Hindi News >>Home >>Odisha Astrology

Horoscope of 8th October 2022: ଆଜି ପାରିବାରିକ ଅଶାନ୍ତି ଦେଖାଦେବ, ଭାତୃବିବାଦ ବଢିଯିବ!


Horoscope of 8th October 2022: ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ । ଧାର କରଜ କରିପାରନ୍ତି । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପୂଜା ଅର୍ଚ୍ଚନା ପାଇଁ ମନ ବଳିବ ।   

Advertisement
 Horoscope of 8th October 2022: ଆଜି ପାରିବାରିକ ଅଶାନ୍ତି ଦେଖାଦେବ, ଭାତୃବିବାଦ ବଢିଯିବ!
Stop
Zee Odisha Desk|Updated: Oct 08, 2022, 07:21 AM IST

Horoscope of 8th October 2022: ମେଷ: ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ ।

ବୃଷ:  ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।  ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।

ମିଥୁନ: ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ହେବ । ଆୟ ଓ ବ୍ୟୟ ସମାନ ରହିବ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।

କର୍କଟ: ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସୁଫଳ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।

Also Read: Ollywood Casting Couch: ଶିକାର ଜାଲରେ ଫସିଲା ଶିକାରୀ! ବିଜେଡି ସହ ବାହାରିଲା ମଜଭୁତ ଲିଙ୍କ୍

ସିଂହ: ବୁଦ୍ଧି ବିଚାରୀ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଚିନ୍ତା ପ୍ରକଟ କରିବେ ।

କନ୍ୟା: ମନ ଉତ୍‌ଫୁଲ ରହିବ । ଧର୍ମସ୍ଥଳକୁ ପରିଦର୍ଶନରେ ଯିବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।

ତୁଳା: କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।

ବିଛା: ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।

Also Read: ଦଶହରା ପରେ ବି ଗର୍ଜୁଛି ଗଗନ, ଆଉ ଏତିକି ଦିନ ରାଜ୍ୟରେ ଜାରି ରହିବ ବର୍ଷା...
  
ଧନୁ: ସମସ୍ତ ଯୋଜନା ବ୍ୟର୍ଥ ଯିବ । ଶରୀର ଅସୁସ୍ଥ ରହିବ । ଧାର କରଜ କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଆଘାତ ଦେବ ।

ମକର: ସମୟାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ ।

କୁମ୍ଭ: ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ  କରିବେ ।

ମୀନ: ମୁଣ୍ଡ ବିନ୍ଧା, ଉଦରପୀଡା ଭଳି ଶାରୀରିକ ଅସୁସ୍ଥତା ବୋଧ ହେବ । ଭାତୃବିବାଦ ବଢିଯିବ । ଆୟ ବାଧାପ୍ରାପ୍ତ ହେବ । ବନ୍ଧୁଙ୍କ ସାହାଯ୍ୟ ମିଳିବ ।  

Read More
{}{}