Hindi News >>Home >>Odisha Art and Culture

ପପ୍ ଷ୍ଟାର Justin Bieberଙ୍କ ମୁହଁରେ ପକ୍ଷାଘାତ, ଡାକ୍ତର କହିଲେ...

ଯେଉଁ ଭୁତାଣୁ ଦ୍ୱାରା ପିଲାମାନଙ୍କୁ ହାଡପୁଟି ରୋଗ ହୁଏ, ସେହି ସମାନ ଭୂତାଣୁ ପାଇଁ Ramsay Hunt syndrome ମଧ୍ୟ ହୋଇଥାଏ। ବେଳେ ବେଳେ ଏହି ରୋଗରେ ପୀଡିତ ବ୍ୟକ୍ତି ଜୀନନବ୍ୟାପୀ ସେଥିରୁ ମୁକ୍ତି ପାଆନ୍ତିନାହିଁ।

Advertisement
ସୌ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jun 12, 2022, 11:30 AM IST

Pop star Justin Bieber facial paralysis : ଜଷ୍ଟିନ ବିବର ଫ୍ୟାନ୍ସଙ୍କ ପାଇଁ ଏକ ଚିନ୍ତାଜନକ ଖବର ଆସିଛି। ବିଖ୍ୟାତ ପପ୍ ଷ୍ଟାର, ରାମସେ ହଣ୍ଟ ସିଣ୍ଡ୍ରୋମ ନାମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ତେହେରାର ବାମ ପାର୍ଶ୍ୱରେ ମୁଖ ପକ୍ଷାଘାତ ହୋଇଛି। ଏହି ସ୍ନାୟୁଗତ ରୋଗ varicella zoster virus ଦ୍ୱାରା ହୋଇଥାଏ। ପକ୍ଷାଘାତରେ ପୀଡିତ  ଜଷ୍ଟିନ ବିବରଙ୍କ ଆଗାମୀ ଅନେକ କନ୍ସର୍ଟକୁ ବାତିଲ କରିଦିଆଯାଇଛି।

ଡାକ୍ତରଙ୍କ କହିବା ଅନୁସାରେ, ଯେଉଁ ଭୁତାଣୁ ଦ୍ୱାରା ପିଲାମାନଙ୍କୁ ହାଡପୁଟି ରୋଗ ହୁଏ, ସେହି ସମାନ ଭୂତାଣୁ ପାଇଁ Ramsay Hunt syndrome ମଧ୍ୟ ହୋଇଥାଏ। ବେଳେ ବେଳେ ଏହି ରୋଗରେ ପୀଡିତ ବ୍ୟକ୍ତି ଜୀନନବ୍ୟାପୀ ସେଥିରୁ ମୁକ୍ତି ପାଆନ୍ତିନାହିଁ। ଆଉ କିଛି କ୍ଷେତ୍ରରେ ଆରୋଗ୍ୟ ହେଲା ପରେ ମଧ୍ୟ ଏହା ଯେକୌଣସି ସମୟରେ ପୁନର୍ବାର ଦେଖା ଦେଇପାରେ।  Ramsay Hunt syndrome ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ମୁଖର ପକ୍ଷାଘାତ ଏବଂ ଯନ୍ତ୍ରଣାଦାୟକ ଫୁଲା ଭଳି କାରଣ ହୋଇପାରେ। 

Also Read: ବିବାହର ଦିନକ ପରେ ବିବାଦରେ ଅଭିନେତ୍ରୀ ନୟନତାରା, କ୍ଷମା ମାଗିଲେ ପତି ବିଗ୍ନେଶ ଶିବନ

୫୦ରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଯଦି Ramsay Hunt syndromeରେ ପୀଡିତ ହୁଅନ୍ତି, ତେବେ ତାଙ୍କର ଶ୍ରବଣ ଶକ୍ତି ହରାଇବା କିମ୍ବା tinnitus ନାମକ ରୋଗରେ ପୀଡିତ ହେବାର ସମ୍ଭାବନା ଅଧିକ। ଏହି ରୋଗର ଲକ୍ଷଣ ହେଉଛି, କାନ ଏବଂ ମୁହଁ ଅସ୍ୱାଭାବିକ ଭାବେ ଫୁଲିବା ବା ମୋଡି ହେବା। ଏବଂ କେତେକ ବ୍ୟକ୍ତିଙ୍କଠାରେ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖିବାକୁ ମିଳେ। ରୋଗୀକୁ  ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଭାଇରାଲ୍ ଔଷଧ ଦିଆଯାଏ। କେତେର କ୍ଷେତ୍ରରେ ଷ୍ଟେରଏଡ୍ ମଧ୍ୟ ବ୍ୟବହୃତ ହୋଇପାରେ।

