Hindi News >>Home >>Zee Odisha

Indian navy evacuates:ଆରବ ସାଗରରେ ଭାରତୀୟ ନୌସେନାର ପାରକ୍ରମ,ଏମିତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର କଲା ଅପହୃତ ଜାହଜ

ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ଆରବ ସାଗରରେ ଏମଭି ଲିଲା ନର୍ଫୋକର ଅପହରଣ ଉଦ୍ୟମକୁ ବିଫଳ କରିଛି। ୧୫ ଭାରତୀୟଙ୍କ ସମେତ ସମସ୍ତ ୨୧ ଜଣ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା।  ଲାଇବେରିଆ ପତାକା ଲାଗି ଥିବା ଅପହୃତ  ଜାହାଜକୁ ନିଜ ନିୟନ୍ତ୍ରଣକୁ ନେବା ପରେ

Advertisement
SOCIAL MEDIA
Stop
Zee Odisha Desk|Updated: Jan 05, 2024, 11:46 PM IST

Indian navy evacuates:

ଭାରତୀୟ ନୌସେନା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ଆରବ ସାଗରରେ ଏମଭି ଲିଲା ନର୍ଫୋକର ଅପହରଣ ଉଦ୍ୟମକୁ ବିଫଳ କରିଛି। ୧୫ ଭାରତୀୟଙ୍କ ସମେତ ସମସ୍ତ ୨୧ ଜଣ ଚାଳକ ଦଳ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା।  ଲାଇବେରିଆ ପତାକା ଲାଗି ଥିବା ଅପହୃତ  ଜାହାଜକୁ ନିଜ ନିୟନ୍ତ୍ରଣକୁ ନେବା ପରେ ନୌସେନା କମାଣ୍ଡୋ ଏହାର ବ୍ୟାପକ ଖାନତଲାସୀ କରିଥିଲେ।

ନୌସେନାର ମାର୍କୋସ୍ କମାଣ୍ଡୋଙ୍କ ଅନୁସାରେ, ଅପରେସନ୍ କାଳରେ ଅପହରଣକାରୀ ଜାହାଜରେ ଉପସ୍ଥିତ ନଥିଲେ। ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ମାଲବାହୀ ଜାହାଜ ଏମଭି ଲୀଲା ନର୍ଫୋକ ନିକଟରେ ଏବେ ମଧ୍ୟ  ମୁତୟନ ଅଛି । ଜାହାଜର ବିଦ୍ୟୁତ  ଉତ୍ପାଦନ ଏବଂ ନେଭିଗେସନ୍ ସିଷ୍ଟମ୍ ଠିକ କରି ପରବର୍ତ୍ତୀ ବନ୍ଦରକୁ ଯାତ୍ରା ଆରମ୍ଭ କରିବାରେ ନୌସେନା  ସହାୟତା କରୁଛି।

ଜଳଯୋଦ୍ଧା ମାର୍କୋସ୍ କମାଣ୍ଡୋଙ୍କ ଡରରେ ସୋମାଲୀ ଦସ୍ୟୁ ଫେରାର

ଅପହରଣ ଖବର ପାଇବା ପରେ ନୌସେନାର ମାର୍କୋସ୍ କମାଣ୍ଡୋମାନେ ଅପହୃତ ଜାହାଜ ଏମଭି ଲୀଲା ନର୍ଫୋକ୍ ଉପରେ ଅପରେସନ୍ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ନୌସେନା କମାଣ୍ଡୋମାନେ ଜାହାଜରେ ଚଢ଼ି ପୂରା ଜାହାଜର ଖାନତଲାସୀ କରିଥିଲେ। ନୌସେନା ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇ ତା'ର ଡକାୟତି ନିରୋଧୀ ପାଟ୍ରୋଲିଂରୁ ଓହରି ଯାଇ ଅପହୃତ ଜାହାଜ ଏମଭି ଲୀଲା ନର୍ଫୋକକୁ ଅଟକାଇଥିଲା। ସାମୁଦ୍ରିକ ପାଟ୍ରୋଲିଂ ବିମାନ, ପ୍ରିଡେଟର ଏମକ୍ୟୁ୯ବି ଏବଂ ଇଣ୍ଟିଗ୍ରାଲ ହାଲୋସ୍ ବ୍ୟବହାର କରି ଏହା ଉପରେ ନିରନ୍ତର ନଜରରେ ରଖାଯାଇଥିଲା।

ନୌସେନା ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାର୍କୋସ୍ କମାଣ୍ଡୋମାନେ ଜାହାଜର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ ଜାହାଜରେ କୌଣସି ଅପହରଣକାରୀ ନଥିବା ଜଣାପଡ଼ିଥିଲା। ଭାରତୀୟ ନୌସେନାର କଡ଼ା ଚେତାବନୀ ପରେ ଅପହରଣକାରୀମାନେ ଜାହଜ ଛାଡି ପଳାୟନ କରିଥିଲେ।

 UKMTO ଜରିଆରେ ବାର୍ତ୍ତା ପଠାଇଥିଲେ ଭାରତୀୟ ନାବିକ

ଗୁରୁବାର  ବିଳମ୍ବିତ ରାତିରେ ଏହି ଜାହାଜକୁ ସୋମାଲିଆ ଉପକୂଳରେ ଅପହରଣ କରାଯାଇଥିଲା। ବ୍ରିଟେନ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍ଟିଓ) ପକ୍ଷରୁ  ଅପହରଣ ନେଇ ଆଲର୍ଟ ଜାରି ହୋଇଥିଲା।  UKMTO  ଏକ ବ୍ରିଟିଶ ସାମରିକ ସଂଗଠନ ଯାହା ରଣନୈତିକ ଜଳପଥରେ ଜାହାଜର ଗତିବିଧି ଉପରେ ନଜର ରଖିଥାଏ । ଏହି ଜାହାଜରେ ପାଖାପାଖି ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଥିଲେ ।

ବିମାନରେ ଥିବା ୧୫ ଜଣ ଭାରତୀୟ କ୍ରୁ ମେମ୍ବର ଗୁରୁବାର ସନ୍ଧ୍ୟାରେ ୟୁକେଏମ୍ଟିଓ ପୋର୍ଟାଲକୁ ଏକ ମେସେଜ୍ ପଠାଇ ପ୍ରାୟ ୫ରୁ ୬ ଜଣ ଅଜ୍ଞାତ ସଶସ୍ତ୍ର ବ୍ୟକ୍ତିଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ନୌସେନା ପକ୍ଷରୁ କୁହାଯାଇଛି ଯେ ଘଟଣାର ତୁରନ୍ତ ଜବାବ ରେ ଭାରତୀୟ ନୌସେନା ଏକ ଏମପିଏ ଲଞ୍ଚ କରିଥିଲା ଏବଂ ସାମୁଦ୍ରିକ ସୁରକ୍ଷା ଅଭିଯାନ ପାଇଁ ନିୟୋଜିତ ଆଇଏନଏସ ଚେନ୍ନାଇକୁ ଜାହାଜକୁ ସହାୟତା କରିବା ପାଇଁ ପଠା ଯାଇଥିଲା । ଅପହୃତ ଜାହଜ ପାଖାପାଖି ହେବା ପରେ ଭାରତୀୟ ନୌସେନା ପକ୍ଷରୁ ଜଳଦସ୍ୟୁଙ୍କୁ ଚେତାବନୀ ଦିଆଯାଇଥିଲା। ଫଳରେ ଭୟଭୀତ ଜଳଦସ୍ୟୁ ଜାହଜ ଛାଡି ପଳାୟନ କରିଥିଲେ।

Read More
{}{}