Hindi News >>Home >>Zee Odisha

ଆସନ୍ତାକାଲି ବିଧାନସଭା ଅଧିବେଶନ, ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ

Odisha Assembly: ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। 

Advertisement
ଆସନ୍ତାକାଲି ବିଧାନସଭା ଅଧିବେଶନ, ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ
Stop
Zee Odisha Desk|Updated: Jul 21, 2024, 12:09 PM IST

ଭୁବନେଶ୍ଵର: ଆସନ୍ତାକାଲିଠୁ ବିଧାନସଭା ଅଧିବେଶନ ହେବାକୁ ଯାଉଛି। ଏଥିପାଇଁ ସର୍ବଦଳୀୟ ବୈଠକ ଆଜି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ବାଚସ୍ପତି ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି। 

ଏଥିସହ ବୈଠକ ପୂର୍ବରୁ ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ନିଯୁକ୍ତ ହେବେ। ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପଦବୀ କାହାକୁ ମିଳୁଛି ତାହା ଉପରେ ନଜର ରହିଛି। ଆସନ୍ତା ୨୩ ତାରିଖରେ ଉପବାଚସ୍ପତି ପଦ ଲାଗି ନାମାଙ୍କନ ଦାଖଲ ହେବ। ସେହିଦିନ ମଧ୍ୟାହ୍ନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ ସହ ୨୪ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। 

ଅନ୍ୟପଟେ ସପ୍ତଦଶ ବିଧାନସଭା ପ୍ରଥମ ଅଧିବେଶନ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଆସନ୍ତା ଜୁଲାଇ ୨୨ତାରିଖଠାରୁ ଆରମ୍ଭ ହୋଇ ୩୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅଗଷ୍ଟ ୨୦ ତାରିଖରୁ ଠାରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହେବ। ଏହି ଅବସରରେ ବିଧାନସଭା ଚାଲୁଥୁବା ସମୟରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଟ୍ରାଫିକ୍ କଟକଣା ଲାଗୁ କରିଛନ୍ତି।

Read More
{}{}