trendingNow1zeeHindustan1806507
Hindi news >> Zee Hindustan>> Odisha Trending

World Breast feeding week: ସ୍ତନ୍ୟପାନ ଦ୍ବାରା ମା’କୁ ମିଳିଥାଏ ଏହିସବୁ ଫାଇଦା

World Breast Feeding week: ସ୍ତନ୍ୟପାନ ଯେ, କେବଳ ନବଜାତ ଶିଶୁର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତାହା ନୁହେଁ, ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହା ମାଆର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । 

Advertisement
World Breast feeding week: ସ୍ତନ୍ୟପାନ ଦ୍ବାରା ମା’କୁ ମିଳିଥାଏ ଏହିସବୁ ଫାଇଦା

World Breast Feeding week 2023: କୁହାଯାଏ, ମାଆ ହେବା ପରେ ଜଣେ ନାରୀର ପୂର୍ଣ୍ଣତା ଆସିଥାଏ । ସନ୍ତାନକୁ ଜନ୍ମ ଦେବା ପରେ ଜଣେ ନାରୀକୁ ‘ମାଆ’ର ଆଖ୍ୟା ମିଳିଥାଏ । ସ୍ତନ୍ୟପାନ ମାତୃତ୍ବର ସବୁଠାରୁ ମହତ୍ବପୂର୍ଣ୍ଣ କାର୍ଯ୍ୟ ଅଟେ । ଏହାଦ୍ବାରା ମାଆ ସହ ଶିଶୁ ମାନସିକ ଓ ଶାରୀରିକ ଭାବେ ଯୋଡ଼ି ହୋଇଥାଏ । ପ୍ରତିବର୍ଷ ଅଗଷ୍ଟ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସ୍ତନ୍ୟପାନ ସପ୍ତାହ (World Breast Feeding week 2023) ଆୟୋଜିତ ହୋଇଥାଏ । ସ୍ତନ୍ୟପାନ ସହିତ ଜଡିତ ତଥ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ଏନେଇ ଅଧିକରୁ ଅଧିକ ସଚେତନ କରାଇବା ଏହାର ଉଦ୍ଦେଶ୍ୟ ଅଟେ । ସ୍ତନ୍ୟପାନ ଯେ, କେବଳ ନବଜାତ ଶିଶୁର ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ତାହା ନୁହେଁ, ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ଯ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହା ମାଆର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଯଦି ଜଣେ ମହିଳା ଶିଶୁକୁ ନିୟମିତ ଭାବେ ସ୍ତନ୍ୟପାନ କରିଥାଆନ୍ତି, ତେବେ ଏହା ତାଙ୍କ ପାଇଁ ମଧ୍ଯ ବେଶ ଲାଭଦାୟୀ ହୋଇଥାଏ । ସ୍ତନ୍ୟପାନ ଯୋଗୁଁ ମହିଳାମାନେ ଅନେକ ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା ପାଇଥାଆନ୍ତି ।

ସ୍ତନ୍ୟପାନ ଦ୍ବାରା ମାଆକୁ ମିଳିଥାଏ ଏହିସବୁ ଫାଇଦା

ଓଜନ ହ୍ରାସ

ହେଲଥ୍ ଲାଇନ ଅନୁଯାୟୀ, ସାଧାରଣତଃ ଗର୍ଭାବସ୍ଥାରେ ମହିଳାଙ୍କ ଓଜନ ବହୁତ ବଢିଯାଇଥାଏ । ଜଣେ ମହିଳା ନିୟମିତ ଭାବେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ବାରା ଶରୀରରେ କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଫଳରେ ସେମାନେ ୩ ମାସ ମଧ୍ୟରେ ନିଜର ପୂର୍ବ ଓଜନକୁ ଫେରିପାରନ୍ତି ।

ଦୂର ହୋଇଥାଏ ଡିପ୍ରେସନ୍

ଶିଶୁଟି ଜନ୍ମ ହେବା ପରେ, ମା'ମାନଙ୍କଠାରେ ପିପିଡି଼ ବା ପ୍ରସବ ପରବର୍ତ୍ତୀ ଡିପ୍ରେସନ୍ (Postpartum Depression) ଦେଖାଦେଇଥାଏ । କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି, ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ଏହି ଡିପ୍ରେସନ୍ କମ୍ ଦେଖାଯାଇଥାଏ ।

