Hindi News >>Home >>Odisha Astrology

Sarvartha Siddhi Yoga: ୮ ଜାନୁଆରୀରେ ଦୁର୍ଲଭ ଯୋଗ, କୁମ୍ଭ ସହିତ ଏହି ୫ଟି ରାଶି ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ

Luckiest Zodiac Sign: ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୮ ତାରିଖରେ ସର୍ବ ସିଦ୍ଧି ନାମକ ଏକ ଶୁଭ ଯୋଗ ଗଠନ ହେଉଛି । ପ୍ରଭାବରେ ତୁଳା, କୁମ୍ଭ ସମେତ ଅନ୍ୟ ପାଞ୍ଚଟି ରାଶି ପାଇଁ ଶୁଭଫଳ ମିଳିବ ।

Advertisement
Sarvartha Siddhi Yoga: ୮ ଜାନୁଆରୀରେ ଦୁର୍ଲଭ ଯୋଗ, କୁମ୍ଭ ସହିତ ଏହି ୫ଟି ରାଶି ବ୍ୟକ୍ତିଙ୍କ ଫିଟିବ ଭାଗ୍ୟ
Stop
Soubhagya Ranjan Mishra|Updated: Jan 07, 2024, 08:05 PM IST

Luckiest Zodiac Sign: ଜାନୁଆରୀ ୮ ତାରିଖ ସୋମବାର ଦିନ ଚନ୍ଦ୍ର ମଙ୍ଗଳ ଗ୍ରହର ସଙ୍କେତ ବିଛା ରାଶିରେ ଚଳନ ହେବାକୁ ଯାଉଛି। ଏଥିସହିତ ଆସନ୍ତାକାଲି ପୌଷ ମାସର କୃଷ୍ଣପକ୍ଷ ସର୍ବସିଦ୍ଧି ଯୋଗ ରହିଛି । ଏଥିରେ ବିଦ୍ୟା ଯୋଗ, ଆଦିତ୍ୟ ମଙ୍ଗଳ ଯୋଗ ଏବଂ ଅନୁରାଧା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ଯେଉଁ କାରଣରୁ ଆସନ୍ତାକାଲିର ଗୁରୁତ୍ୱ ବଢିଛି । ବୈଦିକ ତଥା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତାକାଲି ଗଠିତ ଶୁଭ ଯୋଗରୁ ପାଞ୍ଚଟି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । ଏହି ରାଶି ଗୁଡିକ ସର୍ବ ସିଦ୍ଧି ଯୋଗ କାରଣରୁ ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ କରିପାରିବେ । ଏଥିସହ ଏହି ରାଶିର ବ୍ୟକ୍ତି ବିଶେଷଙ୍କମାନେ ଧନ ପ୍ରାପ୍ତି କରିବେ । 

ତୁଳା ରାଶି
୮ ଜାନୁଆରୀର ସର୍ବସିଦ୍ଧି ଯୋଗ ବୃଷ ରାଶି ଲୋକଙ୍କ ପାଇଁ ଖୁବ୍ ଲାଭଦାୟକ ହେବ । ବୃଷ ରାଶିର ବ୍ୟକ୍ତିବିଶେଷମାନେ ସକାଳ ସମୟରେ ଏକ ଶୁଭ ଖବର ପାଇବେ । ଏଥିସହିତ ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବଢିବ । ଇଚ୍ଛା ଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାର ସମ୍ଭାବନା ଅଧିକ ରହିଛି । ଆପଣଙ୍କୁ କଠିନ ପରିଶ୍ରମର ଫଳ ମିଳିବ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବ । ଏଥିସହିତ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟରେ ମଧ୍ୟ ଅଧିକ ଲାଭ ହେବ । ପାରିବାରିକ ଜୀବନରେ ଆପଣଙ୍କୁ ଆନନ୍ଦ ମିଳିବ ।
ପ୍ରତିକାର: ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ ।