 

 
 
 
 

 
 
 
 
 
 
 
 
 
 
 

A post shared by Justin Bieber (@justinbieber)

ବିଶେଷକ୍ଷମାନେ କହିଛନ୍ତି ଯେ, Ramsay Hunt syndrome ରୋଗରେ ପୀଡିତ ବ୍ୟକ୍ତିଙ୍କ ସଠିକ୍ ନିରାକରଣ ପାଇଁ ଅଧିକ ସମୟ ଲାଗିପାରେ। ମୁଖ ପକ୍ଷାଘାତର ଅନେକ ଲକ୍ଷଣ ରାମସେ ହଣ୍ଟ ସିଣ୍ଡ୍ରୋମ ସହିତ ସମାନ। ଏହାର ନିରାକରଣ ପାଇଁ varicella-zoster virus ପରୀକ୍ଷଣ, ମସ୍ତିଷ୍କର ଏମଆରଆଇ ଏବଂ ଅନେକ ଚର୍ମ ପରୀକ୍ଷା ପାଇଁ ରକ୍ତ ପରୀକ୍ଷା କରନ୍ତି। ଏକ ମେରୁଦଣ୍ଡ ଟ୍ୟାପ୍ ମଧ୍ୟ କରାଯାଇପାରେ, ଯାହା ମେରୁଦଣ୍ଡରେ ଏକ ଛୁଞ୍ଚି ଭର୍ତ୍ତି କରିବା ଏବଂ ପରୀକ୍ଷା ପାଇଁ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ବାହାର କରାଯାଏ।

Also Read: Tiger 3 Teaser : ସଲମାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର! ଆଗାମୀ ପ୍ରଜେକ୍ଟର ଟିଜର ରିଲିଜ୍

 

କିଛି ସପ୍ତାହ ମଧ୍ୟରେ ଯଦି ରୋଗୀଙ୍କ ସ୍ନାୟୁ ଗୁରୁତର ଭାବରେ ଆଘାତ ହୋଇ ନଥିଲା, ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ସମ୍ଭାବନା ଅଛି। ଯଦି ଆଘାତ ଲାଗିଥାଏ, ତେବେ ମାସ ମାସର ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇପାରନ୍ତି ନାହିଁ। ଲକ୍ଷଣଗୁଡିକର ପ୍ରଥମ ଦେଖାଯିବାର ତିନି ଦିନ ମଧ୍ୟରେ ଯଦି ଆପଣ ଚିକିତ୍ସା ଆରମ୍ଭ କରନ୍ତି, ତେବେ ଆରୋଗ୍ୟ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ। ୨୮ ବର୍ଷିୟ କାନାଡା ପପ୍ ସିଙ୍ଗର ଜଷ୍ଟିନ ବିବର ପ୍ରଥମ ଲକ୍ଷଣରୁ ହିଁ ଚିକିତ୍ସା କରିଥିଲେ। ତେଣୁ ସେ କିଛି ମାତ୍ରାରେ ସୁସ୍ଥ ହୋଇଛନ୍ତି। 

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ବିବର ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ପପ୍ ସିଙ୍ଗର କହିଥିଲେ ଯେ, ସେ Ramsay Hunt syndromeରେ ପିଡିତ ଅଛନ୍ତି। ତାଙ୍କ କାନ ଓ ମୁହଁରେ ଏହାର ଲକ୍ଷଣ ଦେଖିବାକୁ ମିଳୁଛି। ଡାହାଣ ଆଖିର ପଲକ ପଡୁନଥିବା ସେ କହିଥିଲେ। ତେବେ ଏହି ଭଳି କ୍ଷେତ୍ରରେ ପ୍ରାୟ ୭୫ ପ୍ରତିଶତ ରୋଗୀ ସମୟ ପୂର୍ବରୁ ଚିକିତ୍ସା କରି ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥାନ୍ତି ବୋଲି Facial Palsy UKର ସହ ସଂସ୍ଥାପକ ଚାର୍ଲେସ ନଡୁକା ସୂଚନା ଦେଇଛନ୍ତି।

 

 

 

 

 

{}{}