Hindi News >>Home >>Odisha Art and Culture

Women's World Cup 2022: ଟିମ୍ ଇଣ୍ଡିଆର ହୋଲି ଭେଟି, ଅଷ୍ଟ୍ରେଲିଆ ବିପକ୍ଷରେ 2017 Repeat ସ୍ଥିତି !

ସେମିରେ ଏଣ୍ଟ୍ରୀ କରିବାକୁ ହେଲେ ଟିମକୁ ଆହୁରି ଭଲ ପରଫରମାନ୍ସ ଦେବାକୁ ପଡ଼ିବ। ଏହି ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମକୁ ୫ ବର୍ଷ ପୂର୍ବର ରଣନୀତି ରିପିଟ କରିବାର ଆବଶ୍ୟକତା ରହିଛି।

Advertisement
ସୌ: ସୋସିଆଲ ମିଡିଆ
Stop
DEBESH NAHAK|Updated: Mar 19, 2022, 06:53 AM IST

ନୂଆଦିଲ୍ଲୀ: ICC ମହିଳା ବିଶ୍ୱକପ୍ କ୍ରିକେଟ୍ ଦିନକୁ ଦିନ ରୋମାଞ୍ଚକ ହେବାରେ ଲାଗିଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଏଯାଏ ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି। ଏମାନେ ୪ଟି ଲେଖାଏଁ ମ୍ୟାଚ୍ ଜିତି ଟପ୍ ୧ ଓ ୨ ନମ୍ବରରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବାବେଳେ ୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଟିମ୍ ଇଣ୍ଡିଆ ରହିଛି। ସେମିରେ ଏଣ୍ଟ୍ରୀ କରିବାକୁ ହେଲେ ଟିମକୁ ଆହୁରି ଭଲ ପରଫରମାନ୍ସ ଦେବାକୁ ପଡ଼ିବ। ଏହି ସମୟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମକୁ ୫ ବର୍ଷ ପୂର୍ବର ରଣନୀତି ରିପିଟ କରିବାର ଆବଶ୍ୟକତା ରହିଛି।

ମାର୍ଚ୍ଚ ୧୯ ତାରିଖ ଅର୍ଥାତ ଶନିବାର Women's World Cup 2022ର ୧୮ତମ ମ୍ୟାଚରେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ଚାଲିଛି। ଟସ୍ ଜିତି କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓକଲାଣ୍ଡର ଇଡେନ୍ ପାର୍କରେ ଡାଲିସ ବ୍ରାଉନ ଏବଂ ମେଗାନ ସ୍କୁଟ ଓପନିଂ କରିଛନ୍ତି। ଭାରତ ୪ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଗତ କିଛି ମ୍ୟାଚରେ ଓପନର ସ୍ମୃିତି ମନ୍ଧନା (SMRITI MANDHANA) ଓ ହରମନପ୍ରୀତ କୌର ଟ୍ରାକ (TRACK) କୁ ଫେରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ଖେଳାଳି ଶତକ ହାସଲ କରି ଦଳକୁ ବିଜୟ ଭେଟି ଦେଇଛନ୍ତି। ଶେଷ ଭାଗରେ ପୂଜା ଭାଷ୍ଟ୍ରାକର ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। ସ୍ନେହ ରାଣା, ମେଘନା ସିଂ ମଧ୍ୟ ବୋଲିଂରେ କମାଲ କରୁଛନ୍ତି। ତେବେ ଦଳ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ହାରି ସାମାନ୍ୟ ଚାପରେ ରହିଛି।

Also Read: କିଏ ଜିତିବ ୨୦୨୨-ଆଇପିଏଲ୍ ଟ୍ରଫି, ସମୀକ୍ଷକଙ୍କ ମତରେ ଏହି ଟିମ୍ ...

 

ଟିମ ଇଣ୍ତିଆକୁ ବିଶ୍ୱକପର ସେମିରେ ଏଣ୍ଟ୍ରୀ କରିବା ଆଶା ଉଜ୍ଜୀବିତ ରଖିବାକୁ ହେଲେ ଦଳକୁ ଅଷ୍ଚ୍ରେଲିଆ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। ଶନିବାର ଶକ୍ତିଶାଳୀ ଅଷ୍ଚ୍ରେଲିଆକୁ ଟିମ୍ ଇଣ୍ଡିଆ ଭେଟିଛି। ତେବେ ମ୍ୟାଚ୍ ପୂର୍ବରୁ ମନ୍ଧନା ନିଜର ଆତ୍ମବିଶ୍ୱାସକୁ ଦୃଢ଼ କରିଛନ୍ତି। ୫ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ବିଶ୍ୱକପ୍ ସେମି କଥାକୁ ଏହି ଭାରତୀୟ ଓପନର ମନେ ପକାଇଛନ୍ତି। ହରମନପ୍ରୀତ କୌରଙ୍କ ବିସ୍ଫୋରକ ୧୭୧ ରନ୍ ହାସଲ ପରେ ଅଷ୍ଟ୍ରେଲିଆକୁ ୩୬ ରନରେ ହରାଇ ଭାରତ ଫାଇନାଲ୍ ଖେଳିଥିଲା। ତେଣୁ ଏହାର ରିପିଟ୍ (REPEAT) କରିବା ପାଇଁ ସେ ଆଶା ରଖିଛନ୍ତି। ସବୁ ଖେଳାଳିଙ୍କ କଣ୍ଟ୍ରିବ୍ୟୁସନ ରହିଲେ ଅଷ୍ଟ୍ରେଲିଆକୁ ପରାସ୍ତ କରିହେବ ବୋଲି ସ୍ମୃିତି ମନ୍ଧନା କହିଛନ୍ତି । 

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସେମିର ନିକଟତର ହେଉଥିବା ବେଳେ ଆଉ ୨ଟି ସ୍ଥାନ ପାଇଁ ସବୁ ଟିମ୍ ଆଶାବାଦୀ ଅଛନ୍ତି। ତେବେ ଟପ୍ ପରଫରମାନ୍ସ ଦେଲେ ହିଁ ସ୍ଥାନ ପକ୍କା କରିବେ ଟିମ୍ ନଚେତ୍ ଦୌଡ଼ରୁ ଆଉଟ୍ ହେବେ। ସେପଟେ, ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ହୋଲି ସେଲିବ୍ରେସନ୍ (CELEBRATION) ମହିଳା କ୍ରିକେଟର କରିଛନ୍ତି। ପରସ୍ପରକୁ ଫଗୁ ଲଗାଇ ହୋଲିର ଖେଳାଳିମାନେ ଅଭିନନ୍ଦନ ଜଣାଇଛନ୍ତି। ଖୁସି, ପ୍ରେମ, ଭଲ ପାଇବାର ପ୍ରତୀକ ଏହି ରଙ୍ଗ ଖେଳରେ ସମସ୍ତେ ମସଗୁଲ୍ ହୋଇଛନ୍ତି। BCCI ମଧ୍ୟ ସମସ୍ତଙ୍କୁ ହୋଲି ପର୍ବର ଅଭିନନ୍ଦନ ଜଣାଇଛି। ତେବେ ଦେଶବାସୀଙ୍କୁ ଟିମ ଇଣ୍ଡିଆର ଯୁବ ଖେଳାଳିମାନେ ନିଶ୍ଚିତ ଭାବେ ହୋଲି ଉପହାର ଦେବେ ବୋଲି ଆଶା କରାଯାଉଛି।

 

 

 

 

 

Read More
{}{}