧ୍ୟ କୁହାଯାଇଛି ଯେ, ଯଦି ମାଆ ଲକ୍ଷ୍ମୀଙ୍କ କୃପା ବର୍ଷିବ ତେବେ ଅନେକ ସଂକେତ ମଧ୍ୟ ମିଳିଥାଏ । ହିନ୍ଦୁ ଧର୍ମରେ ଶଙ୍ଖର ବ୍ୟବହାର ପ୍ରତିଟି ପୂଜାରେ କରାଯାଇଥାଏ । କାରଣ ଶଙ୍ଖକୁ ଅତ୍ୟନ୍ତ ଶୁଭ ଏବଂ ପବିତ୍ର ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି ଯେ, ପ୍ରଭୁ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ପୂଜାପାଠ ସମୟରେ ଶଙ୍ଖ ବ୍ୟବହାର କରାଯାଏ । ଯଦି କୌଣସି ବ୍ୟକ୍ତି ସକାଳେ ଉଠିବା ସମୟରେ ଶଙ୍ଖ ବାଜୁଥିବାର ଶବ୍ଦ ଶୁଣନ୍ତି ତେବେ ଏହା ଏକ ଶୁଭ ସଙ୍କେତ  । ଶଙ୍ଖର ଶବ୍ଦ ମାଆ ଲକ୍ଷ୍ମୀଙ୍କ ଆଗମନର ଏକ ସଙ୍କେତ ଦେଇଥାଏ ।

ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଯଦି ମା ଲକ୍ଷ୍ମୀ ଜଣେ ବ୍ୟକ୍ତିଙ୍କ ଘରକୁ ଆଗମନ କରୁଛନ୍ତି ତେବେ ଘରର ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ । ଲୋକମାନେ ମାଂଶାହାରୀ ବଦଳରେ ଶାକାହାରୀ ଖାଦ୍ୟ ଗ୍ରହଣ କରିଥାନ୍ତି । ନିଶାଦ୍ରବ୍ୟଠାରୁ ଦୂରରେ ରହିଥାନ୍ତି । ପୁରାଣ ଶାସ୍ତ୍ର ଅନୁସାରେ ପେଚାକୁ ଦେବୀ ଲକ୍ଷ୍ମୀଙ୍କ ବାହନ କୁହାଯାଏ। ଏପରି ପରିସ୍ଥିତିରେ ଯଦି ଆପଣ ଧବଳ ବର୍ଣ୍ଣର ପେଚା ଦେଖୁଛନ୍ତି ତେବେ ତାହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ପେଚା ଦେଖିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଆଗମନର ସୂଚନା ମିଳିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣନା କରାଯାଇଛି ଯେ, ସାପ ଦେଖିବା ମଧ୍ୟ ବହୁତ ଶୁଭ । ଯଦି ଜଣେ ବ୍ୟକ୍ତି ସାପକୁ ଦେଖେ, ତେବେ ଏହା ଦେବୀ ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ । ଏପରି ପରିସ୍ଥିତିରେ, ଯଦି ସ୍ୱପ୍ନରେ ସାପ ଦେଖାଦିଏ ତେବେ ବୁଝିନିଅନ୍ତୁ ଯେ ଆପଣଙ୍କର ଆର୍ଥିକ ସମସ୍ୟା ଖୁବ ଶୀଘ୍ର ଦୂର ହେବାକୁ ଯାଉଛି । ଆପଣଙ୍କ ବ୍ୟବସାୟରେ ଖୁବ ଭଲ ହୋଇପାରେ । କିମ୍ୱା ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ଆଗକୁ ଯାଇପାରନ୍ତି

Also Read- Newborn Baby: ନବଜାତ ଶିଶୁକୁ ୧୦ ହଜାର ଟଙ୍କାରେ ବିକିଲେ ବାଲେଶ୍ୱର ଦମ୍ପତି

Read More
{}{}