Hindi News >>Home >>Odisha Astrology

Budh Rashi Parivartan: ସେପ୍ଟେମ୍ବରରେ ଦୁଇଥର ରାଶି ପରିବର୍ତ୍ତନ କରିବେ ବୁଧ, ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟ

Budh Gochar September Horoscope: ବୁଧ ସେପ୍ଟେମ୍ବରରେ ସୂର୍ଯ୍ୟଙ୍କ ସିଂହ ରାଶିରେ ପ୍ରବେଶ କରିବ। ଏହି ମାସରେ ବୁଧ ଥରେ ନୁହେଁ ବରଂ ଦୁଇଥର ରାଶି ପରିବର୍ତ୍ତନ କରିବେସ ଯାହା ମାନବ ଜୀବନ ତଥା ଦେଶ ତଥା ବିଶ୍ୱ ଉପରେ ମଧ୍ୟ ପ୍ରଭାବ ପକାଇବ। ଜାଣନ୍ତୁ ଦୁଇଥର ବୁଧ ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ କେଉଁ ରାଶିଫଳ ଶୁଭ ଫଳାଫଳ ପାଇବେ।  

Advertisement
Budh Gochar September Horoscope
Stop
Jagdish Barik|Updated: Sep 04, 2024, 10:56 PM IST

Budh Rashi Parivartan September 2024: ଗ୍ରହ ଓ ନକ୍ଷତ୍ର ମାନଙ୍କ ସ୍ଥିତି ଦୃଷ୍ଟିରୁ ସେପ୍ଟେମ୍ବର ମାସ ଅତ୍ୟନ୍ତ୍ର ସ୍ୱତନ୍ତ୍ର। ଏହି ମାସରେ ଗ୍ରହମାନଙ୍କର ରାଜକୁମାର ବୁଧ ଗ୍ରହ ସମେତ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବେ। ବୁଧ ଗ୍ରହକୁ ବୁଦ୍ଧି ଏବଂ ବ୍ୟବସାୟର କାରକ କୁହାଯାଏ। ବୁଧ ଗ୍ରହ ସେପ୍ଟେମ୍ବରରେ ଥରେ ନୁହେଁ ଦୁଇଥର ରାଶି ପରିବର୍ତ୍ତନ କରିବେ। ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ସିଂହ ରାଶିରେ ପ୍ରବେଶ କରିବେ ଓ ଦ୍ୱିତୀୟ ଥର କନ୍ୟା ରାଶିରେ ପ୍ରବେଶ କରିବେ। ସେପ୍ଟେମ୍ବରରେ ଦୁଇଥର ବୁଧ ଗ୍ରହର ଗୋଚର ଯୋଗୁଁ କେତେକ ରାଶିଫଳ ଶୁଭ ଫଳାଫଳ ପାଇବେ।

ବୁଧ ଗ୍ରହ ୪ ସେପ୍ଟେମ୍ବର ସକାଳ ୧୦.୩୦ ରେ ସିଂହ ରିଶିରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ବୁଧ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ସିଂହ ରାଶିରେ ରହିବେ, ଏହା ପରେ ୨୩ ସେପ୍ଟେମ୍ବର ୨୦୨୪ ସୋମବାର ଦିନ ୦୯.୩୦ ରେ କନ୍ୟା ରାଶିରେ ପ୍ରବେଶ କରିବେ। ତେବେ ଜାଣନ୍ତୁ ବୁଧ ଗ୍ରହର ଦୁଇଥର ଗୋଚର ପାଇଁ କେଉଁ ସବୁ ରାଶି ସେପ୍ଟେମ୍ବରରେ ଲାଭଦାୟକ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃଷ, ମିଥୁନ, ସିଂହ, ତୁଳା, ଧନୁ ଓ କୁମ୍ଭ ରାଶିର ଲୋକମାନେ ସିଂହରେ ବୁଧ ଗ୍ରହର ଗୋଚରରୁ ଶୁଭ ଫଳାଫଳ ପାଇବେ। କନ୍ୟା ରାଶିରେ ବୁଧ ଗୋଚରରୁ ବୃଷ, ମିଥୁନ, କନ୍ୟା, ବିଛା, ଧନୁ ଓ ମକର ରାଶିର ଲୋକଙ୍କୁ ଲାଭଦାୟକ ଫଳାଫଳ ଦେବ। ବୃଷ ଓ ମିଥୁନ ରାଶିର ଲୋକମାନେ ବୁଧର ଉଭୟ ଗୋଚରରୁ ଶୁଭ ଫଳାଫଳ ପାଇବେ। ବୁଧ ହେଉଛି ମିଥୁନ ଏବଂ କନ୍ୟା ରାଶିର ଆରାଧ୍ୟ। ବୁଧ ଗ୍ରହ ଗୋଚର ପ୍ରଭାବ ଯୋଗୁଁ ଏହି ରାଶିର ଲୋକ କ୍ୟାରିୟର, ଅର୍ଥ, ସ୍ୱାସ୍ଥ୍ୟ ଏବଂ ବ୍ୟବସାୟରେ ସକରାତ୍ମକ ଫଳାଫଳ ପାଇବେ। ଏହି ଅବଧିରେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Read More
{}{}