Hindi News >>Home >>Odisha Art and Culture

Savitri Brata : ପବିତ୍ରତା ଆଗରେ ସ୍ୱୟଂ ଯମରାଜ ବି ପରାସ୍ତ! ଜାଣନ୍ତୁ, କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ?

ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟଦର୍ଶୀଠାରୁ ୩ ଦିନ ବ୍ୟାପୀ ସାବିତ୍ରୀ ବ୍ତତ ପାଳନ କରିବାର ବିଧି ରହିଛି । କିନ୍ତୁ ଓଡ଼ିଶାରେ ପରମ୍ପରା ଅନୁସାରେ କେବଳ ଅମାବାସ୍ୟାରେ ହିଁ ବ୍ରତ ପଳନ କରାଯାଇଥାଏ। ବ୍ରତ ପାଳନ ସମୟରେ ବିବାହିତା ନାରୀମାନେ ନୂଆ ଲୁଗା ପିନ୍ଧି ସେଓ, କଦଳୀ, କାକୁଡି, ନଡିଆ ସମେତ ୨୧ଟି ଫଳ ସମର୍ପଣ କରି ଲକ୍ଷ୍ମୀନାରାୟଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।  

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: May 30, 2022, 01:43 PM IST

Savitri Brata : ଆଜି ସାବିତ୍ରୀ ଓଷା । ସାରା ରାଜ୍ୟରେ ପାରମ୍ପରିକ ପର୍ବ ପାଳନ କରାଯାଉଛି । ସାବିତ୍ରୀ ଓଷା ( ସାବିତ୍ରୀ ବ୍ରତ/ ସାବିତ୍ରୀ ଅମାବାସ୍ୟା) ଓଡ଼ିଶାରେ ସଧବା ନାରୀମାନେ ପାଳନ କରୁଛନ୍ତି । ପୌରାଣିକ ଚରିତ୍ର ସାବିତ୍ରୀ ଦେବୀ ସତୀ ନାରୀଙ୍କ ଆଦର୍ଶ । ନିଜ ପତିଙ୍କର ଦୀର୍ଘ ଆୟୁଷ ପାଇଁ ମଙ୍ଗଳ ମନାସିବା ସହିତ, ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ, ଏହି ଓଷା ପାଳନ କରିଥାନ୍ତି। ନିଜ ପତିଙ୍କଠାରୁ ଅନୁମତି ନେଇ ଜ୍ୟେଷ୍ଠ ମାସ କୃଷ୍ଣ ତ୍ରୟଦର୍ଶୀଠାରୁ ୩ ଦିନ ବ୍ୟାପୀ ଏହି ବ୍ରତ ପାଳନ କରିବାର ବିଧି ରହିଛି । କିନ୍ତୁ ଓଡ଼ିଶାରେ ପରମ୍ପରା ଅନୁସାରେ କେବଳ ଅମାବାସ୍ୟାରେ ହିଁ ବ୍ରତ ପଳନ କରାଯାଇଥାଏ। ବ୍ରତ ପାଳନ ସମୟରେ ବିବାହିତା ନାରୀମାନେ ନୂଆ ଲୁଗା ପିନ୍ଧି ସେଓ, କଦଳୀ, କାକୁଡି, ନଡିଆ ସମେତ ୨୧ଟି ଫଳ ସମର୍ପଣ କରି ଲକ୍ଷ୍ମୀନାରାୟଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ସାବିତ୍ରୀ ଅମାବାସ୍ୟା କେବଳ ଓଡିଶା ନୁହେଁ ବିହାର, ଉତ୍ତର ପ୍ରଦେଶ ଓ ନେପାଳରେ ପାଳନ କରାଯାଏ । ଏହାକୁ ସେଠାରେ ବଟ ସାବିତ୍ରୀ ବୋଲି ମଧ୍ୟ କୁହାଯାଏ । ଭାରତର ଅନ୍ୟ ରାଜ୍ୟଗୁ଼ଡିକରେ ସାବିତ୍ରୀ ପୂର୍ଣ୍ଣମୀ ମଧ୍ୟ ପାଳନ ହୁଏ । ସାବିତ୍ରୀ ଅମାବାସ୍ୟା ପ୍ରତ୍ୟେକ ଓଡିଆ ନାରୀ ନିଜ ସ୍ୱାମୀଙ୍କର ସୁନ୍ଦର ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ ଲାଗି ଦେବୀ ସାବିତ୍ରୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । କିମ୍ବଦନ୍ତୀରୁ ଏହି ବ୍ରତ କିପରି ଆରମ୍ଭ ହେଲା ଓ ଦେବୀ ସାବିତ୍ରୀଙ୍କ ବିଷୟରେ ଜଣାପଡ଼େ । ସାବିତ୍ରୀ ଓଷାରେ ମାଆ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କରାଯାଉଛି । ଠାକୁରଙ୍କୁ ଉଖୁଡ଼ା, ନଡ଼ିଆ, ଆଖୁ, ଖଇ, ଛେନା, ଗୁଡ଼, ଫଳ ସହିତ ଅରୁଆ ଚାଉଳ, ଦୁବ ଓ ନାନା ପ୍ରକାର ଫୁଲ ଅର୍ପଣ କରାଯାଉଛି । ପୂଜା କରିବା ପରେ ବ୍ରତଧାରୀମାନେ ହାତରେ ବ୍ରତ ସୂତା ବାନ୍ଧିଥାନ୍ତି । ନାରୀମାନେ ଘର ଅଗଣାରେ ବୃନ୍ଦାବତୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ।

