trendingPhotos1754950
PHOTOS

ମହାପ୍ରଭୁଙ୍କ ଆଶୀର୍ବାଦ ସହ ଜନ୍ମଦିନ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Union Minister Dharmendra Pradhan Birthday Celebration: ଓଡ଼ିଶାରେ ନିଜ ଜନ୍ମଦିନ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସକାଳୁ ଅନୁଗୋଳ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ନିଜର ଶୁଭ ଦିନର ଶୁଭାରମ୍ଭ କରିଥିଲେ ।

Advertisement
1/8

ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଧର୍ମେନ୍ଦ୍ର ।

2/8

ଓଡ଼ିଶାରେ ନିଜ ଜନ୍ମଦିନ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସକାଳୁ ଅନୁଗୋଳ ସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ନିଜର ଶୁଭ ଦିନର ଶୁଭାରମ୍ଭ କରିଥିଲେ ।

3/8

ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ଯେ, ଜଗନ୍ନାଥଃ ସ୍ୱାମୀ ନୟନପଥଗାମୀ ଭବତୁ ମେ । ଅନୁଗୋଳ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି । ମହାପ୍ରଭୁଙ୍କ ପାଖରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ତଥା ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଜୟ ଜଗନ୍ନାଥ 

4/8

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ରାଜ୍ୟ ତଥା କେନ୍ଦ୍ରର ଅନେକ ରାଜନୈତିକ ନେତା ଧର୍ମେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳ ଜୀବନ କାମନା କରିଛନ୍ତି ।

5/8

ବିଜେପି କର୍ମୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କୀୟମାନେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭେଟିବା ସହ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

6/8

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୬୯ ମସିହା ଜୁନ ୨୬ ତାରିଖରେ ତାଳଚେର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡ଼ ଦେବେନ୍ଦ୍ର ପ୍ରଧାନ ଓ ମାତାଙ୍କ ନାମ ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ ।

7/8

ଛାତ୍ରନେତା ଭାବରେ ରାଜନୀତିରେ ପାଦ ରଖିଥିଲେ ଧର୍ମେନ୍ଦ୍ର । ୨୦୦୦ ମସିହାରେ ପାଲଲହରା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ମନୋନୀତ ହୋଇଥିଲେ ।

8/8

୨୦୦୧ ମସିହାରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଶାଖା ସଭାପତି ଭାବରେ ଦାୟିତ୍ୱ ସମ୍ଭାଳିଥିଲେ ।





Read More