Hindi News >>Home >>Zee Odisha

Diabetes Management: ଏହି ୫ଟି ଜିନିଷ ଖାଇଲେ ବଢ଼ିବ ବ୍ଲଡ଼ ସୁଗାର

ମଧୁମେହ ଏକ ଦୁରାରୋଗ୍ୟ ଅଟେ । ଯାହା ଖୁବୁ ଶୀଘ୍ର କିଡ଼ନୀ ଉପରେ ପ୍ରଭାବ ପକାଇ ଥାଏ । ଏଥିପାଇଁ ଆପଣଙ୍କୁ ବଂଚି ରହିବାକୁ ହେଲେ ଡ଼ାଏଲିସିସର ଆବଶ୍ୟକତା ଜରୁରୀ । ଏଥିରୁ ରକ୍ଷା ପାଇବା ପାଇଁ ହେଲେ ୫ଟି ଜିନିଷକୁ ଭାବିଚିନ୍ତି ଖାଇବା ଦରକାର । କିଡ଼ନୀ ସମ୍ପୂର୍ଣ୍ଣ ମାତ୍ରାରେ ଖରାପ ହୋଇଗଲେ ସେଥିରୁ ବିଶାକ୍ତ ଏବଂ ଅଦରକାରୀ ପଦାର୍ଥ ବା

Advertisement
SOCIAL MEDIA
Stop
Zee Odisha Desk|Updated: Nov 01, 2023, 07:35 PM IST

Diabetes Management: ମଧୁମେହ ଏକ ଦୁରାରୋଗ୍ୟ ଅଟେ । ଯାହା ଖୁବୁ ଶୀଘ୍ର କିଡ଼ନୀ ଉପରେ ପ୍ରଭାବ ପକାଇ ଥାଏ । ଏଥିପାଇଁ ଆପଣଙ୍କୁ ବଂଚି ରହିବାକୁ ହେଲେ ଡ଼ାଏଲିସିସର ଆବଶ୍ୟକତା ଜରୁରୀ । ଏଥିରୁ ରକ୍ଷା ପାଇବା ପାଇଁ ହେଲେ ୫ଟି ଜିନିଷକୁ ଭାବିଚିନ୍ତି ଖାଇବା ଦରକାର ।

କିଡ଼ନୀ ସମ୍ପୂର୍ଣ୍ଣ ମାତ୍ରାରେ ଖରାପ ହୋଇଗଲେ ସେଥିରୁ ବିଶାକ୍ତ ଏବଂ ଅଦରକାରୀ ପଦାର୍ଥ ବାହାରି ପାରେ ନାହିଁ । ରକ୍ତ ସଫା କରିବା ପାଇଁ ଡ଼ାଏଲିସିସର ଆବଶ୍ୟକତା ପଡ଼େ । ଥରେ ଡ଼ାଏଲିସିସ ଆରମ୍ଭ ହେଲେ ଏଥିରୁ ମୁକ୍ତି ମିଳିବା ଆଉ ସମ୍ଭବ ହୋଇନଥାଏ । ଏହି ପରିସ୍ଥିତିରୁ ବଂଚିବାକୁ ହେଲେ ଡ଼ାଇବେଟିସରୁ ଦୂରେଇ ରହିବା ନିହାତି ଜରୁରୀ । ଯାହା ୩୦ ବୟସରୁ ମଧ୍ୟ କମ ଲୋକଙ୍କୁ ବିପଦ ମୁହଁକୁ ଟାଣିନିଏ ।

ଡ଼ାଏବେଟିସର ପ୍ରମୁଖ କାରଣ ହେଉଛି ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ଏବଂ ମିଠା । ଆମର କେତେକ ଦେଶୀ ଜିନିଷ ମଧ୍ୟ ରକ୍ତ ଶର୍କରାକୁ ସ୍ପାଇକ କରିଥାଏ । ଯାହା କମ ମୟସରେ ମଧ୍ୟ ଆପଣଙ୍କୁ ମଧୁମେହରେ ଆକ୍ରାନ୍ତ କରିଥାଏ । ଏହା ଏକ ଦୁରାରୋଗ୍ୟ । ଯାହା ଅନେକଙ୍କ ଜୀବନକୁ ନଷ୍ଟ କରିଛି । ଆସନ୍ତୁ ଜାଣିବା କେଉଁ ଖାଦ୍ୟଠୁ ଦୂରେଇ ରହିବା ଦରକାର ।