Also Read: ବିବାହ ବେଦୀରୁ ଉଠି ପଡ଼ିଶା ଘରକୁ ଧାଇଁ ପଳାଇଲେ କନ୍ୟା

କାହିଁକି ପାଳନ କରାଯାଏ ସାବିତ୍ରୀ ବ୍ରତ ?

ସାବିତ୍ରୀ ବ୍ରତ ମାନବିକ କଷ୍ଟ, ଯନ୍ତ୍ରଣା ଉପରେ ବିଜୟର ପ୍ରତୀକ । ବିଶ୍ୱାସ ରହିଛି ବ୍ରତଧାରୀ ନାରୀ ବାର୍ଦ୍ଧକ୍ୟ ଯନ୍ତ୍ରଣା ଭୋଗନ୍ତି ନାହିଁ । ନିଜ ପରିବାରରେ ସୁଖ, ଶାନ୍ତି ବିରାଜମାନ କରିଥାଏ । ଯେଉଁ ନାରୀମାନେ ଶୁଦ୍ଧ ଚିତ୍ତରେ ଏହି ବ୍ରତ ପାଳନ କରନ୍ତି, ସେମାନଙ୍କର କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପୁରାଣରେ ସାବିତ୍ରୀ ବ୍ରତ ୩ ଦିନ ପାଇଁ ପାଳନ କରିବାର ବିଧି ରହିଛି । କିନ୍ତୁ ଆମ ରାଜ୍ୟରେ ପରମ୍ପରା ଅନୁସାରେ କେବଳ ଅମାବାସ୍ୟା ଦିନ ହିଁ ସାବିତ୍ରୀ ଓଷା ପାଳିତ ହୋଇଥାଏ ।

ପୁରାଣ ଅନୁସାରେ ରାଜା ଅଶ୍ୱପତୀଙ୍କର ସୁକନ୍ୟା ସାବିତ୍ରୀ ନିଜ ନିଷ୍ଠାବଳରେ ଯମରାଜଙ୍କୁ ପାଖରୁ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ । ତାଙ୍କର ଏକାଗ୍ରତା, ପବିତ୍ରତା ଆଗରେ ସ୍ୱୟଂ ଯମରାଜା ମଧ୍ୟ ପରାସ୍ତ ହୋଇଥିଲେ । ରାଜା ଦ୍ୱିମତ ସେନଙ୍କର ପୁତ୍ର ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ ସତୀ ସାବିତ୍ରୀ । ତେଣୁ ଏହି ଦିନର ସ୍ମରଣରେ ବ୍ରତ ପାଳନ କରାଯାଇଥାଏ ।

 

 

 

Read More
{}{}