କମ୍ ହୋଇଥାଏ ରକ୍ତଚାପ ସମସ୍ୟା

ଅନୁସନ୍ଧାନରୁ ଜଣାପଡିଛି ଯେ, ଯେଉଁ ମାଆମାନେ ନିଜ ସନ୍ତାନକୁ ସ୍ତନ୍ୟପାନ କରାଉଛନ୍ତି, ଭବିଷ୍ୟତରେ ସେମାନଙ୍କଠାରେ ଉଚ୍ଚ ରକ୍ତଚାପ (High blood pressure) ହେବାର ସମ୍ଭାବନା କମ୍ ରହିଥାଏ।

କର୍କଟରୁ ମିଳିଥାଏ ମୁକ୍ତି

ଏହା ମଧ୍ୟ ଜଣାପଡିଛି ଯେ, ଯେଉଁ ମହିଳାମାନେ ଜନ୍ମ ପରେ ଶିଶୁକୁ ଅତି କମରେ ୬ ମାସ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇଥାଆନ୍ତି, ସେମାନଙ୍କଠାରେ ଓଭାରୀ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍ ରହିଥାଏ।

ସ୍ତନ୍ୟପାନର ଉପରକାରିତା

  • ମାଆ କ୍ଷୀରରେ ଆବଶ୍ୟକ ପରିମାଣର ଆଣ୍ଟିବଡ଼ି (Antibodies) ରହିଥାଏ, ଯାହା ଶିଶୁର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହା ଶିଶୁକୁ କୌଣସି ପ୍ରକାର ବ୍ୟାକ୍ଟେରିଆ ଓ ଭାଇରସଜନିତ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
  • ମାଆ କ୍ଷୀରକୁ ଶିଶୁ ସହଜରେ ହଜମ କରିଥାଏ। ଫର୍ମୁଲା ଖୁଆଇବା ଦ୍ୱାରା ଶିଶୁକୁ ଏହିସବୁ ଆଣ୍ଟିବଡ଼ି ମିଳିନଥାଏ। ଜନ୍ମ ହେବାର ଛଅ ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଦ୍ବାରା ଶିଶୁ ଶ୍ୱାସନଳୀ ଜନିତ ରୋଗ, ଖାଦ୍ୟନଳୀ ଜନିତ ରୋଗ, ଥଣ୍ଡା ଓ କାଶ, ଆଲର୍ଜି, ହଜମ ସମ୍ୱନ୍ଧୀୟ ସମସ୍ୟା ଓ ରକ୍ତହୀନତା ଆଦି ରୋଗର ଶିକାର ହୋଇନଥାଏ ।
  • ମାଆ କ୍ଷୀରରେ କୋଲଷ୍ଟ୍ରମରେ ଇମ୍ୟୁନୋଗ୍ଲୋବିନ୍ (ଏ) ନାମକ ଏକ ଆଣ୍ଟିବଡ଼ି ଥାଏ ଯାହା ଶିଶୁର ନାକ ଓ ଗଳାରେ ଏକ ସୁରକ୍ଷାକାରୀ ସ୍ତର ତିଆରି କରେ । ଏହା ଶିଶୁକୁ ଆଲର୍ଜି ହେବାରୁ ରକ୍ଷା କରିଥାଏ ।
  • ମାଆ କ୍ଷୀରରେ ଲେପ୍ଟିନ୍ ନାମକ ଆମିନୋ ଏସିଡ଼ (Amino acid) ଥାଏ ଯାହା ଶିଶୁର ଭୋକ ବଢାଇବା ସହ ସ୍ନେହସାର ଅପଚୟ ପ୍ରକ୍ରିୟାକୁ ତ୍ବରାନିତ୍ବ କରିଥାଏ । ଯାହାଫଳରେ ଶିଶୁର ଓଜନ ସଠିକ୍ ଭାବେ ନିୟନ୍ତ୍ରତ ରହିଥାଏ ।
  • ଅନୁସନ୍ଧାନରୁ ସ୍ପଷ୍ଟ ଯେ, ମାଆ କ୍ଷୀର ଖାଉଥିବା ଶିଶୁଠାରେ ଶାରୀରିକ ଓ ମାନସିକ ବୃଦ୍ଧି ଜନିତ ସମମ୍ୟା କମ୍ ଦେଖାଯାଇଥାଏ ।

​(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି ।)

 

 

 

 

Read More
googletag.cmd.push(function() { googletag.display(interstitialSlot)})