ଗୁଲାବ ଜାମୁନ

ବିବାହ ଠାରୁ ଆରମ୍ଭ କରି ପ୍ରତ୍ୟେକ ପର୍ବପର୍ବାଣୀରେ ଗୁଲାବ ଜାମୁନ ପ୍ରତ୍ୟେକଙ୍କ ଘରେ ଥାଏ । ଗୁଲାବ ଜାମୁନ ତିଆରି ହୋଇଥିବା ଅଟା କିମ୍ବା ମଇଦା ଚିନିରେ ପ୍ରସ୍ତୁତ ଶିରାରେ ବୁଡ଼ାଯାଏ । ଏଥିରେ ଭରପୁର ମାତ୍ରାରେ ସୁଗାର ଥାଏ । ଫଳରେ ଗୁଲାବ ଜାମୁନ ଖାଇବାର ଅଭ୍ୟାସ ଦ୍ବାରା ଡ଼ାଇବେଟିସ ହେବାର ଅଧିକ ସମ୍ଭାବନା ଥାଏ ।

ଜିଲାପି

ଜିଲାପିକୁ ମଧ୍ୟ ଶିରାରେ ବୁଡ଼ାଇ ପ୍ରସ୍ତୁତ କରାଯାଏ । ଏବଂ ଏହାକୁ ମଧ୍ୟ ଡ଼ିପ୍ ଫ୍ରାଏ କରାଯାଏ । ଏହାର ଜିଆଇ ଭ୍ୟାଲୁ ଅଧିକ ହୋଇଥାଏ । ଏବଂ ଖାଇବା ମାତ୍ରେ ରକ୍ତରେ ଗ୍ଲୁକୋଜର ପରିମାଣ ବଢ଼ିଥାଏ ।

ଆଳୁ ପରଟା

ଯଦି ଆପଣ ଭାବୁଛନ୍ତି ଯେ କେବଳ ମିଠା ଜିନିଷ ହିଁ ଡ଼ାଇବେଟିସ ବଢ଼ାଇଥାଏ, ତାହେଲେ ବିଲକୁଲ୍ ଭୁଲ୍ ଭାବୁଛନ୍ତି । ଆଳୁ ପରଟା ଖାଇବା ଦ୍ବାରା ମଧ୍ୟ ଏହି ରୋଗର ଆରମ୍ଭ ହୋଇଥାଏ । ଆଳୁରେ ଥିବା କବର୍ସ ବହୁତ ଜଲଦୀ ଡ଼ାଇଜେଷ୍ଟ ହୋଇଥାଏ । ଏବଂ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ବଢ଼ାଇ ଦିଏ । ଏହା ଅଧିକାଂଶ ଖାଇବା ଫଳରେ ମୋଟା ହୁଅନ୍ତି । ଫଳରେ ଖୁବଶୀଘ୍ର ଡ଼ାଏବେଟିସ ହୋଇଥାଏ ।

ସିଙ୍ଗଡ଼ା

ସିଙ୍ଗଡ଼ା ଡ଼ିପ୍ ଫ୍ରାଏ ହୁଏ । ଏବଂ ଏଥିରେ ଆଳୁରେ ପ୍ରସ୍ତୁ ମସଲା ଭର୍ତ୍ତି କରାଯାଏ । ଫଳରେ ମୋଟାପଣ ବୃଦ୍ଧି ଘଟେ । ଏବଂ ଡ଼ାଏବେଟିସ ହୁଏ ।

ବର୍ଫି ଏବଂ ଲଡ଼ୁ

ଭାରତର ଯେକୌଣସି ସ୍ଥାନକୁ ଯାଆନ୍ତୁ ଚିନି ଏବଂ ଘିଅରେ ପ୍ରସ୍ତୁତ ବର୍ଫି ଏବଂ ଲଡ଼ୁ ମିଳିଯିବ । ୟାକୁ ଖାଇବା ଦ୍ବାରା ମଧ୍ୟ ଶରୀରରେ ସୁଗାରର ମାତ୍ରା ବଢ଼ିଥାଏ ।

Disclaimer: ଏହି ଆର୍ଟିକିଲ କେବଳ ଆପଣଙ୍କ ସୂଚନା ପାଇଁ । ଏହା କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ନୁହେଁ । ଅଧିକ ଜାଣିବା ପାଇଁ ସବୁବେଳେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

 

Read More
{}{}