Hindi News >>Home >>Odisha Astrology

Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ

Akshaya Tritiya 2024: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ପର୍ବରୁ ଅତ୍ୟନ୍ତ ଶୁଭଙ୍କର ବୋଲି ମନାଯାଏ । ଏହି ବିଶେଷ ତିଥିରେ ଲୋକମାନେ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନା କରିଥାନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟା ୧୦ ମଇରେ ପାଳନ କରାଯିବ । ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଏହି ଦିନ ଭକ୍ତିର ସହ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଦାନ, ସପିଂ ଇତ୍ୟାଦି କରନ୍ତି, ସେମାନେ ଅନନ୍ତ ଶୁଭ ଫଳ ପାଇଥାନ୍ତି ।

Advertisement
Akshaya Tritiya 2024: ଅକ୍ଷୟ ତୃତୀୟାରେ ସୁନା ଓ ରୂପା ସହ କିଣନ୍ତୁ ଏହି ଜିନିଷ, ମିଳିବ ଆଶୀର୍ବାଦ
Stop
Soubhagya Ranjan Mishra|Updated: Apr 28, 2024, 10:48 AM IST

Akshaya Tritiya 2024: ଅକ୍ଷୟ ତୃତୀୟାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଇଥାଏ । ଏହି ପର୍ବକୁ ଦୀପାବଳି ଏବଂ ଧନ୍ତେରାସ ପରି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ଦିନଟି ଏକ ଶୁଭ ସମୟ । ଏହି ଦିନ ଅଖି ମୁଠି ବିଲରେ ପକାଯାଏ । ଏଥିସହ ପବିତ୍ର ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ । ଏହି ବିଶେଷ ଦିନରେ ଲୋକମାନେ ଧନର ଦେବୀ ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାନ୍ତି । ଏଥର ଅକ୍ଷୟ ତୃତୀୟା ୧୦ ମଇ ୨୦୨୪ ରେ ପାଳନ କରାଯିବ।

ବିଶ୍ୱାସ ରହିଛି ଯେ, ଯେଉଁମାନେ ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ଭକ୍ତି ଭାବନା ସହିତ ପୂଜା କରିବା ସହ ଦାନ, ସପିଂ ଇତ୍ୟାଦି କରନ୍ତି, ସେମାନେ ଅତ୍ୟନ୍ତ ଶୁଭ ଫଳ ପାଆନ୍ତି ।

ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ସକାଳ ୧୦ଟା୫୪ ପର୍ଯ୍ୟନ୍ତ ରୋହିଣୀ ନକ୍ଷତ୍ର ରହୁଛି । ଏହା ବ୍ୟତୀତ ଦିନ ସାରା ଅବୁଜା ମୁହୂର୍ତ୍ତ ରହିଛି । ଯଦି ଆପଣ କିଣାକିଣି କରିବାକୁ ଯାଉଛନ୍ତି, ତେବେ ଆପଣ କେବଳ ରୋହିଣୀ ନକ୍ଷତ୍ର ସମୟରେ ଯିବା ଉଚିତ୍ । କାରଣ ଏହି ସମୟ ସପିଂ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନଟି ସପିଂ ପାଇଁ ଅତ୍ୟନ୍ତ ଶୁଭ ଅଟେ ।

ସୁନା ଓ ରୂପା ସହିତ କିଣନ୍ତୁ ଏହି ଜିନିଷ
ଏହି ପବିତ୍ର ଦିନରେ କେବଳ ସୁନା ଓ ରୂପା ନୁହେଁ ବରଂ ଏହା ବ୍ୟତୀତ ଆପଣ ଜମି, ଘର ଏବଂ ଯାନ ମଧ୍ୟ କିଣି ପାରିବେ । କୁହାଯାଏ ଯେ, ଏହି ଦିନରେ ଯେଉଁମାନେ ଏହିସବୁ ଜିନିଷ କିଣନ୍ତି ସେମାନଙ୍କୁ ସୁଖ ଏବଂ ସମୃଦ୍ଧି ମିଳିଥାଏ । ଏହା ସହିତ ଦେବୀ ଲକ୍ଷ୍ମୀ ଘରେ ବାସ କରନ୍ତି । ଯଦି ଆପଣ ଜମି, ଯାନ କିମ୍ୱା ଘର କିଣିପାରୁନାହାନ୍ତି ତେବେ ନିଜର ସାମର୍ଥ୍ୟ ଅନୁଯାୟୀ ଜିନିଷକୁ ଘରକୁ ଆଣି ଦେବି ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରନ୍ତୁ । କାରଣ ମାଆ ଲକ୍ଷ୍ମୀ କେବଳ ଭକ୍ତି ଭାବନାରେ ପ୍ରସନ୍ନ ହୋଇଥାନ୍ତି ।

ଅକ୍ଷୟ ତୃତୀୟା ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚାନା ବିଶେଷ ଢଙ୍ଗରେ କରିବା ସହ ମାଆଙ୍କ ଶ୍ଲୋକ ତଥା ମନ୍ତ୍ର ପାଠ କରନ୍ତୁ ।

Also Read- Rahu Gochar 2024: ରାହୁ କରିବେ ନକ୍ଷତ୍ର ପରିବର୍ତ୍ତନ, ୫ ରାଶି ବ୍ୟକ୍ତିଙ୍କ ଭାଗ୍ୟ ହେବ ଉଜ୍ୱଳ

Also Read- May Planet Transit 2024: ମେ ମାସରେ ଗ୍ରହଚଳନ ପ୍ରଭାବ, ବୃଷ ସମେତ ଏହି ରାଶିକୁ ଅତ୍ୟନ୍ତ ଲାଭ

Read More
{}{}