ସିଂହ ରାଶି
୮ ଜାନୁଆରୀ ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଖାସ୍ ଦିନ । ସିଂହ ରାଶିର ବ୍ୟକ୍ତିମାନେ ଭଗବାନ ଶିବଙ୍କ ଅପାର ଆଶୀର୍ବାଦ ଲାଭ କରିବେ । ଆପଣଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ଜୀବନରେ ନୂଆ ସମ୍ଭାବନା ପାଇଁ ନୂଆ ଚିନ୍ତାଧାରା ମନକୁ ଆସିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆପଣ ଉନ୍ନତୀ କରିବେ । ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ । ବୈବାହିକ ଜୀବନରେ ଆପଣଙ୍କ ସାଥୀ ଆପଣଙ୍କୁ ସହଯୋଗ କରିବେ । ପ୍ରେମ ସମ୍ପର୍କକୁ ମଜବୁତ କରିବା ପାଇଁ ଆପଣଙ୍କ ସାଥୀଙ୍କୁ ଏକ ଉପହାର ଦିଅନ୍ତୁ । ଆଜି ନୂଆ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ଯୋଗ ରହିଛି ।
ପ୍ରତିକାର: ଗରିବ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରନ୍ତୁ ।

ତୁଳା ରାଶି
ଶୁଭ ଯୋଗ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଆପଣଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ ଆଜି ଉପଯୁକ୍ତ ଦିନ । ଟଙ୍କା ରୋଜଗାର କରିବା ପାଇଁ ନୂଆ ଉତ୍ସ ଆପଣଙ୍କୁ ମିଳିପାରେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ମିଳିବ ।  ପିଲାମାନଙ୍କର ସଫଳତା ପିତା ମାତାଙ୍କୁ ଖୁସି ପ୍ରଦାନ କରିବ । ନୂଆ ସମ୍ପତ୍ତି କିଣିବାର ସୁଯୋଗ ରହିଛି । ବ୍ୟବସାୟରେ ଅତ୍ୟନ୍ତ ଲାଭ ଫଳ ମିଳିବ । ଅଳ୍ପ ପରିଶ୍ରମରେ ଆପଣଙ୍କୁ ବଡ଼ ସଫଳତା ମିଳିବାର ଯୋଗ ରହିଛି ।
ପ୍ରତିକାର:  ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

ଧନୁ ରାଶି
ସର୍ବସିଦ୍ଧ ଯୋଗ କାରଣରୁ ଧନୁ ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଲାଭରେ ରହିବେ । ଆପଣଙ୍କର ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ । ବନ୍ଧୁଙ୍କ ସହ ଦୁଃସାହସିକ ଯାତ୍ରା କରିବାକୁ ଆଗ୍ରହ କରିବେ । ସାମାଜିକ କାର୍ଯ୍ୟରେ ମନୋନିବେଶ କରି ସମ୍ମାନ ପାଇବେ । ନିଷ୍ଠାର ସହ ଯେକୈଣସି କାର୍ଯ୍ୟରେ ହାତ ଦେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ନୂଆ ନିଯୁକ୍ତିର ସୁଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ଆପଣଙ୍କ କାର୍ଯ୍ୟକୁ ଆହୁରି ସହଜ କରିଦେବ ।
ପ୍ରତିକାର: ଶିବ ଚାଲିସା ପାଠ କରନ୍ତୁ ।

କୁମ୍ଭ ରାଶି
ଅନୁରାଧା ନକ୍ଷତ୍ର ତଥା କୁମ୍ଭ ରାଶି ଲୋକମାନଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭପ୍ରଦ । ଆଜି ଆପଣଙ୍କ ସ୍ୱଭାବ ଶାନ୍ତ ରହିବ । ଆପଣଙ୍କ ଲୋକପ୍ରିୟତା ଆପଣଙ୍କୁ ସଫଳତା ଆଣିଦେବ । ବ୍ୟବସାୟରେ ଆର୍ଥିକ ଲାଭ ଅଧିକ ହେବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାର ସମ୍ଭାବନା ରହିଛି । ପାରିବାରିକ ଜୀବନରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ ।
ପ୍ରତିକାର: ସୋମବାର ଉପବାସ ରଖନ୍ତୁ ।

Also Read- UPSSF ହାତରେ ରାମ ମନ୍ଦିର ସୁରକ୍ଷା ଦାୟିତ୍ୱ, NSG କମାଣ୍ଡୋଙ୍କ ପରି ରହିଛି ଦକ୍ଷତା

Also Read- Delhi Weather: ଦିଲ୍ଲୀବାସୀଙ୍କ ଦେହରେ ପଡିଲା ୨୦୨୪ବର୍ଷର ପ୍ରଥମ ସୂର୍ଯ୍ୟ କିରଣ

Read More
{}{}