Hindi News >>Home >>Odisha Astrology

Shani Jayanti 2024: ଶନି ଜୟନ୍ତୀରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା ଏବଂ ସୁଖ

Shani Jayanti 2024: କର୍ମ ଅନୁଯାୟୀ ଶନିଦେବ ଫଳାଫଳ ପ୍ରଦାନ କରନ୍ତି । ଶନି ଦେବଙ୍କ ଆଶୀର୍ବାଦରୁ ବ୍ୟକ୍ତି ଜୀବନରେ ଅନେକ ଆରାମ ଏବଂ ସୁବିଧା ପାଇଥାଏ । କିନ୍ତୁ ଶନିଙ୍କ କୋପ ଦୃଷ୍ଟି ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରିଦିଏ । ଆସନ୍ତୁ ଜାଣିବା ଚଳିତଥର ଶନି ଜୟନ୍ତୀରେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାକୁ ଯାଉଛି ।

Advertisement
Shani Jayanti 2024: ଶନି ଜୟନ୍ତୀରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା ଏବଂ ସୁଖ
Stop
Soubhagya Ranjan Mishra|Updated: Jun 05, 2024, 05:59 PM IST

Shani Jayanti 2024: ହିନ୍ଦୁ ଶାସ୍ତ୍ରରେ ଶନି ଦେବଙ୍କୁ କର୍ମ ତଥା ନ୍ୟାୟର ଦେବତା ଭାବରେ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ, ଶନି ଦେବ ଜଣେ ବ୍ୟକ୍ତିର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଥାନ୍ତି । ଏଥିସହ କର୍ମ ଅନୁଯାୟୀ ଶନିଦେବ ଫଳାଫଳ ପ୍ରଦାନ କରନ୍ତି । ଶନି ଦେବଙ୍କ ଆଶୀର୍ବାଦରୁ ବ୍ୟକ୍ତି ଜୀବନରେ ଅନେକ ଆରାମ ଏବଂ ସୁବିଧା ପାଇଥାଏ । କିନ୍ତୁ ଶନିଙ୍କ କୋପ ଦୃଷ୍ଟି ବ୍ୟକ୍ତିଙ୍କ ଜୀବନକୁ ନଷ୍ଟ କରିଦିଏ । ଆସନ୍ତୁ ଜାଣିବା ଚଳିତଥର ଶନି ଜୟନ୍ତୀରେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବାକୁ ଯାଉଛି ।

ହିନ୍ଦୁ କ୍ୟାଲେଣ୍ଡର ତଥା ପଞ୍ଜୀକା ଅନୁଯାୟୀ, ଶନିଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଜ୍ୟେଷ୍ଠ ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଛି । ୨୦୨୪ ମସିହା ତଥା ଚଳିତ ବର୍ଷ ଶନି ଜୟନ୍ତୀ ୬ ଜୁନ୍ ରେ ପାଳନ କରାଯାଉଛି । ଏହା ପରେ, ଶନି ଦେବ ଚଳିତ ମାସ ୩୦ ଜୁନରେ କୁମ୍ଭ ରାଶିରେ ଓଲଟା ଚଳନ କରିବେ । ଏଭଳି ପରିସ୍ଥିତିରେ ଏହାର ଶୁଭ ଏବଂ ଅଶୁଭ ପ୍ରଭାବ ସମସ୍ତ ରାଶିର ଜୀବନରେ ଦେଖିବାକୁ ମିଳିବ ।

ମେଷ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଜୟନ୍ତୀ ପ୍ରଭାବରେ ଆପଣଙ୍କ ଜୀବନରେ ବିଶେଷ ପରିବର୍ତ୍ତନ ଆସିବ । ଶନିଦେବ ଆପଣଙ୍କ ଉପରେ କୃପା ବର୍ଷା କରିବେ । ଏଭଳି ପରିସ୍ଥିତିରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ଯଦି ଆପଣଙ୍କର ପୂର୍ବରୁ ଆର୍ଥିକ ସଙ୍କଟ ରହିଥାଏ ତେବେ ଏଥିରୁ ମୁକ୍ତି ପାଇବେ । ଭାଗ୍ୟ ଆପଣଙ୍କର ସାଥ୍ ଦେବ । ଆପଣ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇବେ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ପାଇବ ।

ମିଥୁନ ରାଶି
ଆପଣ ଶନିଦେବଙ୍କ ପ୍ରଭାବରେ ବିଶେଷ ଆଶୀର୍ବାଦ ପାଇବେ । ଆଧ୍ୟାତ୍ମିକତା ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ । ଧାର୍ମିକ ଯାତ୍ରା କରିବାର ସୁଯୋଗ ରହିଛି । ଆପଣ ଚାପରୁ ମୁକ୍ତି ପାଇବେ । ଆର୍ଥିକ ଲାଭ କରିବାର ସମ୍ଭାବନା ରହିଛି । ଧୈର୍ଯ୍ୟବାନ ହୁଅନ୍ତୁ । ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଭବିଷ୍ୟତରେ, ଶନିଙ୍କ ଅନୁଗ୍ରହ କାରଣରୁ ବହୁ ଅର୍ଥ ପ୍ରାପ୍ତି ହେବ ।

କୁମ୍ଭ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ସାଡେ ସତୀର ଶେଷ ସମୟ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାଲିଛି । ଏପରି ପରିସ୍ଥିତିରେ ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଶନି ଦେବଙ୍କ କୃପାରୁ ଏହି ସମୟ ମଧ୍ୟ ଅତିକ୍ରମ ହୋଇଯିବ । ଆପଣ କିଛି ନୂଆ କରିବାର ସୁଯୋଗ ପାଇପାରନ୍ତି । ପରିବାର ସହିତ ସମୟ ବିତାଇବେ । ଶନିଦେବଙ୍କ କୃପାରୁ ଜୀବନରେ ସୁଖ ଆସିବ । ଶନି ଜୟନ୍ତୀରେ ଶନିଦେବଙ୍କୁ ଖୁସି କରିବା ପାଇଁ ବିଶେଷ ପୂଜାର୍ଚ୍ଚନା କଲେ ଶୁଭ ଫଳାଫଳ ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- ବିଜୟ ପରେ ଦେବାଦେବୀଙ୍କ ଆଶୀର୍ବାଦ ନେଲେ ବିଜୟୀ ପ୍ରାର୍ଥୀ

Read More
{}{}